ଭୁବନେଶ୍ୱର, ୨୬ ସେପ୍ଟେମ୍ବର ୨୦୨୬: ‘ସ୍ୱଚ୍ଛ ଭାରତ ମିଶନ୍’ ଅନ୍ତର୍ଗତ ‘ସ୍ୱଚ୍ଛତା ହିଁ ସେବା’ ଅଭିଯାନର ଏକ ଅଂଶ ଭାବରେ, ରିଲାଏନ୍ସ ଜିଓର ଓଡିଶା କର୍ମଚାରୀମାନେ ସାରା ରାଜ୍ୟରେ ବିଭିନ୍ନ ସ୍ଥାନରେ ସଫେଇ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।
ଭୁବନେଶ୍ୱରରେ, ଜିଓ ଓଡ଼ିଶା ରାଜ୍ୟ କାର୍ଯ୍ୟଳୟ ପକ୍ଷରୁ ଭୁବନେଶ୍ୱର ମହାନଗର ନିଗମ ସହ ମିଳିତ ଭାବେ ଆଜି ଜନତା ମଇଦାନ ନିକଟସ୍ଥ ମହାତ୍ମା ଗାନ୍ଧୀ ପାର୍କ ଏବଂ ଏହାର ଆଖପାଖ ଅଞ୍ଚଳରେ ସଫେଇ କାର୍ଯ୍ୟ ଓ ଜନସଚେତନତା ସୃଷ୍ଟି କରାଯାଇଥିଲା। ଜିଓ ଓଡ଼ିଶା ରାଜ୍ୟ କାର୍ଯ୍ୟଳୟର କର୍ମଚାରୀ ଓ ବରିଷ୍ଠ ଅଧିକାରୀଙ୍କ ସହିତ ମହାନଗର ନିଗମର ସଫେଇ କର୍ମଚାରୀ ଏବଂ ସ୍ଥାନୀୟ କର୍ପୋରେଟର ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଦୈନନ୍ଦିନ ଜୀବନରେ ସ୍ୱଚ୍ଛତାର ଗୁରୁତ୍ୱ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିଥିଲେ।
ଓଡ଼ିଶାର ବିଭିନ୍ନ ସ୍ଥାନରେ ମଧ୍ୟ ଏହିଭଳି ସଫେଇ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥିଲା, ଯେଉଁଥିରେ ଜିଓ ଓଡ଼ିଶାର କର୍ମଚାରୀମାନେ ଅତ୍ୟନ୍ତ ଉତ୍ସାହର ସହ ‘ସ୍ୱଚ୍ଛତା ହିଁ ସେବା’ ଅଭିଯାନରେ ସାମିଲ ହୋଇଥିଲେ। ରାଜ୍ୟର ୨୫ରୁ ଅଧିକ ସ୍ଥାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ୩୦୦ରୁ ଅଧିକ କର୍ମଚାରୀ ଅଂଶଗ୍ରହଣ କରିଥିଲେ। ରେଳ ଷ୍ଟେସନ୍, ବସ୍ ଷ୍ଟାଣ୍ଡ, ବଜାର ଅଞ୍ଚଳ, ସାର୍ବଜନୀନ ପାର୍କ ଏବଂ ଶିକ୍ଷାନୁଷ୍ଠାନ ଭଳି ଅଧିକ ଲୋକ ସମାଗମ ହେଉଥିବା ସ୍ଥାନଗୁଡ଼ିକରେ ଏହି ସଫେଇ ଓ ଜନସଚେତନତା ସୃଷ୍ଟି କରାଯାଇଥିଲା।
ଦେଶ ‘ସ୍ୱଚ୍ଛ ଭାରତ ମିଶନ୍’ର ଦ୍ୱାଦଶତମ ବାର୍ଷିକୀ ପାଳନ କରୁଥିବା ବେଳେ, ରିଲାଏନ୍ସ ଜିଓର କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟମାନେ ୧୭ ସେପ୍ଟେମ୍ବର ରୁ ୨ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ସାରା ଦେଶରେ ଏକ ବ୍ୟାପକ ‘ସ୍ୱଚ୍ଛତା ହିଁ ସେବା ୨୦୨୬’ ସଫେଇ ଅଭିଯାନରେ ସାମିଲ ହେଉଛନ୍ତି। ଏହି ଅଭିଯାନରେ ସାମିଲ ହୋଇ ଜିଓ ଏବଂ ସମ୍ପୂର୍ଣ୍ଣ ରିଲାଏନ୍ସ ପରିବାର ଏକ ସ୍ୱଚ୍ଛ ଓ ସୁସ୍ଥ ଭାରତ ଗଠନ ଦିଗରେ ନିଜର ଯୋଗଦାନ ଦେଉଛନ୍ତି। ଏହା ସ୍ୱଚ୍ଛତା ପ୍ରତି ସେମାନଙ୍କର ସାମୂହିକ ପ୍ରତିବଦ୍ଧତାକୁ ପ୍ରଦର୍ଶିତ କରିବା ସହିତ ଅନ୍ୟମାନଙ୍କୁ ସକାରାତ୍ମକ ପରିବର୍ତ୍ତନ ଆଣିବା ତଥା ଅର୍ଥପୂର୍ଣ୍ଣ ପରିବର୍ତ୍ତନ ଦିଗରେ ସହଯୋଗ କରିବା ପାଇଁ ଅନୁପ୍ରାଣିତ କରୁଛି।
