Odisha news

ଚନ୍ଦନ ପୋଖରୀ ହୁଡାରୁ କାଟିନେଲେ ଗଛ, ବନ ବିଭାଗ ନିରବ

0

କେନ୍ଦ୍ରାପଡା:  କେନ୍ଦ୍ରାପଡା ପୈାରଂଚଳ ଅନ୍ତର୍ଗତ ୧ନଂ ୱାର୍ଡ ଚନ୍ଦନ ପୋଖରୀ ନିକଟରେ ସରକାରୀ ଯାଗରେ ଥିବା ଏକ ବଡଗଛକୁ ସ୍ଥାନୀୟ ଅଂଚଳର ଜଣେ ବ୍ୟକ୍ତି କାଟି ବିକ୍ରି କରିବାକୁ ଉଦ୍ୟମ କରୁଥିବା ଜଣାପଡିବା ପରେ ଉତେଜନା ପ୍ରକାଶ ପାଇଥିଲା । ସ୍ଥାନୀୟ ଲୋକମାନଙ୍କ ପକ୍ଷରୁ କେନ୍ଦ୍ରାପଡା ମୁନିସିପାଲିଟିରେ ଅଭିଯୋଗ ହେବାପରେ ପୈାରାଂଚଳ ଅନ୍ତର୍ଗତ ଇଛାପୁର ଚନ୍ଦନ ପୋଖରୀ ନିକଟରେ ଥିବା ଏକ ସରକାରୀ ପ୍ଲଟ ଉପରେ ଏକ ବଡ ଗଛକୁ ସ୍ଥାନୀୟ ଅଂଚଳର ଜଣେ ବ୍ୟକ୍ତି ବେଆଇନ ଭାବେ କାଟୁଥିବାର ଖବର ପାଇ ପୈାରସଂସ୍ଥା ନିର୍ବାହୀ ଅଧିକାରୀ ଗଛକଟା ବନ୍ଦ କରିବା ପାଇଁ ନିଦେ୍ର୍ଦଶ ଦେଇଥିଲେ । କିନ୍ତୁ ବ୍ୟକ୍ତି ଜଣକ ତାଙ୍କ ଆଦେଶକୁ ନମାନି ଗଛକାଟି ତଳେ ପକାଇ ଦେଇଥିବା ଜଣାପଡିଛି । ସେଠାରୁ ମାତ୍ର ୫୦୦ମିଟର ଦୂରରେ ବନ ବିଭାଗ କାର୍ଯ୍ୟାଳୟ ଥିବାବେଳେ ଗଛକଟାକୁ ବନ୍ଦ କରୁ ନଥିବାରୁ ଏହାକୁ ନେଇ ସ୍ଥାନୀୟ ଅଂଚଳରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

Leave A Reply