Odisha news

ଜଙ୍ଗଲି ହାତୀଙ୍କ ଦ୍ୱାରା କ୍ଷତିଗ୍ରସ୍ତ ମାନଙ୍କୁ ଜେଏମଏମ ଯୁବମୋର୍ଚ୍ଚା ପକ୍ଷରୁ ସହାୟତା

0

ବାରିପଦା  : ବୁଢିଖମାରୀ ପଞ୍ଚାୟତର ନୟାପୁରୁଷତ୍ତମପୁର ଗ୍ରାମରେ ରବିବାର ବିଳମ୍ବିତ ରାତି୍ରରେ ଜଙ୍ଗଲି ହାତୀ ପଶି ଆସିବା ସହ ଗୁର୍ଭା ମୁର୍ମୁ ଏବଂ ସୁନାରାମ ସୋରେନଙ୍କ ଘର ଭଙ୍ଗାରୁଜା କରିବା ସହିତ କରୋନା ମହାମାରୀ ପାଇଁ ପାଇଥିବା ରିଲିଫ୍ ସହାୟତା ଚାଉଳ ସବୁ ଖାଇଦେଇଥିଲା । ତାଙ୍କର ଏପରି ପରିସ୍ଥିତିରେ ଛୋଟଛୋଟ ଶିଶୁମାନଙ୍କୁ ଦାନା ଦେବାପାଇଁ ଅସହାୟ ହୋଇ ପଡିଥିଲେ ।

ଏହି ଖବର ପାଇ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚାର ଯୁବମୋର୍ଚ୍ଚା କର୍ମକର୍ତ୍ତା ପୁର୍ଥୁରାଜ ହାଁସଦାଃ, ଅନନ୍ତ ମୁର୍ମୁ, କାହ୍ନୁ ମାରାଣ୍ଡି, ଚନ୍ଦ୍ର ମୋହନ ମୁର୍ମୁ, ଡମାନ ହେମ୍ବ୍ରମ, ବାରୁନ ସୋରେନ, ରାହୁଲ ମୁର୍ମୁ ପ୍ରମୁଖ ୫୦କିଲୋଗ୍ରାମ ଚାଉଳ, ବିସ୍କୁଟ ଏବଂ ମାସ୍କ ବଣ୍ଟନ କରିଥିଲେ । ଉକ୍ତ କ୍ଷତିଗ୍ରସ୍ତ ମାନଙ୍କ ପାଇଁ ମଧ୍ୟ ସରକାରଙ୍କ ପକ୍ଷରୁ କିଛି ସହାୟତା ପାଇଁ ମଧ୍ୟ ଜେଏମଏମ ଯୁବମୋର୍ଚ୍ଚା ପକ୍ଷରୁ ନିବଦେନ କରାଯାଇଥିଲା ।

Nalco
Leave A Reply