ଗୋପଥାନା ଅଞ୍ଚଳର କୁଖାତ ଅପରାଧି ଗିରଫ : ପୁରୀ ଜିଲ୍ଲାରେ ୨୦ରୁ ଉର୍ଦ୍ଧ କେସରେ ଜଡିତ ବେକରେ , କଟୁରୀ ଲଗାଇ କରିଥିଲେ ଡକାୟତି
ଗୋପ : ଗୋପ ଥାନା ନୟାହାଟ ଫାଣ୍ଡି ଅଞ୍ଚଳର ଜଣେ କୁଖ୍ୟାତ ଅପରାଧିକୁ ଗୋପ ପୋଲିସ ଗିରଫ କରି କୋର୍ଟ ଚାଲାଣକରିଛନ୍ତି । ଅପରାଧିଙ୍କ ନାମରେ ପୁରୀ ଜିଲ୍ଲାରବିଭିନ୍ନ ଥାନାରେ ୨୦ ରୁ ଉର୍ଦ୍ଧ ସଂଗୀନ ମକଦମା ରହିଥିବା ପୋଲିସ ପକ୍ଷରୁ ଜଣାପଡିଛି . ଶୁକ୍ରବାର ରାତ୍ରୀରେ ନିମାପଡା ଅଞ୍ଚଳର ମନୋରଞ୍ଜନ ରଥ ନୟାହାଟବଜାରକୁ ଏକ କାର୍ଯ୍ୟରେ ଯାଇଥିବା ବେଳେ ଏକୁଟିଆ ଦେଖି କୁଖ୍ୟାତ ଅପରାଧି କୁନା ପାତ୍ର ବାପା କାହ୍ନୁ ପାତ୍ର ଜଣେ ଯୁବକଙ୍କ ବେକରେ କଟୁରୀ ଲଗାଇ ଗୋଟିଏ ସୁନା ଚେନ , ସୁନା ମୁଦି ଓ ମନିପର୍ସକୁ ଛଡାଇ ନେଇ ଫେରାର ହୋଇଯାଇଥିଲା ।
ଯୁବକ ଫାଣ୍ଡିରେ ଅଭିଯୋଗ କରିବାପରେ ନୟାହାଟ ଫାଣ୍ଡି ୧୯୬/୨୦୨୦ ରେ ଏକ ମକଦମା କରି ବିିଭିନ୍ନ ଯାଗାରେ ଚଢାଉ କରିବା ପରେ ସୂଚନା ପାଇଥିଲେକୁନା ପାତ୍ର ତା ନିଜ ଘରେ ରହିଅଛି । ଗୋପ ଥାନା ଆଇ ଆଇ ସି ସୁଧିର କୁମାର ସାହୁ , ନୟାହାଟ ଫାଣ୍ଡି ଅଧିକାରୀ ବାବୁଲି ପ୍ରଧାନ ସଦଳବଳେ ଚଢାଉ କରିି କୁନାପାତ୍ରଙ୍କୁ ଗିରଫ କରି ଗୋପ ଥାନାକୁ ଆଣିବା ପରେ ଜଣାପଡିଥିଲା କୁନାପାତ୍ର ନାମରେ ପୁରୀ ଜିଲ୍ଲାରେ ୨୦ ରୁ ଉର୍ଦ୍ଧ ସଂଗୀନ ମକଦମା ରହିଅଛି ।