ତାମିଲନାଡୁ ରାଜନୀତିରେ ଗୋଟିଏ ନୂଆ ଅଧ୍ୟାୟ ଆରମ୍ଭ ହୋଇ ସାରିଛି, ଏବଂ ଏହି ପରିବର୍ତ୍ତନ ର କେନ୍ଦ୍ର ରେ ରହିଛନ୍ତି ଥଳପତି ବିଜୟ, ମାତ୍ର ଦୁଇବର୍ଷ ପରିଶ୍ରମ ରେ ରାଜନୀତି ମୈଦାନ ରେ ମହାରଥୀ ଙ୍କୁ ଧରାଶାୟୀ କରିବାରେ ଥଳପତି ବିଜୟ ସମର୍ଥ ହୋଇଛନ୍ତି l ଏହି ଐତିହାସିକ ବିଜୟ ତାଙ୍କୁ ଜଣେ ଭଲ ନେତ୍ର ପରିଚୟ ଦେଇଛି l
ସାଉଥ ସିନେମାର ବେତାଜ ବାଦଶାହ ଥଳପତି ବିଜୟ ନିଜ କ୍ୟାରିଅର ର ୬୯ ତମ ଚଳଚିତ୍ର ପରେ ଆକ୍ଟିଙ୍ଗ ଛାଡିବାର ଘୋଷଣା କରିଥିଲେ, ସେତେବେଳେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ l ତାଙ୍କର ଗୋଟିଏ ଚଳଚିତ୍ର ର ପାରିଶ୍ରମିକ ରହୁଥିଲା ୨ଶହ କୋଟି, ହଠାତ ରାଜନୀତିରେ ପାଦଥାପି ସେ ନେଇଥିଲେ ଗୋଟିଏ ରିସ୍କ, କିନ୍ତୁ ମଇ ୪ ତାରିଖ ପରେ ସେ ଦେଖାଇ ଦେଇଥିଲେ କ୍ୟାରିଅର ସିଫ୍ଟ ରେ ସେ କେତେ ସଫଳ l ଆଜିର ତାରିଖରେ ବିଜୟ ଥଳପତି ଜଣେ ଅଭିନେତା ସହିତ ରାଜନେତା ମଧ୍ୟ ହୋଇ ଯାଇଛନ୍ତି l
ବିଜୟ ଥଳପତି ଅଚାନକ ଭାବରେ ଚଳଚିତ୍ର ଦୁନିଆ ଛାଡି ନଥିଲେ, ସେ ପ୍ରଥମେ ନିଜ ପାର୍ଟି ‘ ତାମିଲଗା ବେତ୍ରି କଡଗମ ‘(TVK ) ର ଭିତ୍ତିପ୍ରସ୍ଥ ରଖିଥିଲେ ଓ ଧୀରେ ଧୀରେ ନିଜ ଫିଲ୍ମ କମିଟମେଣ୍ଟ ପୁରା କରିଥିଲେ l ଏପରି କ୍ଷେତ୍ରରେ ଅନେକ ଭାବି ଥାଆନ୍ତି ସକିଲ ଟ୍ରାନ୍ସଫର ଖୁବ ଜଟିଳ, କିନ୍ତୁ ବିଜୟ ଥଳପତି ଚ୍ୟାଲେଞ୍ଜ ଆକାରରେ ଏହାକୁ ଗ୍ରହଣ କରିଥିଲେ l ୨୦୨୬ ର ବିଧାନସଭା ମତଦାନ କୁ ଆଖିରେ ରଖି ସେ ୨ବର୍ଷ ପୂର୍ବରୁ ନିଜ ଫିଲଡ ୱାର୍କ ଆରମ୍ଭ କରିସାରିଥିଲେ l
ବିଜୟ ଥଳପତି କେବଳ ଜଣେ ଚଳଚିତ୍ର ଅଭିନେତା ନୁହନ୍ତି ସେ ଜଣେ ରାଜନୀତିଜ୍ଞ ଭାବରେ ମଧ୍ୟ ବର୍ତମାନ ଜଣାଶୁଣା ହୋଇ ସାରିଛନ୍ତି l ସେ ଜଣେ ସଠିକ ରିଅଲ ଏଷ୍ଟେଟ ନିବେଶକ ଭାବରେ ମଧ୍ୟ ସୁଖ୍ୟାତି ଅର୍ଜନ କରିଛନ୍ତି l ଚେନ୍ନାଇ ରେ ବିଜୟ ଙ୍କର ଅନେକ ଗୁଡିଏ କାମର୍ସିୟାଲ ବିଲଡିଂ ବ୍ୟବସାୟ କ୍ଷେତ୍ରରେ ଭଡାରେ ଦିଆଯାଇଛି l ଏହି ସମ୍ପତ୍ତିରୁ ତାଙ୍କୁ ପ୍ରତ୍ୟକ ମାସରେ କୋଟି କୋଟି ଟଙ୍କା ଭଡା ବାବଦକୁ ମିଳିଥାଏ l ୬୦୦ କୋଟି ଟଙ୍କାର ସମ୍ପତି ଥାଇ ମଧ୍ୟ ରାଜନୀତି ଓ ଜନସେବାକୁ ବିଜେ ବାଛିଥିଲେ l