Odisha news

ଇରାନ ଯୁଦ୍ଧରୁ ନେଇ ହର୍ମୁଜ ସ୍ଟ୍ରେଟ ପର୍ଯ୍ୟନ୍ତ : ବେଜିଙ୍ଗ ରେ ପୁଟିନ ଓ ଜିନପିଙ୍ଗ ଙ୍କ ମଧ୍ୟରେ କେଉଁ ମୁଦା କୁ ନେଇ ହେଲା ଚର୍ଚା ?

0

ଆମେରିକାର ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଙ୍କ ଚୀନ ଯାତ୍ରା ପରେ ରୁଷ ରାଷ୍ଟ୍ରପତି ବ୍ଳାଦିମିର ପୁଟିନ ବେଜିଙ୍ଗ ପହଂଚି ସାରିଛନ୍ତି, ମଙ୍ଗଳବାର ରାତିରେ ବେଜିଙ୍ଗ ପହଂଚିବା ପରେ ପୁଟିନ ଙ୍କୁ ସ୍ୱାଗତ ଚୀନ ବିଦେଶମନ୍ତ୍ରୀ ବାଙ୍ଗ ୟୀ କରିଥିଲେ, ଚୀନ ରେ ପୁଟିନ ଙ୍କର ରେଡ କାର୍ପେଟ ରେ ସ୍ୱାଗତ କରାଯାଇଥିଲା, ଚୀନ ରାଷ୍ଟ୍ରପତି ଶୀ ଜିଙ୍ଗ ପିଙ୍ଗ ଓ ରୁଷ ରାଷ୍ଟ୍ରପତି ବ୍ଳାଦିମିର ପୁଟିନ ଙ୍କ ମଧ୍ୟରେ ବୁଧବାର ଦିନ ଦ୍ୱିପାକ୍ଷିକ ବୈଠକ ହେଇଯାଇଛି, ଯେଉଁଥିରେ ଇରାନ, ୟୁକ୍ରେନ ଯୁଦ୍ଧ ଓ ବ୍ୟବସାୟ ସମେତ ବିଶ୍ୱର ବଡ଼ ବଡ଼ ମୁଦା ଉପରେ ଆଲୋଚନା ହେବ l

ଏହି ଦୁଇ ନେତାଙ୍କ ଆଲୋଚନା ଏଥିପାଇଁ ଗୁରୁତ୍ୱପୂର୍ଣ ଅଟେ କାହିଁକିନା ଏହା ପୂର୍ବରୁ ୧୪ ଓ ୧୫ ମେ ରେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ବେଜିଙ୍ଗ ଯାତ୍ରା ରେ ଯାଇଥିଲେ ଓ ସେ ଜିଙ୍ଗପିଙ୍ଗ ଙ୍କ ସହିତ ଇରାନ ଓ ୟୁକ୍ରେନ ଯୁଦ୍ଧ କୁ ନେଇ ଦ୍ୱିପାକ୍ଷିକ ବ୍ୟବସାୟିକ ଉତେଜନା ଓ କ୍ଷତ୍ରିୟ ଘଟଣାକ୍ରମ କୁ ନେଇ ଅନେକ ଚର୍ଚା କରିଥିଲେ l ଗ୍ରେଟ ହଲ ଅଫ ଦି ପିପୁଲସ୍  ରେ ବାର୍ତା ପରେ ଶୀ ଜିଙ୍ଗପିଙ୍ଗ ପୁଟିନ ଙ୍କର ଔପଚାରିକ ଭାବରେ ସ୍ୱାଗତ କରିଥିଲେ l

ଯାତ୍ରା ପୂର୍ବରୁ ମଙ୍ଗଳବାର ଦିନ ଭିଡିଓ ଭାଷଣ ରେ ପୁଟିନ କହିଥିଲେ ରୁଷ-ଚୀନ ସମ୍ବନ୍ଧ ବାସ୍ତବରେ ଅଦ୍ଭୁତ ସ୍ତରରେ ପହଂଚି ସାରିଛି, ସେ କହିଛନ୍ତି ଯେ  ଦୁଇ ଦେଶ ମଧ୍ୟରେ ନିୟମିତ ଉଚ୍ଚ ସ୍ତରୀୟ ସହଯୋଗ ଦ୍ୱିପାକ୍ଷିକ ସମ୍ବନ୍ଧ ଅଧିକ ଗମ୍ଭୀର କରିବ l ପୁଟିନ ଙ୍କ ଏହି ଯାତ୍ରା ପଶ୍ଚିମ ଏସିଆ ରେ ବଢୁଥିବା ଉତେଜନା କୁ ନେଇ ବିଶ୍ୱ ର ବଡ଼ ଚିନ୍ତା ମଧ୍ୟରେ ହେଉଛି, ଏହି ଉତେଜନା ଇରାନ ଦ୍ୱାରା ହୋର୍ମୁଜ ଜଳମାର୍ଗ କୁ ବନ୍ଦ କରିବା ପରେ ହୋଇଛି, ରୁଷ ଓ ଚୀନ ୨ଦେଶ ଙ୍କ ସହିତ ଇରାନ ରଣନୀତି ର ଆଦାନପ୍ରଦାନ କରିଥାଏ l ଆମେରିକାର ପ୍ରତିବନ୍ଧ ସତ୍ୱେ ଚୀନ ଇରାନ ସହିତ ୯୦ ପ୍ରତିଶତ ତୈଳ ଆମଦାନୀ କରୁଛି l

Govt
Leave A Reply