Odisha news

ଦେଶ ପାଳୁଛି ୭୯ ତମ ସ୍ୱାଧୀନତା ଦିବସ : ଦେଶର ସ୍ୱାଧିନତାରେ ଓଡ଼ିଆ ବୀର ୧୨ ବର୍ଷର ବାଜି ରାଉତ ର ଯୋଗଦାନ  

0

Padmaja Pattanaik : ଭାରତରର ସ୍ୱତନ୍ତ୍ରତା ରେ ଓଡ଼ିଆ ପୁଅର ବଳିଦାନ ଆଜିମଧ୍ୟ ରହିଛି ଗୋଟିଏ ଅଲିଭା ଗାର ହୋଇ, ୧୮୧୭ ର ପାଇକ ବିଦ୍ରୋହ ଇତିହାସ ପୃଷ୍ଠାରେ ରହିଛି ଲିପିବଦ୍ଧ ହୋଇ, ବକ୍ସି ଜଗବନ୍ଧୁ ବିଦ୍ୟାଧର ଙ୍କ ନେତୃତ୍ୱରେ ହୋଇଥିବା ପାଇକ ବିଦ୍ରୋହ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ବିରୁଦ୍ଧରେ ପ୍ରଥମ ସଶସ୍ତ୍ର ପ୍ରତିରୋଧ ଥିଲା, ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲାରୁ ପାଇକ ସମାଜ ଦ୍ୱାରା ଆରମ୍ଭ ହୋଇଥିବା ଏହି ବିଦ୍ରୋହ ର ସମ୍ବନ୍ଧ ୧୮୫୭ ସିପାହୀ ବିଦ୍ରୋହ ସହିତ ରହିଛି l

ବ୍ରିଟିଶ ସରକାରଙ୍କର ଓଡିଶା ଉପରେ କବ୍ଜା ପରେ ପାଇକ ଯୋଦ୍ଧା ମାନଙ୍କର ଋଣ ମୁକ୍ତ ଜମି କୁ ବ୍ରିଟିଶ ସରକାର ଛଡାଇ ନେଇଥିଲା, ଯାହାଦ୍ୱାରା କୃଷକ ମାନଙ୍କ ଉପରେ ବୋଝ ବଢିଗଲା, ଯେଉଁ କାରଣରୁ ଓଡ଼ିଶାର ପାଇକ ପୁଅ ବିଦ୍ରୋହ କୁ ଓହ୍ଲାଇଥିଲା l ଏହି ବିଦ୍ରୋହ ରେ ଜମିଦାର, ଚାଷୀ ଓ ଅନ୍ୟ ଜନଜାତି ଙ୍କ ବହୁ ସମର୍ଥନ ମିଳିଥିଲା l ବିଦ୍ରୋହୀ ମାନେ ସରକାରୀ ଅଫିସ ଗୁଡିକ ଉପରେ  ଆକ୍ରମଣ କଲେ ଓ ଇଂରେଜ ସରକାରଙ୍କ ପାଇଁ ଭୟର କାରଣ ହୋଇଥିଲା l

ଓଡ଼ିଶାର ଗଡଜାତ ଅଂଚଳ ରେ ଆଦିବାସୀ ସମୁଦାୟ ଓ ରାଜା ମାନେ ବ୍ରିଟିଶ ଶାସନ ର ଶୋଷଣ ବିରୁଦ୍ଧରେ ଅସ୍ତ୍ର ଉଠାଇଥିଲେ, ଯାହାକୁ ଘୁମଷର ବିଦ୍ରୋହ କୁହାଯାଇଥାଏ l ଏଥିରେ ବିଶେଷ ଭାବରେ ଗଂଜାମ ଓ କନ୍ଧମାଳ ଜନଜାତି ର ରାଜା ଓ ତାଙ୍କ ସୈନିକ ସାମିଲ ହେଉଥିଲେ, ଏହା ବ୍ରିଟିଶ ଶାସନ ବିରୁଦ୍ଧରେ ଗୋଟିଏ ବଡ଼ ସଂଘର୍ଷ ଥିଲା, ଘୁମଷର ବିଦ୍ରୋହ ୧୮୩୫-୧୮୩୬ ମଧ୍ୟରେ ଦୌରା ବିଶୋଇ ଙ୍କ ନେତୃତ୍ୱରେ ହୋଇଥିଲା l

୧୮୫୭ ରେ ସିପାହୀ ବିଦ୍ରୋହର ବହୁ ପୂର୍ବରୁ ୧୮୨୭ ରେ ଓଡ଼ିଆ କ୍ରାନ୍ତିକାରୀ ବୀର ପୁଅ ବୀର ସୁରେନ୍ଦ୍ର ସାଏ ଇଂରେଜ ସରକାର ବିରୁଦ୍ଧରେ ବିଦ୍ରୋହ ର ବିଗୁଲ ବଜାଇ ସାରିଥିଲେ, ସୁରେନ୍ଦ୍ର ସାଏ ଙ୍କ ଅଧକ୍ଷତା ରେ ପଶ୍ଚିମ ଓଡିଶା ଝାସ ଦେଇଥିଲା ଦେଶର ସ୍ୱାଧିନତାରେ l ଏବଂ ଦୀର୍ଘ ୩୭ ବର୍ଷ ଜେଲ ଦଣ୍ଡ ଭୋଗିଥିଲେ, ଯାହାକି ବ୍ରିଟିଶ ଶାସନ ରେ ଥିଲା ସବୁଠୁ ଦୀର୍ଘ ଜେଲ ଦଣ୍ଡ l ଇଂରେଜ ସରକାର ବିରୁଦ୍ଧରେ ମାତ୍ର ୧୮ ବର୍ଷ ଆୟୁ ରୁ ଦେଶର ସ୍ୱାଧୀନତା ପାଇଁ ଓଲ୍ହାଇ ଥିଲେ ଆନ୍ଦୋଳନ କୁ l ୧୮୫୭ ରେ ସିପାହୀ ବିଦ୍ରୋହ ସାରା  ଗୋଟିଏ ବିଶlଳ ରୂପ  ନେଇଥିଲା l ଏବଂ ବିଦ୍ରୋହ ସମୟ ହଜାରୀବାଗ ଜେଲ୍ ଭାଙ୍ଗିଥିଲା, ସୁରେନ୍ଦ୍ର ସାଏ ସେଠାରୁ ମୁକ୍ତ ହୋଇ ସିଧା ସମ୍ବଲପୁର ରେ ପହଂଚି ଥିଲେ l ଏବଂ ନିଜ ସାଥି ମାନଙ୍କ ସହିତ ପୁନର୍ବାର ମିଶି ଓଡ଼ିଶାର ବଣ ଜଙ୍ଗଲରେ ପଶି ଇଂରେଜ ସରକାର ବିରୁଦ୍ଧରେ ଗୋରିଲା ଯୁଦ୍ଧ ଆରମ୍ଭ କରିଥିଲେ, ଯାହାକି କ୍ରାନ୍ତି ରେ ଗୋଟିଏ ବଡ଼ ଯୁଦ୍ଧ ଥିଲା l ୧୮୬୪ ରେ ତାଙ୍କୁ ପୁନର୍ବାର ଗିରଫ କରାଗଲା ଏବଂ ମଧ୍ୟପ୍ରଦେଶ ର ଅସୀର ଗଡ଼ କିଲ୍ଲାରେ ବନ୍ଦୀ କରାଯାଇଥିଲା l ବନ୍ଦୀ ଜୀବନ ରେ ଅନେକ କଷ୍ଟ ଓ ନିର୍ଯ୍ୟାତନା ତାଙ୍କୁ ଦିଆଯାଇଥିଲା l ଏବଂ ୧୮୮୪ ରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ସେହି କାରାବାସ ରେ l

ଉତ୍କଳର ବରପୁତ୍ର ଉତ୍କଳମଣୀ ଗୋପବନ୍ଧୁ ଦାସ ଙ୍କର ସ୍ୱାଧୀନତା ପାଇଁ ମହାନ ଯୋଗଦାନ ରହିଛି, ଓଡ଼ିଶାରେ ରାଷ୍ଟ୍ରୀୟ ଚେତନା ଉଜାଗର କରିବା ସହିତ ଅସହଯୋଗ ଆନ୍ଦୋଳନ କୁ ମଜବୁତ କରିବାରେ ବଡ଼ ଯୋଗଦାନ ରହିଛି l ୧୮୭୭ ରେ ପୁରୀ ଜିଲ୍ଲାର ସୁଆଣ୍ଡ ଗ୍ରାମରେ ଜନ୍ମ ନେଇଥିବା ଗୋପବଧୂ ଦାସ ପିଲାଟି ଦିନରୁ ସାହସୀ, ନିର୍ଭିକ ଓ ଚେତନାବାଦୀ ଥିଲେ l ୧୯୨୧ ରେ ଓଡ଼ିଶାରେ ଅସହଯୋଗ ଆନ୍ଦୋଳନ ର ନେତୃତ୍ୱ କରିଥିଲେ ଏବଂ ରାଜ୍ୟରେ ଅସହଯୋଗ ଆନ୍ଦୋଳନ କୁ ମଜବୁତ କରିଥିଲେ l ବ୍ରିଟିଶ ସରକାର ବିରୁଦ୍ଧରେ ଜେଲ ଭାରୋ ଆନ୍ଦୋଳନ କରି ଅନେକ ଥର କାରାଦଣ୍ଡ ପାଇଥିଲେ l ୧୯୦୯ ରେ ପୁରୀ ନିକଟରେ ସତ୍ୟବାଦୀ ବକୁଳ ବନ ବିଦ୍ୟାଳୟ ନିର୍ମାଣ କରିଥିଲେ ଓ ଶିକ୍ଷାର୍ଥୀ ମାନଙ୍କୁ ଆଧୁନିକ ଶିକ୍ଷା ସହିତ ଦେଶ ପ୍ରେମ ଶିକ୍ଷା ଦିଆଯାଉଥିଲା l  ୧୯୧୯ ରେ ପରାଧୀନ ଭାରତରେ ଓଡ଼ିଆ ସାପ୍ତାହିକ ସମାଚାର ସମାଜ ର ପ୍ରତିଷ୍ଠା କରିଥିଲେ l ଯାହା ପରେ ଗୋଟିଏ ଦୈନିକ ଖବରକାଗଜ ହୋଇଗଲା l ଏବଂ ଏହି ଖବରକାଗଜ ରେ ବ୍ରିଟିଶ ସରକାର ର ଶୋଷଣ ବିରୁଦ୍ଧରେ ଓଡ଼ିଶାରେ ଜନଜାଗରଣ ଆଣିଥିଲା l ଉତ୍କଳମଣୀ ଗୋପବନ୍ଧୁ ଦାସ ରଜନୀତି ଠାରୁ ଅଧିକ ଗୁରୁତ୍ୱ ମନବତା କୁ ଦେଉଥିଲେ l  ବନ୍ୟା ହେଉ କି ବାତ୍ୟା ହେଉ ଲୋକଙ୍କ ନିକଟରେ ସାହାଯ୍ୟ କରିବାକୁ ଯାଇ ପହଂଚି ଯାଉଥିଲେ l

ଓଡ଼ିଶାର ବୀର ପୁତ୍ର ବାଜୀ ରାଉତ , ଯିଏକି ମାତ୍ର ୧୨ ବର୍ଷ ଅୟୁରେ ଇଂରେଜ ସରକାର ସହିତ ଲଢ଼ିବା ପାଇଁ ଛାତି ଦେଖାଇ ଦେଇଥିଲା l ଅକ୍ଟୋବର ୫ ତାରିଖ ୧୯୨୬ ରେ ଢେଙ୍କାନାଳ ଜିଲ୍ଲାରେ ଜନ୍ମ ନେଇଥିଲେ ଗୋଟିଏ ନାବିକ ପରିବାର ରେ l ଏବଂ ଢେଙ୍କାନାଳ ଜିଲ୍ଲାର ବୈଷ୍ଣବ ପଟନାୟକ ଙ୍କ  ପ୍ରଜାମଣ୍ଡଳ ପାର୍ଟି ରେ ଜଣେ ବାନରସେନା ଭାବରେ କାର୍ଯ୍ୟ କରୁଥିଲେ ବାଜି ରାଉତ , ସେହି ସମୟରେ ଢେଙ୍କାନାଳ ରାଜା ଶଙ୍କର ପ୍ରତାପ ସିଂ ଦେବ ଇଂରେଜ ମାନଙ୍କ ବଡ଼ ଭକ୍ତ ଥିଲେ, ଏବଂ ଇଂରେଜ ଙ୍କ ନିର୍ଦେଶ ରେ ଓଡ଼ିଆ ପୁଅ ଙ୍କ ଉପରେ ଅନେକ ନିର୍ଯ୍ୟାତନା ଦେଉଥିଲେ l ଏହାଦ୍ୱାରା ଜନସାଧାରଣ ଓ ରାଜା ଙ୍କ ମଧ୍ୟରେ ଫାଟ ସୃଷ୍ଟି ହେଲା l  ଏବଂ ଇଂରେଜ ବିରୁଦ୍ଧରେ ପ୍ରଜାମଣ୍ଡଳ ର ଏକଜୁଟ ଦେଖି  ବ୍ରିଟିଶ ସରକାର କଠୋର ହୋଇ ଉଠିଥିଲେ l ଏହାପରେ ବ୍ରିଟିଶ ସରକାର ଢେଙ୍କାନାଳ ର ଗ୍ରାମ ଗୁଡ଼ିକରୁ ଗ୍ରାମବାସୀ ଙ୍କୁ ଗିରଫ କରି ଭୁବନେଶ୍ୱର ନେଇ ଯାଇଥିଲେ , ଏହାପରେ ଥାନା ବାହାରେ ଲୋକ ଙ୍କ ପ୍ରଦର୍ଶନ ଚାଲିଲା ଏବଂ ଇଂରେଜ ସରକାର ଙ୍କ ନିର୍ଦେଶରେ ଗୁଳି ଚାଳନା ହେଲା , ଯେଉଁଥିରେ ଅନେକ ଓଡ଼ିଆ ଯୁବକ ଙ୍କ ମୃତ୍ୟୁ ହୋଇଥିଲା l  ଏବଂ  ଗ୍ରାମୀଣ ଙ୍କ ମଧ୍ୟରେ ଆକ୍ରୋଶ ଆହୁରି ବଢିଗଲା, ଏହାକୁ ଦେଖି ଇଂରେଜ ସୈନ୍ୟ ଓ ପୋଲିସ ଢେଙ୍କାନାଳ ଆଡକୁ  ପଳାୟନ କଲେ, ଏବଂ ଢେଙ୍କାନାଳ ଜିଲ୍ଲା ର ବ୍ରାହ୍ମଣୀ ନଦୀ ର ନୀଳକଣ୍ଠ ଘାଟରେ ପହଁଚିଲେ ଦେଖିଲେ ଗୋଟିଏ ଛୋଟ ପିଲା ନିଜ ଡଙ୍ଗା ରଖି ବସିଛି, ଯିଏକି ବାଜୀ ରାଉତ ଥିଲେ, ଯେତେବେଳେ ବାଜି ରାଉତ ଙ୍କୁ ନଦୀ  ପାର କରିବାକୁ କହିଲେ ସେ କୌଣସି ଉତର ଦେଲେ ନାହିଁ, ଏବଂ ବାରମ୍ବାର ନଦୀ କରିବାକୁ କହିବାରୁ ବାଜି ରାଉତ ମନାକରି ଦେଲେ, ଏବଂ ନିଜ ପ୍ରଜାମଣ୍ଡଳ ର କ୍ରାନ୍ତିକାରୀ ଙ୍କୁ ସତର୍କ କରିବା ପାଇଁ ଜୋର ଜୋର ରେ ଚିଲେଇବାକୁ ଲାଗିଲେ, ଏହାକୁ ଦେଖି ଇଂରେଜ ସୈନ୍ୟ ବାଜି ଙ୍କୁ ଗୁଳି ବିଧ କରି ଚିର ନିଦ୍ରାରେ ଶୁଆଇ ଦେଲେ , ସେହି ଦିନ ଥିଲା ଅକ୍ଟୋବର ୧୧ ତାରିଖ ୧୯୩୮ ମସିହା l

Nalco
Leave A Reply