Odisha news

କରୋନା ପଜେଟିଭ କୁ ନେଇ ଗୋପ ବ୍ଲକର ୨ଟି ପଞ୍ଚାୟତ ସଟ ଡାଉନ

0

ଗୋପ : ସାରା ବିଶ୍ୱରେ କରୋନା ମହାମାରୀ ତାଣ୍ଡବ ରଚୁଥିବା ବେଳେ  ପୁରୀ ଜିଲ୍ଲାରେ ଗଲା ୨ଦିନ ହେବ ୨୦୦ପାଖା ପାଖି କରୋନା ପଜେଟିଭ ବାହାରିବା ପରେ ଗୋପ ବ୍ଲକରେ ୬ ଜଣଙ୍କର ପଜେଟିଭ ଚିହ୍ନଟ ହୋଇଛି  । ବିରତୁଙ୍ଗ ପଞ୍ଚାୟତର ଗୋଟିଏ ଗ୍ରାମର ଜଣେ ବ୍ୟକ୍ତି କରୋନା ପଜେଟିଭ ଚିହ୍ନଟ ହେବାପରେ  ପଞ୍ଚାୟତର ସରପଞ୍ଚ ଶସାଙ୍କ ଶେଖର ମହାପାତ୍ର  ଦୁଇଟି ଗ୍ରାମକୁ ରବିବାରଠାରୁ ବୁଧବାର ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରିଥିବା ବେଳେ ଉକ୍ତ ବ୍ୟକ୍ତି ଜଣକ ବିରତୁଙ୍ଗ ପଞ୍ଚାୟତରୁ ଯାଇ ବଉଲାଙ୍ଗ ପଞ୍ଚାୟତର ପଲ୍ଲୀ ବଜାର , ଓ ଅନେକ ଲୋକଙ୍କ ସହିତ ମିଳା ମିଶା କରିଥିବାରୁ ବଉଲାଙ୍ଗ ପଞ୍ଚାୟର ର ସରପଞ୍ଚ  କମଳାକାନ୍ତ କଅଁର  ପଲ୍ଲୀ ବଜାରକୁ ୩ ଦିନ ପାଇଁ ସଟ ଡାଉନ ଘୋଷଣା କରିଛନ୍ତି  ।  ଜନ ସାଧାରଣଙ୍କ ହିତ ଦୃଷ୍ଟିରୁ ଦୁଇ ସରପଞ୍ଚ ଏଭଳି ପଦକ୍ଷେପ ନେଇଥିବା କହିଛନ୍ତି  ।

 

Leave A Reply