ପଶ୍ଚିମବଙ୍ଗ ସରକାର ରାଜ୍ୟର ମଦ୍ରାସା ଗୁଡିକ ରେ ଶିକ୍ଷା ସମ୍ବନ୍ଧ କୁ ନେଇ ନେଇଛନ୍ତି ଗୋଟିଏ ବଡ଼ ନିଷ୍ପତି, ଅଳ୍ପସଂଖ୍ୟକ ମାମଲା ଓ ମଦ୍ରାସା ଶିକ୍ଷା ବିଭାଗ ଦ୍ୱାରା ଜାରି ଏକ ନୂଆ ଆଦେଶ ଅନୁସାରେ ବର୍ତମାନ ଠାରୁ ସମ୍ପୂର୍ଣ ପଶ୍ଚିମବଙ୍ଗ ରେ ସମସ୍ତ ମାଦ୍ରାସା ଓ ଶିକ୍ଷାନୁଷ୍ଠାନ ଗୁଡିକରେ କ୍ଲାସ ଆରମ୍ଭ ହେବ ପୂର୍ବରୁ ପ୍ରାର୍ଥନା ସମୟରେ ବନ୍ଦେ ମାତରମ ବୋଲିବା ଅନିବାର୍ଯ୍ୟ ହେବ, ଏହି ଆଦେଶ ସରକାରୀ ମଦ୍ରାସା , ସହାୟତା ପ୍ରାପ୍ତ ମଦ୍ରାସା, ଓ ବିନା ସହାୟତା ପ୍ରାପ୍ତ ମଦ୍ରାସା ସମାନ ଭାବରେ ନିୟମ ଲାଗୁ ହୋଇଛି l ଯାହାକୁ ବର୍ତମାନ ରାଜ୍ୟର ସମସ୍ତ ଶିକ୍ଷା ପ୍ରଣାଳୀ ଗ୍ରହଣ କରିବାକୁ ବାଧ୍ୟ l
ପୂର୍ବରୁ ଉତ୍ତରପ୍ରଦେଶ ସରକାର ଶିକ୍ଷା ସଂସ୍ଥା ଗୁଡିକ ଉପରେ ବନ୍ଦେ ମାତରଂ ଗାଇବା ଉପରେ ଗୁରୁତ୍ୱ ଦେଇ ନିୟମ ଲାଗୁ କରିଥିଲେ, ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥ କହିଥିଲେ ଯେ ରାଜ୍ୟର ସମସ୍ତ ଶିକ୍ଷା ସଂସ୍ଥା ରେ ସକାଳ ପ୍ରାର୍ଥନା ସଭାରେ ବନ୍ଦେ ମାତରମ ଶିକ୍ଷାର୍ଥୀ ଓ ଶିକ୍ଷକ ଗାଇବା ଅନିବାର୍ଯ୍ୟ ଅଟେ, କାହିଁକିନା ଏହା ରାଜ୍ୟରେ ଦେଶଭକ୍ତି କୁ ଦର୍ଶାଇବ l ଏବଂ ବର୍ତମାନ ରାଷ୍ଟ୍ରୀୟ ସଂଗୀତ ଜନଗଣ କୁ ମଧ୍ୟ ଯୋଗୀ ସରକାର ଅନିବାର୍ଯ୍ୟ କରିଛନ୍ତି l
ମିଳିଥିବା ରିପୋର୍ଟ ଅନୁସାରେ ଉତ୍ତରପ୍ରଦେଶ ମାଧ୍ୟମିକ ଶିକ୍ଷାମନ୍ତ୍ରୀ ଯୋଗୀ ସରକାର ଙ୍କର ଏହି ନିଷ୍ପତି କୁ ସ୍ୱାଗତ କରିଛନ୍ତି, ନୂଆ ଗାଇଡ଼ ଲାଇନ ଅନୁସାରେ ଏହା ମଧ୍ୟ ଦର୍ଶା ଯାଇଛି ଯେ ସରକାରୀ ସମାରୋହ କିମ୍ବା ବିଦ୍ୟାଳୟ ର କୌଣସି କାର୍ଯ୍ୟକ୍ରମ ରେ ଯେଭଳି କ୍ରିସମାସ ପାଳନ କରାଯାଉଛି , ସେହିଭଳି ରାଷ୍ଟ୍ରୀୟ ଗାନ କୁ ମଧ୍ୟ ମର୍ଯ୍ୟାଦା ମିଳିବା ଜରୁରୀ l
