Odisha news

କରୋନା ଛୁଇଁଲା ଅନୁଗୁଳ କୁ, ଜନସାଧାରଣରେ ଆତଙ୍କିତ ଗୋଟିଏ ଦିନରେ ୧୫ ଜଣ ଆକ୍ରାନ୍ତ

0

ଅନୁଗୁଳ: ମହାମାରୀ କରୋନା ବର୍ତମାନ ସାରା ଦେଶରେ ଦୃତ ବେଗରେ ତାର କାୟା ବିସ୍ତାର କରି ଚାଲିଛି । ତେବେ ଅନୁଗୁଳ ଜିଲ୍ଲାରେ ରବିବାର ସକାଳୁ ୧୩ ଜଣ କରୋନା ପଜିଟିଭ ରୋଗୀ ଚିହ୍ନ ଟ ହେବା ପରେ ପ୍ରଶାସନ କ୍ଷେତ୍ରରେ ତତ୍ପରତା ଦେଖା ଦେଇଥିବା ବେଳେ ଅନୁଗୁଳ ଜନସାଧାରଣଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଇଛି । ଏହି ପଜିଟିଭଙ୍କ ମଧ୍ୟରୁ ୧୧ ଜଣ ସୁରତ ଫେରନ୍ତା, ଜଣେ ମହାରାଷ୍ଟ୍ର ଫେରନ୍ତା ଥିବା ବେଳେ ଅନ୍ୟ ଜଣେ ଅନୁଗୁଳ ସହରରୁ ବୋଲି ଜଣାପଡିଛି ।

୧୨ ଜଣ ଅନୁଗୁଳ ଜିଲ୍ଲାର ବିଭିନ୍ନ ସରକାରୀ କ୍ୱାରେଟାଂଇନ ସେଟଂର ଯଥା ଖମାର, ଅନ୍ତୁଳିଆ, ବଅଁରପାଳ, ଛେଣ୍ଡିପଦା, ଆଠମଲ୍ଲିକ, ହାତୀଗଜଂ, ଜରପଡା, ସାନଦୁଧିଆନାଳୀ, ତଳମହିଳା, ସାନଖମାଳ, ଏବଂ ବଡ ହିଂସର ପ୍ରଭୃତି ଅଚଂଳରେ ଥିବା ସରକାରୀ କ୍ୱାରେଟାଂଇନ ସେଟଂରରେ ରହୁଥିଲେ । କିନ୍ତୁ ଅନ୍ୟ ଜଣେ ଅନୁଗୁଳ ସହରର ହୋଇଥିବା ବେଳେ ସେ ଗତ ୫ ତାରିଖ ଦିନ ଭୁବନେଶ୍ୱରରୁ ଅନୁଗୁଳ ଆସି ହୋମ କ୍ୱାରେଟାଂଇନରେ ରହିଥିଲେ । ତେବେ ଅନୁଗୁଳ ସହରର ହୋମ କ୍ୱାରେଟାଂଇନରେ ଥିବା ସମ୍ପୃକ୍ତ ଆକ୍ରାନ୍ତ ଯୁବକ ଅନୁଗୁଳ ସହରରେ ବୁଲାବୁଲି କରୁଥିବା ନେଇ ଆଲୋଚନା ହେଉଥିବା ବେଳେ ସେ କହା କାହା ସଂସ୍ପର୍ଶରେ ଆସିଛନ୍ତି ପ୍ରଶାସନ ପକ୍ଷରୁ ତଦନ୍ତ ଜାରି ରହିଛି । ହେଲେ ଜନସାଧାରଣଙ୍କ ମଧ୍ୟରେ ଏନେଇ ଆତଙ୍କ ଖେଳି ଯାଇଛି ।

ତେବେ ଏ ନେଇ ଅନୁଗୁଳ ଜିଲ୍ଲାପାଳ ତାଙ୍କ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଉପରୋକ୍ତ କରୋନା ପିଡିତଙ୍କ ସମ୍ପର୍କରେ ସାମ୍ବାଦିକ ମାନଙ୍କୁ ସୂଚନା ଦେବା ଅବସରରେ ବର୍ତମାନ ଅନୁଗୁଳରେ ଏତେ ସଂଖ୍ୟକ କରୋନା ପଜିଟିଭ ବାହାରି ଥିବାରୁ ଅନୁଗୁଳ ଜିଲ୍ଲାକୁ କଣ ରେଡଜୋନ ଘୋଷଣା କରାଯିବକି ବୋଲି ସାମ୍ବାଦିକ ମାନେ ପ୍ରଶ୍ନ କରିବାରୁ ରେଡଜୋନ ଘୋଷଣା କରିବା ଜିଲ୍ଲା ପ୍ରଶାସନର ନୁହେଁ । ଏହା ରାଜ୍ୟ ସରକାରଙ୍କର କ୍ଷମତା ଏବଂ କେବଳ ରାଜ୍ୟ ସରକାର ରେଡଜୋନ ଘୋଷଣା କରିପାରିବେ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ । ଏଣୁ ସରକାରଙ୍କ ନିଦେ୍ର୍ଦଶ ନଆସିବା ଯାଏ ଅନୁଗୁଳ ପୂର୍ବଭଳି ଗ୍ରୀନଜୋନରେ ରହିବ ବୋଲି ଜିଲ୍ଲାପାଳ ଶ୍ରୀ ମହାନ୍ତି ପ୍ରକାଶ କରିଛନ୍ତି । ତେବେ ସନ୍ଧ୍ୟାରେ ପୁଣି ଅନୁଗୁଳରୁ ଦୁଇଜଣ କରୋନା ପଜିଟିଭ ବାହାରିଥିବା ଜଣାଯାଇଛି ।

ସନ୍ଧ୍ୟାରେ ଜଣାପଡିଥିବା ଅନୁଗୁଳର ଦୁଇଜଣ କରୋନା ପଜିଟିଭ କେଉଁ ଅଚଂଳର ବୋଲି ଜଣାପଡିନଥିବା ବେଳେ ବର୍ତମାନ ଅନୁଗୁଳରୁ କରୋନା ଆକ୍ରାନ୍ତଙ୍କ ୧୫ରେ ପହଚିଂଲା ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Govt
Leave A Reply