ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ଜାପାନ ପ୍ରତିରକ୍ଷା ମନ୍ତ୍ରୀ
କିଛିଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ସାନାଏ ତାକାଇଚିଙ୍କ ଭାରତ ଗସ୍ତ ସମୟରେ ତାଙ୍କ ସହ ଫଳପ୍ରଦ ଆଲୋଚନାକୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ ମେକ-ଇନ-ଇଣ୍ଡିଆ ଅଧୀନରେ ପ୍ରତିରକ୍ଷା ଏବଂ ସହ-ଉତ୍ପାଦନରେ ଭାରତୀୟ କମ୍ପାନୀ ଓ ଷ୍ଟାର୍ଟ-ଅପ୍ସ ସହିତ ଜାପାନର ସହଭାଗିତା ସୁଯୋଗ ଉପରେ ଆଲୋକପାତ କଲେ ପ୍ରଧାନମନ୍ତ୍ରୀ
ଭାରତକୁ ସରକାରୀ ଗସ୍ତରେ ଥିବା ଜାପାନର ପ୍ରତିରକ୍ଷା ମନ୍ତ୍ରୀ ସିଞ୍ଜିରୋ କୋଇଜୁମି ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି।
ପ୍ରଧାନମନ୍ତ୍ରୀ ଜୁଲାଇ ୨୦୨୬ରେ ଷୋଡ଼ଶ ଭାରତ-ଜାପାନ ବାର୍ଷିକ ଶିଖର ସମ୍ମିଳନୀ ପାଇଁ ଭାରତ ଗସ୍ତରେ ଆସିଥିବା ସମୟରେ ପ୍ରଧାନମନ୍ତ୍ରୀ ସାନାଏ ତାକାଇଚିଙ୍କ ସହ ତାଙ୍କର ବିସ୍ତୃତ ଆଲୋଚନାକୁ ସ୍ମରଣ କରିଥିଲେ । ଶ୍ରୀ ମୋଦୀ ଭାରତ ଏବଂ ଜାପାନ ମଧ୍ୟରେ ପ୍ରତିରକ୍ଷା ସହଯୋଗରେ ସ୍ଥିର ଅଗ୍ରଗତିକୁ ପ୍ରଶଂସା କରିଛନ୍ତି ।
ପ୍ରଧାନମନ୍ତ୍ରୀ ଭାରତ ଓ ଜାପାନ ମଧ୍ୟରେ ସ୍ୱତନ୍ତ୍ର ରଣନୀତିକ ଏବଂ ବିଶ୍ୱସ୍ତରୀୟ ସହଭାଗୀତାକୁ ଆହୁରି ମଜବୁତ କରିବା ପାଇଁ ତାଙ୍କର ଦୃଷ୍ଟିକୋଣକୁ ଉଲ୍ଲେଖ କରିଥିଲେ। ଭାରତ-ପ୍ରଶାନ୍ତ ମହାସାଗର କ୍ଷେତ୍ର ଏବଂ ଏହାର ବାହାରେ ଶାନ୍ତି, ସ୍ଥିରତା ଓ ସମୃଦ୍ଧିକୁ ଆଗକୁ ବଢ଼ାଇବା ପାଇଁ ଭାରତ-ଜାପାନ ପ୍ରତିରକ୍ଷା ଓ ସୁରକ୍ଷା ସହଯୋଗ ଉପରେ ଆଲୋକପାତ କରିଥିଲେ।
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ମେକ-ଇନ-ଇଣ୍ଡିଆ ଅଧୀନରେ ପ୍ରତିରକ୍ଷା ସହ-ବିକାଶ ଏବଂ ସହ-ଉତ୍ପାଦନରେ ଭାରତୀୟ କମ୍ପାନୀ ଓ ଷ୍ଟାର୍ଟ-ଅପ୍ସ ସହିତ ଜାପାନର ସହଭାଗିତା ସୁଯୋଗ ଉପରେ ଆଲୋକପାତ କରିଥିଲେ ।
ପ୍ରତିରକ୍ଷା ମନ୍ତ୍ରୀ କୋଇଜୁମି ପ୍ରଧାନମନ୍ତ୍ରୀଙ୍କୁ ଦ୍ୱିପାକ୍ଷିକ ପ୍ରତିରକ୍ଷା ସହଯୋଗର ପ୍ରଗତି ବିଷୟରେ ଅବଗତ କରାଇଥିଲେ ଏବଂ ଭାରତ ସହ ସମ୍ପର୍କକୁ ଆହୁରି ନିବିଡ଼ କରିବା ପାଇଁ ଜାପାନ ସରକାରଙ୍କ ନିରନ୍ତର ପ୍ରତିବଦ୍ଧତାକୁ ଦୋହରାଇଥିଲେ।
