Odisha news

ତିହିଡି : ତୈଳ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ

0

ତିହିଡି,୦୩ ।୦୭:ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ତିହିଡି କଂଗ୍ରେସ ପକ୍ଷରୁ ବ୍ଲକ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ବାସୁଦେବପୁର ନିର୍ବାଚନମଣ୍ଡଳୀର କଂଗ୍ରେସ ନେତା ଅଶୋକ ଦାସ, ତିହିଡି ବ୍ଲକ କଂଗ୍ରେସ ସଭାପତି ସରୋଜ ଦାସ, ଦିଗମ୍ବର ଦାସ, ବିଦ୍ୟାଧର ଜେନା, ମୀନକେତନ ସେନାପତି, କରୁଣାକର ମହାରଣା, ଭାସ୍କର ନାଥ, ଜଗନ୍ନାଥ ମଲ୍ଲିକ, ସୁରେଶ ମହାପାତ୍ର, ଉଦ୍ଧବ ନାୟକ, ଗଣେଶ ମଲିକ, ନାରାୟଣ ବାରିକ, ରାମଚନ୍ଦ୍ର ମହାନ୍ତି, ଦିଲୀପ ବିଶ୍ୱାଳ, ଗଜେନ୍ଦ୍ର ପରିଡା, ସୁଧାଂଶୁ ମାହୁନ୍ତ, ପ୍ରତାପ ସାହୁ, ଅମରେନ୍ଦ୍ର ବେହେରା, ସୁଦର୍ଶନ ସ୍ୱାଇଁ, ଶୁକଦେବ ମଳିକ ପ୍ରମୁଖ ଯୋଗ ଦେଇଥିଲେ ।

ଏହି ଅବସରରେ କଂଗ୍ରେସ ପକ୍ଷରୁ ତୈଳ ଦର ହ୍ରାସ ଦିଗରେ ପଦକ୍ଷେପ ନେବା ନିମନ୍ତେ ଏକ ଦାବିପତ୍ର ଭାରତର ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ବିଡିଓ ଦାୟିତ୍ୱରେ ଥିବା ତହସିଲଦାର ରମେଶ ପଣ୍ଡାଙ୍କୁ ପ୍ରଦାନ କରାଯାଇଥିଲା । ସେହିପରି ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ଏବଂ ରାସନ କାର୍ଡ ହିତାଧିକାରୀ ଚୟନରେ ପାତର ଅନ୍ତର ତଥା ପାଇଖାନା ଯୋଜନା ଓ ମନରେଗା ଯୋଜନାରେ ହେଉଥିବା ଦୁର୍ନୀତିର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଆଉ ଏକ ଦାବି ପତ୍ର ମଧ୍ୟ କଂଗ୍ରେସ ପକ୍ଷରୁ ବିଡିଓ ଶ୍ରୀ ପଣ୍ଡାଙ୍କୁ ପ୍ରଦାନ କରାଯାଇଥିଲା

Nalco
Leave A Reply