Odisha news

ଏରସମା: ବର୍ଷେହେଲାଣି ପିଇବା ପାଣି ପାଉନାହାଁନ୍ତି ଜୁଣଗରି ଗ୍ରାମବାସୀ

0

ଏରସମା : ଏରସମା ବ୍ଲକ ଅନ୍ତର୍ଗତ ଗଡବିଷୁନପୁର ପଂଚାୟତର ଜୁଣଗରି ଗ୍ରାମର ୫୦ ପରିବାର ବର୍ଷେ ହେଲାଣି ପିଇବା ପାଣି ପାଉନାହଁନ୍ତି ।ଗାଁରେ ମୋଟ ୧୦୦ ପରିବାର ପାଇଁ ଦୁଇଟି ନଳକୂପ ଥିଲାବେଳେ ସେଥିରୁ ୧ ଟି ଅଚଳ ହୋଇପଡିଛି ।ଯାହାଫଳରେ ଲୋକମାନେ ୧ କି.ମି ଦୂର ଗଡବିଷୁନପୁର ପାଖରୁ ପାଣିବୋହିବାକୁ ପଡୁଛି ।

ବାରମ୍ବାର ଅଭିଯୋଗ କଲେ ମଧ୍ୟ ନଳକୂପଟିଏ ବସୁନାହିଁ ବୋଲି ଗ୍ରମାବାସୀଙ୍କ ପକ୍ଷରୁ ବାବାଜୀ ମଂଡଳ ସତ୍ୟ ମଂଡଳ ,କାହ୍ନୁ ମଂଡଳ.ସପନ ମଂଡଳ,ମାଳତିମଂଡଳ ଯୋସ୍ନା ମଂଡଳ,ସୁଷମା ରାଣି ମଂଡଳ,ଆରତି ମଂଡଳ,ପ୍ରତିମା  ମଂଡଳ ପ୍ରମୁଖ ଦୁଃଖର ସହିତ ଜଣାଇଅଛନ୍ତି ।ଖରାଦିନେ ପଂଚାୟତ ପକ୍ଷରୁ ଗାଡିଯୋଗେ ପିଇବା ପାଣି ଯୋଗାଇ ଦିଆଯାଉଥିଲା ।ମାତ୍ର ବର୍ଷାଦିନେ ପିଇବା ପାଣି ଯୋଗାଇ ଦିଆ ନ ଯିବାରୁ ୫୦ ପରିବାର ଘୋର ଅସୁବିଧାର ସମ୍ମୁଖିନ ହେବାର ପଦୁଛି ।

Leave A Reply