Odisha news

ଅଧ୍ଯକ୍ଷାଙ୍କ ବଦଳି ଦାବିରେ ଛାତ୍ରଛାତ୍ରୀଙ୍କ ଚାରି ଘଣ୍ଟା ଧରି ରାସ୍ତାରୋକ

0
ବାଲିଗୁଡା,ତା, ୧୪/୩(ସଞ୍ଜୟ କୁମାର ପାଣିଗ୍ରାହୀ):  କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ସ୍ଥିତ  ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷା  ବବିତା ବେହେରାଙ୍କ ଅବହେଳା ଓ ବିଦ୍ୟାଳୟ ର ବିଭିନ୍ନ ସମସ୍ୟା କୁ ନେଇ ଛାତ୍ରଛାତ୍ରୀ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଅଧ୍ୟକ୍ଷାଙ୍କ ବଦଳି ଦାବିରେ ଛାତ୍ରଛାତ୍ରୀ କୋଟଗଡ ମୂଖ୍ୟ ରାସ୍ତାରେ ଚାରି ଘଣ୍ଟା ଧରି ବସି ରହି ରାସ୍ତା ଅବରୋଧ କରିବା ସହ ଜିଲ୍ଲାପାଳ ଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।ଜିଲ୍ଲାପାଳ ଙ୍କୁ ଦିଆଯାଇଥିବା ଦାବିପତ୍ରରେ ବିଦ୍ୟାଳୟ ର ବିଭିନ୍ନ ସମସ୍ୟା ସେମାନେ ଉଲ୍ଲେଖ କରି ଛନ୍ତି | ଅଧ୍ଯକ୍ଷା ସମୟ ଅନୁସାରେ ଆସୁନାହାନ୍ତି କି ଛାତ୍ରଛାତ୍ରୀଙ୍କ ପାଠପଢା ପ୍ରତି ଗୁରୁତ୍ୱ ଦେଉନାହାନ୍ତି। କଲେଜ ଓ ହଷ୍ଟେଲର ପିଲାମାନେ ପାଣି, ବିଦ୍ୟୁତ, ଲାଇଟ ଓ ପଙ୍ଖା ଭଳି ସୁବିଧାରୁ ବଞ୍ଚିତ ରହୁଛନ୍ତି। ଏହିସବୁ ସମସ୍ୟାର ସମାଧାନ କରିବାକୁ ଅଧ୍ୟକ୍ଷା କୌଣସି ପଦକ୍ଷେପ ନେଉନାହାନ୍ତି। ଛାତ୍ରଛାତ୍ରୀଙ୍କୁ ମିଳୁଥିବା ପୋଷାକ ଏବଂ ପାଠ୍ୟପୁସ୍ତକ ଷ୍ଟାଇପେଣ୍ଡ ଅର୍ଥ ଠିକ୍ ସମୟରେ ଦିଆ ଯାଉନାହିଁ । ଏହା ସହିତ କିଛି ଛାତ୍ରୀଙ୍କୁ ଘରୋଇ କାମରେ ନିୟୋଜିତ କରୁଥିବା ବିଦ୍ୟାର୍ଥୀମାନେ ଅଭିଯୋଗ କରିଛନ୍ତି। କଲେଜର ଛାତ୍ରଛାତ୍ରୀ ନାନା ସମସ୍ୟାର ସମ୍ମୁଖୀନ ହେଉଥ‌ିବାରୁ ଅଧ୍ୟକ୍ଷା ଙ୍କ ବଦଳି କରିବାକୁ ସେମାନେ ଦାବି କରିଥିଲେ। କୋଟଗଡ ଥାନା ଅଧିକାରୀ ସମ୍ବିତ ସ୍ବାଇଁ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା ପରେ ଛାତ୍ରଛାତ୍ରୀ ବିଡିଓ ଚିନ୍ମୟ ମହାନନ୍ଦଙ୍କ ପାଖକୁ ଯାଇଥିଲେ ସମସ୍ତ ବିଷୟ ଜଣାଇଥିଲେ । ଏ ସମ୍ପର୍କରେ ଅଧ୍ୟକ୍ଷା ଛାତ୍ର ଛାତ୍ରୀ ଙ୍କ ଅଭିଯୋଗ କୁ ଭିଭିହୀନ ବୋଲି କହିଛନ୍ତି।
Leave A Reply