ବାଲିଗୁଡା, ତା, ୧୪/୦୩:(ସଞ୍ଜୟ କୁମାର ପାଣିଗ୍ରାହୀ): ରାଜ୍ୟ ବାର୍ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ କନ୍ଧମାଳ ଜିଲ୍ଲା ବାଲିଗୁଡା ଓକିଲ ସଂଘର ୨୦୨୬-୨୭ ବର୍ଷ ପାଇଁ କର୍ମକର୍ତ୍ତା ଓ କାର୍ଯକାରୀ କମିଟି ନିର୍ବାଚନ ଆସନ୍ତା ମାର୍ଚ୍ଚ ୨୮ ତାରିଖ ଦିନ ଧାର୍ଯ୍ୟ କରାଯାଇଛି। ସଭାପତି ପଦବୀ ନିମନ୍ତେ ଟି. ହରିଶ୍ଚନ୍ଦ୍ର ରାଓ ଏବଂ ଲମ୍ବୋଦର ପଣ୍ଡା, ଉପସଭାପତି ପଦବୀ ନିମନ୍ତେ ରାମକୃଷ୍ଣ ଦାସ, ଓ ରାମଚନ୍ଦ୍ର ସିଂ ପାତ୍ର , ସମ୍ପାଦକ ପଦବୀ ନିମନ୍ତେ ଅନିଲ କୁମାର ଦାସ, ସହ ସମ୍ପାଦକ ପଦବୀ ନିମନ୍ତେ ନୀଳାଦ୍ରି କେଶରୀ ସାହାଣୀ, ଏବଂ କୋଷାଧକ୍ଷ ପଦବୀ ନିମନ୍ତେ ମାନସ ରଞ୍ଜନ ପଣ୍ଡା ଦାଖଲ କରିଥିବା ବେଳେ ଲାଇବ୍ରେରୀ ସମ୍ପାଦିକା ନିମନ୍ତେ ନିବେଦିତା ମଲ୍ଲିକ, ଏବଂ ସହକାରୀ ଲାଇବ୍ରେରୀ ସମ୍ପାଦିକା ପଦବୀ ନିମନ୍ତେ ତନ୍ମୟୀ ପଟ୍ଟନାୟକ ଏପରି ମୋଟ ୯ ଜଣ ନିଜ ନିଜର ନାମାଙ୍କନ ପତ୍ର ନିର୍ବାଚନ ଅଧିକାରୀ ଶ୍ରୀ ପ୍ରଧାନ ଙ୍କ ନିକଟରେ ଦାଖଲ କରିଥିଲେ l ହେଲେ ଲମ୍ବୋଦର ପଣ୍ଡା ଶୁକ୍ରବାର ତାଙ୍କ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବାରୁ ୮ ଜଣ ପ୍ରାଥୀ ମଇଦାନ ରେ ରହିଲେ । ସେଥି ମଧ୍ୟରେ ଉପସଭାପତି ପଦ ପାଇଁ ଦୁଇ ଜଣ ଦକ୍ଷ ପ୍ରାଥୀ ଥିବା ବେଳେ ସଭାପତି, ସମ୍ପାଦକ ଓ କୋଷାଧକ୍ଷ ପଦବୀ ନିମନ୍ତେ କେହି ପ୍ରତିଦ୍ବନ୍ଦୀ ନ ଥିବାରୁ ସେମାନେ ନିର୍ଦ୍ୱନ୍ଦରେ ନିର୍ବାଚିତ ହେବେ l ଆସନ୍ତା ୨୮ ତାରିଖ ସକାଳ ୭:୩୦ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମତଦାନ ହେବ। ୪ଟା ପରେ ଭୋଟ ଗଣତି କରାଯାଇ ସବିଶେଷ ଫଳାଫଳ ଘୋଷଣା କରାଯିବ ବୋଲି ନିର୍ବାଚନ ଅଧିକାରୀ ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି ।