ପାକିସ୍ଥାନ ର ଆଦିୟାଲl ଜେଲ ରେ ଦୀର୍ଘ ୩ବର୍ଷ ରୁ ଉର୍ଧ୍ଵ ହେଲାଣି ବନ୍ଦୀ ହୋଇ ରହିଛନ୍ତି, ୭୩ ବର୍ଷୀୟ ଇମ୍ରାନ ଖାନ ବର୍ତମାନ ଇସ୍ଲାମଵାଦ ସ୍ଥିତ ଘରୋଇ ଡାକ୍ତରଖାନା ସିଫା ଇଣ୍ଟରନେଶନାଲ ହସ୍ପିଟାଲ ରେ ଭର୍ତି କରାଯିବ ବୋଲି ପାକିସ୍ଥାନ ସୁପ୍ରିମ କୋର୍ଟ ନିର୍ଦେଶ ଦେଇଛନ୍ତି l
ପାକିସ୍ଥାନ ର ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଜେଲ ରେ ବନ୍ଦୀ ଜୀବନ ବିତାଉଛନ୍ତି, ଏବଂ ତାଙ୍କ ଶରୀର ଅସୁସ୍ଥଙ୍କୁ ନେଇ ପରିବାର ସଦସ୍ୟ ଚିନ୍ତିତ ଅଛନ୍ତି, ଏବଂ ଠିକ ଏହି ସମୟରେ ପାକିସ୍ଥାନ ସୁପ୍ରିମ କୋର୍ଟ ଗୋଟିଏ ବଡ଼ ଆଦେଶ ଦେଇଛନ୍ତି, ସୁପ୍ରିମ କୋର୍ଟ କହିଛନ୍ତି ତୁରନ୍ତ ଇମ୍ରାନ ଙ୍କୁ ଜେଲ ରୁ ଇସ୍ଲାମବାଦ ର ଗୋଟିଏ ପ୍ରାଇଭେଟ ହସ୍ପିଟାଲ କୁ ସିଫ୍ଟ କରାଯାଉ, କୋର୍ଟ ଙ୍କ ନିର୍ଦେଶ ଅନୁସାରେ ଇମ୍ରାନ ଙ୍କୁ ୪୮ ଘଣ୍ଟା ମଧ୍ୟରେ ସିଫା ଇଣ୍ଟରନେଶନାଲ ହସ୍ପିଟାଲ ସିଫ୍ଟ କରାଯିବ, ଏବଂ ସେଠାରେ ଇମ୍ରାନ ସେପ୍ଟେମ୍ବର ୧୬ ପର୍ଯ୍ୟନ୍ତ ରହିବେ, ଏବଂ ତାଙ୍କ ସ୍ୱାସ୍ଥ୍ୟର ନିରୀକ୍ଷଣ ପାଇଁ ଗୋଟିଏ ମେଡିକାଲ ବୋର୍ଡ ଗଠନ କରାଯିବ, ଏବଂ ବିଶେଷ କଥାଟି ହେଲା କୋର୍ଟ ନିର୍ଦେଶ ଦେଇଛନ୍ତି ଯେ ଏହି ଡାକ୍ତରଙ୍କ ବୋର୍ଡ ରେ ତାଙ୍କ ଭଉଣୀ ଆଲିମା ଖାନ ମଧ୍ୟ ସାମିଲ କରାଯିବ l
ସୁପ୍ରିମ କୋର୍ଟଙ୍କ ଏହି ନିର୍ଦେଶ ଏଭଳି ସମୟରେ ଆସିଛି ଯେତେବେଳେ ଇମ୍ରାନ ଖାନ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା କୁ ନେଇ ଲଗାତାର ପାକିସ୍ଥାନ ରେ ପ୍ରଶ୍ନ ଉଠି ଆସୁଛି, ଇମ୍ରାନ ଙ୍କ ପାର୍ଟି ଓ ପରିବାର ଲଗାତାର ଦାବି କରି ଆସୁଛନ୍ତି ଯେ ତାଙ୍କୁ ଜେଲ ରେ ଉପଯୁକ୍ତ ଚିକିତ୍ସା ସୁବିଧା ମିଳୁ ନାହିଁ, ଇମ୍ରାନ ଙ୍କ ନିକଟତର ସହଯୋଗୀ ଜୁଲଫିକର ଅଲି ବୁଖାରି କୋର୍ଟ ଙ୍କ ଆଦେଶ କୁ ସ୍ୱାଗତ କରିଛନ୍ତି ଏବଂ କହିଛନ୍ତି ଯେ ଏହି ନିର୍ଦେଶ ପୂର୍ବରୁ ଆସିବା ଜରୁରୀ ଥିଲା l
ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା କୋର୍ଟଙ୍କର ନିର୍ଦେଶ ଆସିବାର ମାତ୍ର ଗୋଟିଏ ଦିନ ପୂର୍ବରୁ ଜେଲ ପ୍ରଶାସନ ପକ୍ଷରୁ ଇମ୍ରାନ ଙ୍କ ସ୍ୱାସ୍ଥ୍ୟ କୁ ନେଇ ସକାରାତ୍ମକ ସୂଚନା ମିଳିଛି, ଏବଂ କୁହାଯାଇଛି ଯେ ଚିକିତ୍ସା ପରେ ତାଙ୍କ ଆକ୍ଷି ବର୍ତମାନ ଠିକ ଅଛି, କିନ୍ତୁ ଇମ୍ରାନ ଙ୍କ ପାର୍ଟି କିମ୍ବା ପରିବାର ସଦସ୍ୟ ଏହାକୁ ବିଶ୍ୱାସ କରୁନାହାନ୍ତି l
