Odisha news

ବାଁଶଡାରେ କାମୁଡା ବିଲେଇ ଆତଙ୍କ

0

ଧାମରା :ବାଁଶଡାରେ କାମୁଡା ବିଲେଇର ଆତଙ୍କ । ଏହାକୁ ନେଇ ଲୋକେ ଭୟରେ ଅଛନ୍ତି । ଏହି ବିଲେଇ କାମୁଡାରେ ବାଁଶଡାର ମହେଶ୍ୱର ବାରିକ ଆହତ ହୋଇଛନ୍ତି । ସେ ବିଲକୁ ଚାଷ କାମ ପାଇଁ ଯାଇଥିଲେ । ଏହି ସମୟରେ କାମୁଡା ବିଲେଇ ତାଙ୍କୁ କାମୁଡିଛି ।

ସେହିପରି ବଳିହାରପୁର ଗାଁର ୨ ଜଣ ଚାଷୀଙ୍କୁ ଏହି ବିଲେଇ କାମୁଡିଛି । ସେ ଏଥିରେ କ୍ଷତାକ୍ତ ହୋଇ ବାଁଶଡା ମେଡିକାଲକୁ ଆସିଥିଲେ । କାମୁଡା ବିଲେଇ ବିଲରେ ବୁଲି ବୁଲି ଲୋକଙ୍କୁ କାମୁଡିବାରେ ଲାଗିଛି । ୩ ଜଣ ଚାଷଙ୍କୁ ଏହି ବିଲେଇ କାମୁଡି ଥିବାରୁ ଲୋକେ ବିଲକୁ ସାବଧାନତାର ସହିତ ଯାଉଛନ୍ତି ।

Leave A Reply