Odisha news

ଶହୀଦ ଯବାନଙ୍କ ନିକଟରେ ଦେଶ ଋଣୀ ରହିବ : ଅମିତ୍ ଶାହା

0

ନୂଆଦିଲ୍ଲୀ,୧୮/୬(ଏଜେନ୍ସି) : ଲଦାଖର ଗଲୱାନ୍ ଉପତ୍ୟକାରେ ଚୀନ୍ ସୈନ୍ୟଙ୍କ ସହ ସଂଘର୍ଷରେ ନିହତ ହୋଇଥିବା କମାଣ୍ଡିଂ ଅଫିସରଙ୍କ ସମେତ ଶହୀଦ ହୋଇଥିବା୨୦ ଭାରତୀୟ ସେନିକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଶାହା କହିଛନ୍ତି ଯେ ଦେଶ ଏହି ସୈନିକମାନଙ୍କ ନିକଟରେ ସର୍ବଦା ଋଣୀ ରହିବ । ବୁଧବାର ଶାହା ତାଙ୍କ ଟ୍ୱିଟରେ ଲେଖିଛନ୍ତି ଯେ ମୁଁ ଭାରତୀୟ ସେନାକୁ ଏପରି ମହାନ ପୁତ୍ର ଦେଇଥିବା ପରିବାରମାନଙ୍କୁ ନମସ୍କାର କରୁଛି । ତାଙ୍କର ସର୍ବୋଚ୍ଚ ବଳିଦାନ ପାଇଁ ଭାରତ ସର୍ବଦା ତାଙ୍କ ନିକଟରେ ଋଣୀ ରହିବ ।

Nalco
Leave A Reply