Odisha news

ପୂର୍ବତଟ ରେଳପଥର ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ପକ୍ଷରୁ ବ୍ୟାପକ ଟିକେଟ୍ ଯାଞ୍ଚ ଅଭିଯାନ; ଗୋଟିଏ ଦିନରେ ରେକର୍ଡ ₹୨୩.୬୦ ଲକ୍ଷ ଆଦାୟ

0

ବୈଧ ଯାତ୍ରୀମାନଙ୍କ ପାଇଁ ସୁରକ୍ଷିତ, ସୁବିଧାଜନକ ଓ ନିର୍ବିଘ୍ନ ଯାତ୍ରା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ପୂର୍ବତଟ ରେଳପଥର ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ପକ୍ଷରୁ ଏହାର ଅଧିକାର କ୍ଷେତ୍ରରେ ଏକ ବ୍ୟାପକ ଟିକେଟ୍ ଯାଞ୍ଚ ଅଭିଯାନ ଚାଳନା କରାଯାଇଥିଲା।

ଏହି ବ୍ୟାପକ ଟିକେଟ୍ ଯାଞ୍ଚ ଅଭିଯାନ ସମୟରେ ବାଣିଜ୍ୟ ବିଭାଗର ଅଧିକାରୀ, ଟିକେଟ୍ ଯାଞ୍ଚ କର୍ମଚାରୀ ଏବଂ ରେଳ ସୁରକ୍ଷା ବଳ (RPF) କର୍ମଚାରୀଙ୍କ ସମନ୍ୱୟରେ ଗଠିତ ଦଳ ଦ୍ୱାରା ବିଭିନ୍ନ ଟ୍ରେନରେ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯାଇଥିଲା।। ବିନା ଟିକେଟ୍ ଓ ଅନିୟମିତ ଯାତ୍ରାକୁ ରୋକିବା ସହିତ ବୈଧ ରେଳ ଯାତ୍ରାକୁ ପ୍ରୋତ୍ସାହନ ଦେବା ପାଇଁ ଏହି ବିଶେଷ ପଦକ୍ଷେପ ଗ୍ରହଣ କରାଯାଇଥିଲା।

ଏହି ଅଭିଯାନର ଫଳସ୍ୱରୂପ ବିନା ଟିକେଟ୍ / ଅନିୟମିତ ଯାତ୍ରାର ମୋଟ 3,798ଟି ମାମଲା ଚିହ୍ନଟ ହୋଇଥିଲା। ଏହି ପରିପ୍ରେକ୍ଷୀରେ, ସମସ୍ତ ଯାତ୍ରୀଙ୍କୁ ବୈଧ ଟିକେଟ୍ ସହ ଯାତ୍ରା କରିବା ଏବଂ ରେଳବାଇ ନିୟମାବଳୀ କଡାକଡିଭାବେ ପାଳନ କରି ସୁରକ୍ଷିତ, ସୁସଂଖଳିତ ଓ ଅସୁବିଧାମୁକ୍ତ ଯାତ୍ରା ପରିବେଶ ରକ୍ଷାରେ ସହଯୋଗ କରିବାକୁ ଅନୁରୋଧ କରାଯାଉଛି।

ଖୋର୍ଦ୍ଧା ରୋଡ୍‌ର ବରିଷ୍ଠ ମଣ୍ଡଳ ବାଣିଜ୍ୟ ପ୍ରବନ୍ଧକ ଶ୍ରୀ ଅନିଲ କୁମାର ଏସ.ଙ୍କ ମାର୍ଗଦର୍ଶନରେ ଏହି ଅଭିଯାନ ପରିଚାଳିତ ହୋଇଥିଲା। କେବଳ ବୈଧ ଯାତ୍ରୀମାନେ ଟ୍ରେନରେ ଯାତ୍ରା କରୁଥିବା ସୁନିଶ୍ଚିତ କରିବା ଓ ପ୍ରକୃତ ରେଳ ଯାତ୍ରୀଙ୍କ ସ୍ୱାର୍ଥ ସୁରକ୍ଷା ପାଇଁ ମଣ୍ଡଳ ପକ୍ଷରୁ ବ୍ୟାପକ ଟିକେଟ୍ ଯାଞ୍ଚ ଅଭିଯାନ ନିୟମିତ ଭାବେ ଚାଳନା କରାଯାଉଛି।

ଯାତ୍ରା ସମୟରେ ଅସୁବିଧା, ଜରିମାନା ଓ ଆଇନଗତ କାର୍ଯ୍ୟାନୁଷ୍ଠାନରୁ ବଞ୍ଚିବା ପାଇଁ ସମସ୍ତ ଯାତ୍ରୀଙ୍କୁ ବୈଧ ଟିକେଟ୍ ଓ ଯାତ୍ରା ପ୍ରମାଣପତ୍ର ସହିତ ଯାତ୍ରା କରିବାକୁ ଖୋର୍ଦ୍ଧା ରୋଡ୍ ଡିଭିଜନ ପକ୍ଷରୁ ନିବେଦନ କରାଯାଇଛି।

Nalco
Leave A Reply