Odisha news

ଅମ୍ପନ ବାତ୍ୟା ପରେ କ୍ଷୟକ୍ଷତି ଓ ସ୍ଥିତି ବାବଦରେ କ୍ୟାବିନେଟ ସଚିବ ରାଜୀବ ଗୌହାଙ୍କ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ସହ ଆଲୋଚନା : ୮୯ ବ୍ଲକ ପ୍ରଭାବିତ, ପାଖାପାଖି ୪୫ ଲକ୍ଷ ଲୋକେ କ୍ଷତିଗ୍ରସ୍ତ

0

ଭୁବନେଶ୍ୱର: ଅମ୍ପନ ବାତ୍ୟା ପରେ କ୍ଷୟକ୍ଷତି ଓ ସ୍ଥିତି ବାବଦରେ କ୍ୟାବିନେଟ ସଚିବ ରାଜୀବ ଗୌହାଙ୍କ ସହ ଆଲୋଚନା।  ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ସହ ଏନେଇ ହୋଇଛି ଆଲୋଚନା ହୋଇଛି। ବାତ୍ୟାରେ ୮୯ ବ୍ଲକ ପ୍ରଭାବିତ ହୋଇଛି। ୧୫ଶହ ଗ୍ରାମପଞ୍ଚାୟତ ଏବଂ ୪୪ ଲକ୍ଷ ୮୦ ହଜାର ଲୋକେ କ୍ଷତିଗ୍ରସ୍ତ ହୋଇଛନ୍ତି।

ବାତ୍ୟା ଅମ୍ପନ ସମୟରେ ୨ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ବୋଲି କ୍ୟାବିନେଟ ସଚିବଙ୍କୁ ଏନେଇ ଅବଗତ କରିଛନ୍ତି। ମୁଖ୍ୟ ଶାସନ ସଚିବ  ପ୍ରାୟ ୧ ଲକ୍ଷ ହେର ଚାଷ ଜମି ନଷ୍ଟ ହୋଇଛି। ଏଥିସହ ୨୧୦ଟି ମେଡିକାଲ ଟିମ୍ ଓ ୭୫ ପଶୁ ଡାକ୍ତର ଟିମଙ୍କୁ ପ୍ରଭାବିତ ଅଞ୍ଚଳକୁ ପଠାଯାଇଛି।

ଗମନାଗମନ ଆଜି ସୁଦ୍ଧା ସ୍ୱାଭାବିକ ହୋଇ ପାରିବ। ସେସବୁ ଅଞ୍ଚଳରେ ଦିନେ କିମ୍ବା ଦୁଇ ଦିନରେ ବିଜୁଳି ପୁନସଂଯୋଗ କରାଯିବ। ତାସହ ଆଜି ସୁଦ୍ଧା ୮୦ ପ୍ରତିଶତ ବିଦ୍ୟୁତ ସଂଯୋଗ ଦିଆଯିବ ବୋଲି ସୂଚନା ଦିଆଯାଇଛି। ଭିଡିଓ କନଫରେନ୍ସିଂରେ ଆଲୋଚନା ବେଳେ କୃଷି ସଚିବ, ପଞ୍ଚାୟତିରାଜ, ଶକ୍ତି ସଚିବ ଓ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

 

Govt
Leave A Reply