କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବନ ବିଭାଗ କୁ ମିଳିଛି ଆଉ ଏକ ସଫଳତା,ପଟା ବୋଝେଇ ମିନି ଟ୍ରକ ଜବତକୁ ଦୁଇ ଦିନ ନ ପୁରୁଣୁ ପୁଣି ସାରଙ୍ଗ ଗଡ଼ ସେକ୍ସନ କୁଡୁତୁଲି ପଞ୍ଚାୟତର ସାରକେତା ଛକରେ କ.ନୂଆଗାଁ ବନବିଭାଗ ପେଟ୍ରୋଲିଂ ବେଳେ ୧୦୨ ଟି ସେଣ୍ଟ୍ରିଙ୍ଗ ବଲା ବୋଝେଇ ଟ୍ରାକ୍ଟର ଜବତ କରି ଦୁଇ ଜଣଙ୍କୁ ଗିରଫ କରିଛି। ଏହି ପେଟ୍ରୋଲିଂ ଦଳରେ କ.ନୂଆଗାଁ ବନାଞ୍ଚଳ ଅଧୂକାରୀ ରମାକାନ୍ତି କହଁରଙ୍କ ନେତୃତ୍ୱରେ ସାରଙ୍ଗଗଡ଼ ବନପାଳ ଅରୁଣ କୁମାର ଦାସ ଓ କ.ନୂଆଗାଁ ବନପାଳ ଶୁଶାନ୍ତ କୁମାର ବୈଶାଖୀ ଉକ୍ତ ବଲା ବୋଝେଇ ଟ୍ରାକ୍ଟର ନଂ ଓଡ଼ି ୧୨ ଏ ୨୨୪୮/୨୨୪୯ କୁ ଜବତ କରି ଆଣିଥିଲେ। ଉକ୍ତ ଟ୍ରାକ୍ଟର ଯାଞ୍ଚ କରି ଶାଳ ବଲା ୧୦୨ ଟି ଜବତ କରିବା ସହିତ ବେଆଇନ କାଠ ପରିବହନ କରୁଥିବା ଡ୍ରାଇଭର ନିର୍ମଳ ନାୟକ ଓ ଜଳେଶ୍ବର ବେହର୍ଦ୍ଦଳାଇଙ୍କୁ ଗିରଫ କରିଥିଲେ। ଏହାକୁ ନେଇ ବନାଞ୍ଚଳ କେସ ନଂ. ଓଆର ୦୪/୨୬ ଋଜୁ କରିବା ସହିତ ଓଡ଼ିଶା – ଜଙ୍ଗଲ ଅଧୂନୀୟମ ୧୯୭୨ ର ୫୬ ଧାରା ଓ – ୧୯୮୦ ର ଓଟି ଏବଂ ଓଏଫପିଟି ୪,୧୨,୧୪ ୮ ପ୍ରକାରେ କୋର୍ଟ ଚାଲାଣ କରାଯାଇଛି। ଏହି ଜବତ କାର୍ଯ୍ୟରେ ବନପାଳ ସନ୍ତୋଷ କୁମାର ସେନାପତି, ବନରଖି ରୁପିଙ୍ଗା ମଲିକ, କଲ୍ୟାଣୀ ସାହୁ ଙ୍କ ସମେତ ବନ ସୁରକ୍ଷା ସଦସ୍ୟ ଓ ଅନ୍ୟ କର୍ମଚାରୀ ମାନେ ସହଯୋଗ କରିଥିଲେ। ଏହିପରି ଅବୈଧ କାଠ କଟା ଓ ପରିବହନ ବିରୋଧରେ ଆଗାମୀ ଦିନରେ ଏପରି ଅଭିଯାନ ଆହୁରି ଜୋରଦାର କରାଯିବ ବୋଲି ବନ ବିଭାଗ ଅଧୂକାରୀ ମାନେ କହିଛନ୍ତି। ସ୍ଥାନୀୟ ଅଞ୍ଚଳରେ ବନ ସୁରକ୍ଷା ପାଇଁ ବନ ବିଭାଗର ଏହି ପଦକ୍ଷେପକୁ ସାଧାରଣ ଲୋକମାନେ ସ୍ବାଗତ କରିଥିବା ଦେଖିବାକୁ ମିଳିଛି।