Odisha news

ଟାଟୁ କରିବାକୁ ନେଇ ଦେଶରେ ଲାଗୁ ହେବକି ନିୟମ ? କର୍ଣ୍ଣାଟକ ସରକାର କାହିଁକି ଚାହୁଁଛନ୍ତି ଲାଗୁ ହେଉ ନିୟମ ?

0

ବର୍ତମାନ ଆଧୁନିକ ଦେଖାଯିବା ପାଇଁ ମଣିଷର ପୋଷାକ, ଶୈଳୀ ସହିତ ଆଉ ଗୋଟିଏ ଜିନିଷ ଯୋଡି ହୋଇଯାଇଛି, ତାହା ହେଉଛି ‘ଟାଟୁ’,  ସ୍ମାର୍ଟ କଲଚର ପାଇଁ ଶରୀରରେ ଟାଟୁ କରିବାର ରହିଛି ଗୋଟିଏ ବିଶେଷ କ୍ରେଜ l କିନ୍ତୁ ଏହି ଟାଟୁ ବର୍ତମାନ ବଢ଼ାଇଛି କର୍ଣ୍ଣାଟକ ସରକାରଙ୍କର ଚିନ୍ତା l ବିୟୁଟି ପାର୍ଲର ଭଳି ଟାଟୁ ପାର୍ଲର ମଧ୍ୟ ଛତୁ ଫୁଟିଲା ଭଳି ମାଡି ଚାଲିଛି, ଏହା ମଧ୍ୟରେ କର୍ଣ୍ଣାଟକ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଗୋଟିଏ ରିପୋର୍ଟ ପଠା ଯାଇଛି , ଏବଂ ସେଥିରେ କୁହାଯାଇଛି ଯେ ଦେଶରେ ଟାଟୁ ଆଙ୍କିବା ପାଇଁ ଗୋଟିଏ ନିୟମ ଲାଗୁ କରାଯାଉ l

ଦେହରେ ଟାଟୁ କରିବା ମାନବ ସମାଜର ଗୋଟିଏ ପୁରାତନ ସଭ୍ୟତା, ଖୁବ ପୂର୍ବରୁ ଲୋକେ ଟାଟୁ ମାଧ୍ୟମରେ ନିଜ ନାମ ଶରୀରରେ ଖୋଦେଇ କରୁଥିଲେ l କିଛି କିଛି ଜନଜାତି ଟାଟୁ ମାଧ୍ୟମରେ ନିଜ ଧର୍ମ କୁ ମଧ୍ୟ ଖୋଦେଇ କରୁଥିଲେ l ଏବଂ ଭାରତ ଭଳି ଦେଶରେ ଟାଟୁ ର ମୂଲ୍ୟ ୫୦୦ ରୁ ନେଇ ୫ହଜାର କିମ୍ବା ଏହାଠାରୁ ଅଧିକ ପର୍ଯ୍ୟନ୍ତ ରହିଛି l ପୂର୍ବରୁ ଆଜିଭଳି ସ୍ୱାସ୍ଥ୍ୟକର ଟାଟୁ ପାର୍ଲର ନଥିଲା, ଯାହାଦ୍ୱାରା ଶରୀରରେ ଏଲର୍ଜୀ ଭଳି କୌଣସି ରୋଗ ଦେଖିବାକୁ ମିଳୁଥିଲା, କିନ୍ତୁ ବର୍ତମାନ ସ୍ୱାସ୍ଥ୍ୟକର ଓ ସୁନ୍ଦର ପରିବେଶ ରେ ଟାଟୁ କରି ମଧ୍ୟ ଲୋକେ HIV ଭଳି ରୋଗରେ ପୀଡିତ ହେଉଛନ୍ତି, ଯାହାକି ଆଜିର ଯୁବପିଢ଼ି ଙ୍କ ପାଇଁ ଗୋଟିଏ ବଡ଼ ବିପଦ l

ଏବଂ ବର୍ତମାନ ଫୁଟ ପାଥ ଠାରୁ ନେଇ ସାର୍ଟିଫିକେଟ ଧାରୀ ବଡ଼ ବଡ଼ ପାର୍ଲର ରେ ମଧ୍ୟ ଭୟର ବାତାବରଣ ଦେଖିବାକୁ ମିଳିଛି, ଟାଟୁ କରି ଲୋକେ ବଡ଼ ବଡ଼ ରୋଗରେ ପୀଡିତ ହେଉଛନ୍ତି, ଆମ ଦେଶରେ ଟାଟୁ ପାଇଁ ବ୍ୟବହାର ହେଉଥିବା ସାହୀ ଠାରୁ ନେଇ ଛୁଞ୍ଚି ପର୍ଯ୍ୟନ୍ତ କୌଣସି ଜିନିଷ ପାଇଁ କିଛି ନିୟମ ନାହିଁ, ଯାହାକି ବାହାର ଦେଶରୁ ଉପଲବ୍ଧ କରାଯାଉଛି l କର୍ଣ୍ଣାଟକ ସରକାର କହିଛନ୍ତି ଯେ ଯେତେଦିନ ପର୍ଯ୍ୟନ୍ତ ଦେଶରେ ଟାଟୁ ତିଆରି କରିବା ପାଇଁ ସିଆହୀ ର ଉତ୍ପାଦନ ହୋଇନାହିଁ ସେତେଦିନ ପର୍ଯ୍ୟନ୍ତ ଦେଶର ନାଗରିକଙ୍କ ସ୍ୱାସ୍ଥ୍ୟବସ୍ଥା ପ୍ରତି କୌଣସି ଗ୍ୟାରେଂଟି ଦିଆଯିବ ନାହିଁ l ଟାଟୁ ଇଙ୍କ ରେ ବିଭିନ୍ନ ପ୍ରକାର କେମିକାଲ ମିଶା ଯାଉଛି, ଯାହାକି ଟାଟୁ କରିବା ସମୟ ରେ ଶରୀର ମଧ୍ୟକୁ ଯାଉଛି ଏବଂ HIV ଓ କ୍ୟାନ୍ସର ଭଳି ରୋଗର କାରଣ ହେଉଛି l

Nalco
Leave A Reply