Odisha news

ସୋର ମ୍ୟୁନିସିପାଲିଟିରେ କରୋନା ଯୁଦ୍ଧାଙ୍କ ସ୍ୱାବ ପରିକ୍ଷା

0

ସୋର, ୪/୭- ସୋର ମ୍ୟୁନିସିପାଲିଟି କାର୍ଯ୍ୟାଳୟ ପରିସରରେ ଆଜି କରୋନା ସଂକ୍ରମଣ ପ୍ରତିରୋଧ ପାଇଁ ବିଭିନ୍ନ କାର୍ଯ୍ୟାଳୟରେ କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କ ସ୍ୱାବ ପରିକ୍ଷା ପାଇଁ ସଂଗୃହିତ ହୋଇଛି । ଜିଲା ପ୍ରଶାସନର ସହଯୋଗରେ ମ୍ୟୁନିସିପାଲିଟି କାର୍ଯ୍ୟନିର୍ବାହୀ ରାକେଶ କୁମାର ପଣ୍ଡାତ୍ତତ୍ୱାଧାନରେ ଜିଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସ୍ୱାବ ସଂଗ୍ରହ କରାଯାଇଛି । କର୍ମଚାରୀ, ଅଙ୍ଗନୱାଡୀକର୍ମୀ ଓ ନୋଡାଲ ସାଥୀ ସୁପରାଭାଇଜରଙ୍କ ସମେତ ସମୁଦାୟ ୬୦ଜଣଙ୍କ ସ୍ୱାବ ସଂଗ୍ରହ କରାଯାଇଛି ।

ଯେଉଁମାନଙ୍କର ସ୍ୱାବ ସଂଗ୍ରହ କରାଯାଇପାରିନି ୨ୟ ପର୍ଯ୍ୟାୟରେ ସେମାନଙ୍କର ସ୍ୱାବ ସଂଗୃହିତ ହେବ । ଯେଉଁମାନେ କରୋନା ସଂକ୍ରମଣ ପ୍ରତିରୋଧ ସହ ସ୍ୱଚ୍ଛତା ରକ୍ଷା କାର୍ଯ୍ୟରେ ନିୟୋଜିତ ଅଛନ୍ତି ସେମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇ ଏହି ପଦକ୍ଷେପ ନିଆଯାଇଥିବା କହିଛନ୍ତି ଶ୍ରୀ ପଣ୍ଡା । ଏଥି ସହ ସୋର ତହସିଲଦାର ଡ. ଅଶୋକ କୁମାର ଦାସଙ୍କ ତତ୍ୱାବଧାନରେ ତହସିଲରେ କାର୍ଯ୍ୟରତ ୧୦ ଜଣ ଜଣଙ୍କର ସ୍ୱାବ ସଂଗ୍ରହ କରାଯାଇଛି ।

Nalco
Leave A Reply