Odisha news

ଭଦ୍ରକ ଜିଲ୍ଲା : ୧୦କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ ପଜିଟିଭ୍ ସଂଖ୍ୟା ୫୨୨; ଘରକୁ ଘର ବୁଲି ସର୍ଭେଲେନ୍ସ ଚାଲିଛି

0

ଭଦ୍ରକ :ଭଦ୍ରକ ଜିଲ୍ଳାରୁ ନୂତନ ଆକ୍ରାନ୍ତ ଭାବେ ଆଉ ୧୦ଜଣ ଚିହ୍ନଟ ହୋଇଛନ୍ତି । ସେହିଭଳି ଆଉ ୧୨ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ନୂତନ ଚିହ୍ନଟ ୧୦ଜଣଙ୍କ ମଧ୍ୟରୁ ଜଣେ ବାଲେଶ୍ୱର ଜିଲ୍ଲାର ହୋଇଥିବା ବେଳେ ୫ଜଣ କ୍ୱାରେଣ୍ଟାଇନ କେନ୍ଦ୍ରରୁ ଆଉ ୪ଜଣ ଲୋକାଲ କଣ୍ଟାକଫ । ମୋଟ ୧୬ ହଜାର ୨୭୦ ନମୁନା ପରୀକ୍ଷା ପରେ ମୋଟ ଆକ୍ରାନ୍ତ ବାହାରିଛନ୍ତି ୫୨୨ । ତେବେ ସୁସ୍ଥ ହୋଇ ସାରିଛନ୍ତି ୩୭୨ଜଣ । ନୂତନ ଚିହ୍ନଟଙ୍କ ମଧ୍ୟରେ ଜଣେ ବାସୁଦେବପୁର ବ୍ଲକ ଇରମ ହାଇସ୍କୁଲ ଟିଏମସିରୁ, ଜଣେ କେ.କେ. ପଞ୍ଚାୟତ ହାଇସ୍କୁଲ ଟିଏମ୍‍ସିରୁ, ଜଣେ କମାରଗାଁ ଗାଁର ରାସବିହାରୀ ଏମ୍‍ଇ ସ୍କୁଲ ଟିଏମ୍‍ସିରୁ, ଜଣେ ଧାମନଗର ବ୍ଲକ ଖପରପଦା ହାଇସ୍କୁଲ ଟିଏମ୍‍ସିରୁ, ଜଣେ ଭଦ୍ରକ ଦୋଳସାହି ଅଞ୍ଚଳର ଯିଏକି ଭୁବନେଶ୍ୱରର ହୋଟେଲ ରେଲଭିୟୁରେ ରହୁଥିଲେ ପଜିଟିଭ ବାହାରିଛି । ସେହିପରି ୨ଜଣ ଆକ୍ରାନ୍ତ ଭଦ୍ରକ ପୌରପାଳିକାର ୬ ନଂ ଓ୍ୱାର୍ଡ ମଠସାହି ଗାଁରୁ, ଜଣେ ବାଲେଶ୍ୱର ଜିଲ୍ଲା ସିମୁଳିଆ ଅଞ୍ଚଳରୁ, ଜଣେ ପୌରପାଳିକାର ୨ ନଂ ଓ୍ୱାର୍ଡ ବରାଳପୋଖରୀ ଗାଁରୁ ଏବଂ ଜଣେ ୪ ନଂ ଓ୍ୱାର୍ଡ ଧଳସାହି ଗାଁର, ସେ ଭୁବନେଶ୍ୱରର ସମ୍‍ ହସ୍‍ପିଟାଲରୁ ଚିହ୍ନଟ ହୋଇଥିବା ଜଣା ଯାଇଛି ।

ଚିହ୍ନଟ ଅଞ୍ଚଳକୁ କଣ୍ଟେନମେଣ୍ଟଜୋନ କରାଯାଇଛି । ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟାକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ଅଞ୍ଚଳକୁ ସାନିଟାଇଜ କରାଯାଉଛି । ସପ୍ତାହାନ୍ତ ଶଟ୍‍ଡାଉନର ଆଜି ଶେଷ ଦିବସରେ ବିଭିନ୍ନ ଥାନା, ବ୍ଲକ କାର୍ଯ୍ୟାଳୟ, ବ୍ୟାଙ୍କ ଆଦିକୁ ସାନିଟାଇଜ କରାଯାଇଥିବା ଜଣା ଯାଇଛି । ଘରକୁ ଘର ବୁଲି ସର୍ଭେଇଲାନ୍‍ସ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯାଇଛି । ଇତି ମଧ୍ୟରେ ଖାଲି ପଡିଥିବା ତିହିଡି ବିଡିଓ ପଦବୀ ପୂରଣ କରାଯାଇଛି । କରୋନା ମହାମାରୀ ସମୟରେ ବିଡିଓଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥିବାରୁ ଏହି ବ୍ଳକକୁ ବସନ୍ତ କୁମାର ସାହାଣୀଙ୍କୁ ବିଡିଓ ଭାବେ ନିଯୁକ୍ତିି ଦିଆ ଯାଇଛି । ଜିଲ୍ଲାପାଳ ଡ. ଜ୍ଞାନ ଦାସ ସୂଚନା ଦେଇ କହିଛନ୍ତି ଯେ : କୌଣସି ବ୍ୟକ୍ତି ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ ସେମାନେ ତୁରନ୍ତ ପରୀକ୍ଷା ପାଇଁ ନ ଆସି ଘରେ ଏକାନ୍ତ ବାସରେ ରହନ୍ତୁ । ଯଦି ଜ୍ୱର, କାଶ, କିମ୍ବା ନିଃଶ୍ୱାସ ନେବାରେ ଅସୁବିଧା ଦେଖାଯାଏ ତେବେ ପରୀକ୍ଷା କରାଯିବ । ଏହା ୫ ଦିନ ପରେ କରାଯିବ । ପୂର୍ବରୁ ପରୀକ୍ଷା କରାଗଲେ କୌଣସି ଫଳ ମିଳିବ ନାହିଁ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

Leave A Reply