ଭାରତେ ଏଭଳି ଅନେକ ମନ୍ଦିର ରହିଛି, ଯାହା ମଧ୍ୟରେ ଲୁଚି ରହିଛି ଅନେକ ରହସ୍ୟ l ଯାହାକୁ ଆମେ ଜାଣିନାହୁଁ l ସେହିଭଳି ଗୋଟିଏ ସୁନ୍ଦର ମନ୍ଦିର ରହିଛି ଉତ୍ତରାଖଣ୍ଡ ର ଚମୋଲି ଜିଲ୍ଲାରେ ବଂଶୀ ନାରାୟଣ ମନ୍ଦିର l ଉତ୍ତରାଖଣ୍ଡ ର ପ୍ରାକୃତିକ ଶୋଭାରେ ବିମଣ୍ଡିତ ହୋଇ ଏହି ମନ୍ଦିରଟି ଭକ୍ତ ମାନଙ୍କୁ ଆକୃଷ୍ଟ କରିଥାଏ l ଏଠାକୁ ଯିବା ପାଇଁ ଭକ୍ତମାନେ ଚଲା ରାସ୍ତାକୁ ଆପଣାଇ ପାହାଡ଼ ଉପରେ ଥିବା ଏହି ମନ୍ଦିର ରେ ପହଞ୍ଚି ଥାନ୍ତି l କିନ୍ତୁ ଏହି ମନ୍ଦିରର ଦ୍ୱାର ବର୍ଷକୁ ମାତ୍ର ଗୋଟିଏ ଦିନ ଭକ୍ତ ମାନଙ୍କ ପାଇଁ ଖୋଲିଥାଏ l ସେହି ଦିନଟି ହେଉଛି ରାକ୍ଷୀ ପୂର୍ଣିମା l ବଂଶୀ ନାରାୟଣ ମନ୍ଦିର ଟି ଭଗବାନ ବିଷ୍ଣୁ ଙ୍କୁ ସମର୍ପିତ l
ଦେବଭୂମି ଉତ୍ତରାଖଣ୍ଡ ଗୋଟିଏ ଏଭଳି ସ୍ଥାନ ଯେଉଁଠି ଏହି ମନ୍ଦିର କୁ ଭକ୍ତମାନେ କେବଳ ରାକ୍ଷୀ ପୂର୍ଣିମା ଦିନ ଦର୍ଶନ କରି ଥାଆନ୍ତି l ସୂର୍ଯ୍ୟ ଉଦୟ ସମୟରେ ଏହି ମନ୍ଦିର ର ଦ୍ୱାର ଖୋଲିଥାଏ ଓ ସୂର୍ଯ୍ୟାସ୍ତ ପରେ ଏହି ଦ୍ୱାର ବନ୍ଦ ହୋଇ ଯାଇଥାଏ ବର୍ଷକ ପାଇଁ l
କଣ ରହିଛି ଏହି ମନ୍ଦିରର ଇତିହାସ -:
ବଂଶୀ ନାରାୟଣ ମନ୍ଦିର ର ମହିମା ବଡ଼ ଅଦ୍ଭୁତ l ମନ୍ଦିର ସହିତ ଜଡିତ ଇତିହାସ ଅନୁସାରେ ଭଗବାନ ବିଷ୍ଣୁ ନିଜର ବାମନ ଅବତାର ରୁ ମୁକ୍ତି ପାଇବା ପରେ ସର୍ବ ପ୍ରଥମେ ଏଠାରେ ପ୍ରକଟ ହୋଇଥିଲେ l ଏହାପରେ ଏଠାରେ ସବୁଠୁ ପ୍ରଥମେ ଏଠାରେ ପ୍ରକଟ ହୋଇଥିଲେ l ଏହାପରେ ଏଠାରେ ସବୁଠୁ ପ୍ରଥମେ ଦେବର୍ଷି ନାରଦ ଭଗବାନ ନାରାୟଣ ଙ୍କ ପୂଜା କରିଥିଲେ l ଏହି କାରଣରୁ ଏଠାରେ ଲୋକମାନେ କେବଳ ଗୋଟିଏ ଦିନ ପାଇଁ ପୂଜା କରିବାର ଅଧିକାର ମିଳିଥାଏ l ନିୟମ ଅନୁସାରେ ଏଠାରେ ମହିଳା ମାନେ ନିଜ ଭାଇ ମାନଙ୍କୁ ରାକ୍ଷୀ ବାନ୍ଧିବା ପୂର୍ବରୁ ଭଗବାନ ବିଷ୍ଣୁ ଙ୍କୁ ବିଧିବଧ ଭାବରେ ପୂଜା କରି ଥାଆନ୍ତି l ମାନ୍ୟତା ଅନୁସାରେ ଏହି ମନ୍ଦିରରେ ଯେଉଁ ଭାଇ ମାନେ ଭଉଣୀ ମାନଙ୍କ ହାତରୁ ରାକ୍ଷୀ ବାନ୍ଧି ଥାଆନ୍ତି ତାଙ୍କ ଉପରେ କଦାପି କୌଣସି ବିପଦ ଆସି ନଥାଏ l
ଏହି ମନ୍ଦିର ନିକଟରେ ଗୋଟିଏ ଭାଲୁ ଗୁମ୍ଫା ରହିଛି, ଯେଉଁଠାରେ ପ୍ରସାଦ ପ୍ରସ୍ତୁତ ହୋଇଥାଏ l ରକ୍ଷାବନ୍ଧନ ଦିନ ଏଠାକୁ ସମସ୍ତଙ୍କ ଘରୁ ପ୍ରସାଦ ଲହୁଣୀ ଆସିଥାଏ ଓ ତାହାକୁ ପ୍ରସାଦ ପ୍ରସ୍ତୁତ ହୋଇ ଭଗବାନ ବିଷ୍ଣୁ ଙ୍କ ନିକଟରେ ସମର୍ପଣ ହୋଇଥାଏ l
