ଫାରସ ର ଉପକୂଳବର୍ତ୍ତୀ ଅଂଚଳକୁ ଦୁନିଆ ସହିତ ଯୋଡ଼ୁଥିବା ହର୍ମୁଜ ସ୍ଟ୍ରେଟ ବର୍ତମାନ ବୈଶ୍ୱାୟିକ ଭୁ – ରାଜନୀତି ରେ ଗୋଟିଏ ମୁଖ୍ୟ ଆଖଡ଼ା ସ୍ଥଳ ରେ ପରିଣତ ହୋଇଛି, ଏହି ହର୍ମୁଜ ସ୍ଟ୍ରେଟ ର ପ୍ରକୃତ ମାଲିକ କିଏ ଓ ଏହା ପ୍ରକୃତରେ କଣ ? ଆସନ୍ତୁ ଜାଣିବା ଏହା ଦୁନିଆ ପାଇଁ ଏତେ ମୂଲ୍ୟବାନ କାହିଁକି ?
ବର୍ତମାନ ଇରାନ-ଆମେରିକା ମଧ୍ୟରେ ଯୁଦ୍ଧର କାରଣ ହେଉଛି ହର୍ମୁଜ ସ୍ଟ୍ରେଟ , ଏବଂ ଆମେରିକା ରାଷ୍ଟ୍ରପତି ଏହି ଅଞ୍ଚଳକୁ ଆମେରିକାର ନୂଆ ଇଲାକା ଭାବରେ ମଧ୍ୟ ଘୋଷଣା କରିସାରିଲେଣି, ଯାହାକୁ ନେଇ ବର୍ତମାନ ମିଡିଲ ଇଷ୍ଟ ଦେଶ ଦେଶ ଗୁଡିକ ଚିନ୍ତାରେ ପଡିଛନ୍ତି, ଦୁନିଆର ସାମୁଦ୍ରିକ ରାସ୍ତାରେ ବିକ୍ରି ହେଉଥିବା ତେଲ ବ୍ୟବସାୟ ର ୨୦-୨୫ ପ୍ରତିଶତ କଞ୍ଚା ତେଲ ଓ ଗ୍ୟାସ ଏହି ହର୍ମୁଜ ସ୍ଟ୍ରେଟ ଦେଇ ଆତଯାତ କରିଥାଏ, ଏଠାରେ ଯଦି କିଛି ବି ଅସୁବିଧା ହୁଏ ଅନ୍ତରାଷ୍ଟ୍ରୀୟ ବଜାରରେ ତୁରନ୍ତ ତେଲ ର ମୂଲ୍ୟ ବଢିଯାଏ l
କିନ୍ତୁ ହର୍ମୁଜ ସ୍ଟ୍ରେଟ କଣ ପ୍ରଥମେ ଜାଣିବା ଜରୁରୀ, ଯେଉଁଥିପାଇଁ ଡୋନାଲଡ ଟ୍ରମ୍ପ ନିଜର ସବୁକିଛି ଲଗାଇ ଦେଇଛନ୍ତି, ଏବଂ ଏହା ଦୁନିଆର ଅର୍ଥବ୍ୟବସ୍ଥା ପାଇଁ କାହିଁକି ଏତେ ଜରୁରୀ ବୋଲି କୁହାଯାଉଛି , ଆସନ୍ତୁ ଜାଣିବା …
ହର୍ମୁଜ ସ୍ଟ୍ରେଟ ଗୋଟିଏ ସଂକରା ସାମୁଦ୍ରିକ ରାସ୍ତା, ଯାହା ଫାରସ ର ଉପକୂଳବର୍ତ୍ତୀ ଅଞ୍ଚଳ କୁ ଆରବ ସାଗର ସହିତ ଯୋଡୁଛି, ଏହାର ଉତ୍ତରରେ ଇରାନ ରହିଛି , ଦକ୍ଷିଣ ରେ ଓମାନ ଓ UAE , ଏବଂ ଏହାର ଆଖପାଖ ଚତୁର୍ପାର୍ଶ୍ୱରେ ଦୁନିଆର ସବୁଠୁ ଅଧିକ ତେଲ ତେଲ ଉତ୍ପାଦକ ଦେଶ କତର, ସାଉଦି ଆରବ ଇତ୍ୟାଦି ରହିଛନ୍ତି, ତେଣୁ ଦୁନିଆର ସବୁଆଡ ର କଞ୍ଚା ତେଲ ସପ୍ଲାଏ ଏହି ରାସ୍ତା ହୋଇ ଯାଇଥାଏ l
କେତେ ଦୀର୍ଘକାୟ ସ୍ଟ୍ରେଟ ଅଫ ହର୍ମୁଜ ?
ହର୍ମୁଜ ର ଲମ୍ବ ପାଖାପାଖି ୧୬୭ କିଲୋମିଟର, ଏବଂ ଏହାର ଚଉଡା ମଝିରେ ମଝିରେ ପରିବର୍ତ୍ତନ ହୋଇଥାଏ, ଏବଂ ଜାହାଜ ଗୁଡିକ ଯିବା ଆସିବା କରିବା ପାଇଁ ମଧ୍ୟ ଠିକ ରହିଥାଏ l
ଏହି ସାମୁଦ୍ରିକ ରାସ୍ତାରେ ପ୍ରତ୍ୟେକ ଦିନ ଦୁନିଆର ବିଭିନ୍ନ ସ୍ଥାନକୁ କଞ୍ଚା ତେଲ ଓ ଗ୍ୟାସ ସପ୍ଲାଏ ହୋଇଥାଏ, ଆମେରିକାର ଏନର୍ଜି ଇନଫର୍ମେଶନ ଆଡ୍ମିନିଷ୍ଟ୍ରେସନ ର ତଥ୍ୟ ଅନୁଯାୟୀ ପ୍ରତ୍ୟେକ ଦିନ ପ୍ରାୟ ୨ . ୦୮ କୋଟି ବ୍ୟାରେଲ କଞ୍ଚା ତେଲ ଓ ଇନ୍ଧନ ପ୍ରତିଦିନ ସପ୍ଲାଏ ହୋଇଥାଏ l ଦୁନିଆର ସମସ୍ତ ସ୍ଥାନରେ ତେଲ ଓ ଇନ୍ଧନ ପହଂଚିବା ପାଇଁ ଏହା ମାତ୍ର ଗୋଟିଏ ସାମୁଦ୍ରିକ ରାସ୍ତା, ଏଠାରେ ଯଦି ସାମାନ୍ୟ ଉତେଜନା ଦେଖାଦିଏ ତେବେ ଦୁନିଆରେ ପେଟ୍ରୋଲ, ଡିଜେଲ ଓ ଇନ୍ଧନ ର ମୂଲ୍ୟ ତୁରନ୍ତ ବଢିଯାଏ, ଏବଂ ବିଶ୍ୱ ରେ ବିଭିନ୍ନ ଜିନିଷର ମୂଲ୍ୟ ବୃଦ୍ଧି ହୋଇଯାଏ l
କାହିଁକି ହର୍ମୁଜ କୁ ଟ୍ରମ୍ପ କହିଲେ US ଟେରିଟୋରୀ ?
୨୦୨୬ ଫେବୃଆରୀ ୨୮ ରେ ଆମେରିକା ଓ ଇସ୍ରାଏଲ ମିଳିତ ଭାବରେ ଇରାନ ଉପରେ ଆକ୍ରମଣ କରିଦେଲେ, ଏବଂ ଏହାପରେ ଇରାନ ହର୍ମୁଜ ସମ୍ପୂର୍ଣ ଭାବରେ ବନ୍ଦ କରିବା ପାଇଁ ଘୋଷଣା କଲା, ଇରାନ ଓ ଆମେରିକା ମଧ୍ୟରେ ବୁଝାମଣା ହେବାରେ ଅସଫଳ ହେଲା, ଗୋଟିଏ ପଟରେ ଆମେରିକା ନଇଁବାକୁ ପ୍ରସ୍ତୁତ ନୁହେଁ , ଏବଂ ଇରାନ ନିଜ ହକ ଛାଡିବାକୁ ପ୍ରସ୍ତୁତ ନୁହେଁ , ବର୍ତମାନ ଆମେରିକୀୟ ନୌସେନା ସମ୍ପୂର୍ଣ ଭାବରେ ହର୍ମୁଜ ସ୍ଟ୍ରେଟ ଉପରେ କବ୍ଜା କରି ରହିଛନ୍ତି, ଯାହାକୁ ନେଇ ଟ୍ରମ୍ପ ଦାବି କରିଛନ୍ତି ଯେ ହର୍ମୁଜ ସ୍ଟ୍ରେଟ ବର୍ତମାନ ଆମେରିକା ର ଅଞ୍ଚଳ l ଯାହାଦ୍ୱାରା ଡୋନାଲଡ ଟ୍ରମ୍ପ ଙ୍କ ଉଦେଶ୍ୟ ରହିଛି ଦୁନିଆ ଉପରେ କବ୍ଜା କରିପାରିବେ l
ଯେବେକି ସ୍ଟ୍ରେଟ ଅଫ ହର୍ମୁଜ କୌଣସି ଗୋଟିଏ ଦେଶର ନୁହେଁ, ଭୌଗଳିକ ରୂପରେ ଦେଖିବାକୁ ଗଲେ ଏହା ୨ଟି ଦେଶ ଙ୍କ ମଧ୍ୟରେ ବଣ୍ଟା ଯାଇଛି, ଉତର ଭାଗରେ ଇରାନ କଣ୍ଟ୍ରୋଲ ରେ ଏବଂ ଦକ୍ଷିଣ ଭାଗ ଉପରେ ଓମାନ ର କଣ୍ଟ୍ରୋଲ ରହିଛି l ଅନ୍ତରାଷ୍ଟ୍ରୀୟ ନିୟମ ଅନୁସାରେ ଏହି ରାସ୍ତା ଦୁନିଆର ସମସ୍ତ ଦେଶ ଙ୍କର ବୋଲି ଦର୍ଶା ଯାଇଛି, ଏବଂ ଇରାନ ଓ ଓମାନ ମଧ୍ୟ ତେଲ ଓ ଇନ୍ଧନ ବ୍ୟବସାୟ ପାଇଁ କାହାକୁ ରୋକ ଟୋକ କରନ୍ତି ନାହିଁ l
ଏହାଛଡା ସଂଯୁକ୍ତ ରାଷ୍ଟ୍ର ସାମୁଦ୍ରିକ ନିୟମ ଅନୁସାରେ ବ୍ୟବସାୟ ପାଇଁ କୌଣସି ଦେଶର ଜାହାଜ କୁ ଅଟକା ଯାଇ ପାରିବ ନାହିଁ, କିନ୍ତୁ ବର୍ତମାନ ଯେଉଁ ଦେଶ ଗୁଡିକ ସ୍ଟ୍ରେଟ ଅଫ ହର୍ମୁଜ ଦେଇ ନିଜର ତୈଳ ବ୍ୟବସାୟ କରୁଛନ୍ତି ସେମାନଙ୍କ ଉପରେ ଟ୍ରମ୍ପ ଙ୍କ ଘୋଷଣା ପ୍ରବଳ ଚାପ ପକାଇଛି l
