Odisha news

ବିଜେଡି ନେତାମାନେ ତାଙ୍କ ଦଳର ତକ୍ରାଳୀନ ସରକାରକୁ ବଦ୍ନାମୀରୁ ବଂଚାଇବା ପାଇଁ ବୟାନବାଜୀ କରୁଛନ୍ତି : ବିରଂଚି ନାରାୟଣ ତ୍ରିପାଠୀ

0

 ଜଷ୍ଟିସ ଏ.ଏସ୍ ନାଇଡୁ ଗଣମାଧ୍ୟମ ଆଗରେ କହିଥିଲେ ଯେ, କମିଶନ୍ ରିପୋର୍ଟରେ ଗୋଟିଏ କପି ୨ଟି ଭଲୁ୍ୟମରେ ସେ ତକ୍ରାଳୀନ ବିଜେଡି ସରକାରଙ୍କୁ ଦେଇଥିଲେ
 ତକ୍ରାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାରରେ ଥିଲାବେଳେ ୮ ବର୍ଷ କାଳ ଉକ୍ତ ରିପୋର୍ଟକୁ ତାଙ୍କ ପାଖରେ ରଖିଥିଲେ କାହିିଁକି?
 ପିଏସ୍ଙ୍କ ଜରିଆରେ ଫାଇଲ୍ ଖୋଜିବାକୁ କହି ଓଡ଼ିଶାବାସୀଙ୍କୁ ନବୀନ ପଟ୍ଟନାୟକ ଓ ତାଙ୍କ ଦଳ ଭୂଅାଁ ଭୁଲାଇବାକୁ ଉଦ୍ୟମ କରିଛନ୍ତି
ଭୁବନେଶ୍ୱର, ତା. ୪/୮: ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ (ସିଏମ୍ଓ)ରୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ଘଟଣା ଫାଇଲ ଚୋରି ଘଟଣାରେ ବିଜୁ ଜନତା ଦଳର ନେତାମାନେ ତାଙ୍କ ଦଳର ତକ୍ରାଳୀନ ସରକାରକୁ ବଦ୍ନାମୀରୁ ବଂଚାଇବା ପାଇଁ ସାମ୍ବାଦିକ ସମ୍ମିଳନୀ କରି ବୟାନବାଜୀ କରୁଛନ୍ତି ବୋଲି ଏକ ପ୍ରେସ୍ ବାର୍ତାରେ ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ବିରଂଚି ନାରାୟଣ ତ୍ରିପାଠୀ କହିଛନ୍ତି ।
ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, ସିଏମ୍ଓରୁ ଫାଇଲ୍ ଚୋରି ପ୍ରସଙ୍ଗ ଯେତେବେଳେ ପ୍ରଘଟ ହେଲା ସେତେବେଳେ ଜଷ୍ଟିସ ଏ.ଏସ୍ ନାଇଡୁ ଗଣମାଧ୍ୟମ ଆଗରେ କହିଥିଲେ ଯେ, କମିଶନ୍ ରିପୋର୍ଟରେ ଗୋଟିଏ କପି ୨ଟି ଭଲୁ୍ୟମରେ ସେ ତକ୍ରାଳୀନ ବିଜେଡି ସରକାରଙ୍କୁ ଦେଇଥିଲେ । ଉକ୍ତ ରିପୋର୍ଟ ୧୫୦୦ରୁ ୨୦୦୦ ପୃଷ୍ଟା ପର୍ଯ୍ୟନ୍ତ ଥିଲା । ଯଦି ଗୋଟିଏ ଭଲୁ୍ୟମରେ ଜଷ୍ଟିସ୍ ନାଇଡ୍ୁ ଗୋଟିଏ କପି ଦେଇଥିଲେ ତାହଲେ ବିଜୁ ଜନତା ଦଳର ସର୍ବୋଚ୍ଚ ନେତା ତଥା ତକ୍ରାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାରରେ ଥିଲାବେଳେ ୮ ବର୍ଷ କାଳ ଉକ୍ତ ରିପୋର୍ଟକୁ ତାଙ୍କ ପାଖରେ ରଖିଥିଲେ କାହିିଁକି ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେ କ’ଣ ଉକ୍ତ ରିପୋର୍ଟକୁ ୩ଟା ଭଲୁ୍ୟମ କରି ୩ଟା ଜାଗାରେ ରଖଥିଲେ କି? ୨୦୧୬ ଅକ୍ଟୋବର ୧୯ରୁ ୨୦୨୪ ଜୁନ ୪ ତାରିଖ ପର୍ଯ୍ୟନ୍ତ ତାଙ୍କ ପାଖରେ ଫାଇଲ୍ ରହିଥିଲା ବୋଲି ରିପୋର୍ଟରୁ ଜଣାପଡୁଛି ।

ସେତେବେଳେ ଏହି ଫାଇଲ ନବୀନ ପଟ୍ଟନାୟକ କ’ଣ ପାଇଁ ସାର୍ବଜନୀନ କଲେ ନାହିଁ ତାହା ପ୍ରଥମେ ସ୍ପଷ୍ଟ କରନ୍ତି । ନବୀନ ବାବୁ ଶାସନରୁ ଗଲାପରେ ସବୁ ଫାଇଲ ସିଏମ୍ଓକୁ ଆସିଲା ମାତ୍ର ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ଘଟଣା ଫାଇଲ ଆସି ନ ଥିଲା । ଏନେଇ ଫାଇଲ୍ ସମ୍ପର୍କରେ ବିଜେପି ସରକାରଙ୍କ ପକ୍ଷରୁ ବିଭିନ୍ନ ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତମାନର ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକଙ୍କ ପାଖକୁ ଚିଠି ପ୍ରେରଣ କରାଯାଇ ଅନୁସନ୍ଧାନ କରାଯାଇଥିଲା । ମାତ୍ର ନବୀନ ପଟ୍ଟନାୟକଙ୍କ ପାଖରୁ କୌଣସି ଉତର ମିଳି ନ ଥିଲା । ୨୦୨୫ ନଭେମ୍ବର ୧୫ ତାରିଖରେ ଓଡ଼ିଶା ସରକାରଙ୍କୁ ନବୀନଙ୍କ ପର୍ସନାଲ ସେକ୍ରେଟାରୀ (ପିଏସ୍) ଚିଠି ଲେଖି କହିଲେ ଯେ, ବିରୋଧୀ ଦଳ ନେତା କୁଆଡ଼େ ତାଙ୍କ ପିଏସଙ୍କୁ୍ କହିଛନ୍ତି ଯେ ଫାଇଲ୍ କେଉଁଠି ଅଛିତାକୁ ଖୋଜାଖୋଜି କରନ୍ତୁ । ପୂର୍ବରୁ ନବୀନ ଉକ୍ତ ଫାଇଲ୍ର ଅଧିକୃତ ବ୍ୟକ୍ତି ଥିôବାରୁ ଫାଇଲ୍ କେଉଁଠି ଥିଲା ସେବିଷୟରେ କହିପାରିଥାନ୍ତେ । ମାତ୍ର ସେପରି ନ କରି ପିଏସ୍ଙ୍କ ଜରିଆରେ ଫାଇଲ୍ ଖୋଜିବାକୁ କହି ଓଡ଼ିଶାବାସୀଙ୍କୁ ନବୀନ ଓ ତାଙ୍କ ଦଳ ଭୂଅାଁ ଭୁଲାଉଛନ୍ତି । ସେ ସରକାରରେ ଥିଲାବେଳେ ଉକ୍ତ ଫାଇଲ୍ କାହିଁକି ସାର୍ବଜନୀନ କଲେ ନାହିଁ ଓଡ଼ିଶାବାସୀ ତାହା ଜାଣିବାକୁ ଚାହୁଁଛନ୍ତି । ଅପରପକ୍ଷେ ଏହି ଘଟଣାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏଫ୍ଆଇଆର୍ ଦିଆଯାଇଛି । ରାଜ୍ୟର ସବୁଠାରୁ ବୃହତ୍ ଓ ବିଶ୍ୱାସନୀୟ ତଦନ୍ତକାରୀ ସଂସ୍ଥା କ୍ରାଇମ୍ବାଂଚ ଏହି ମାମଲାର ତଦନ୍ତ କରୁଛି । ଭାରତ ବର୍ଷର ନ୍ୟାୟିକ ବ୍ୟବସ୍ଥା ଅନୁସାରେ ଏବେ ତଦନ୍ତ ଚାଲିଛି ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି ।

 

Nalco
Leave A Reply