ମଣିଷ ଶରୀରରେ ବିଭିନ୍ନ ପ୍ରକାରର ହର୍ମୋନ ରହିଛି l ଯାହାକି ଆମ ଶରୀରର ବିଭିନ୍ନ ସ୍ଥିତିକୁ ସନ୍ତୁଳନ ରଖିଥାଏ l ସେହି ହର୍ମୋନ ମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ଲଭ ହର୍ମୋନ l ଯାହାକି ଆମ ଶରୀରରେ ପ୍ରାକୃତିକ ଭାବରେ ରହିଥାଏ , କିନ୍ତୁ କିଛିଟା ଟିପ୍ସ ଫଲୋ କରିବା ଦ୍ୱାରା ଏହା ବୃଦ୍ଧି ହୋଇଥାଏ l

ଲଭ ହର୍ମୋନ କଣ ?
ଲଭ ହର୍ମୋନ କୁ ଅକ୍ସୀ ଟୋନିନ କୁହାଯାଇ ଥାଏ l ଏହି ହର୍ମୋନ ଭାବନାତ୍ମକ ଭାବରେ ବାନ୍ଧି ରଖିବା ରେ ସାହାଯ୍ୟ କରିଥାଏ l ଏହାକୁ କଡ଼ଲ ହର୍ମୋନ ଓ ବଣ୍ଡିଙ୍ଗ ହର୍ମୋନ ମଧ୍ୟ କୁହାଯାଇ ଥାଏ l ଯାହାକି ପ୍ରତ୍ୟେକ ମଣିଷ ଙ୍କ ପାଇଁ ନିହାତି ଜରୁରୀ l ଯାହାଦ୍ୱାରା ସେମାନେ ନିଜକୁ ସବୁବେଳେ ଖୁସି ରଖି ପାରିବେ l

ଏହିସବୁ ଉପାୟ ଦ୍ୱାରା ବଢ଼ାଇବେ ଲଭ ହର୍ମୋନ –
* ହେଲଦି ଓ ଫିଟ ବଡି ପାଇଁ ଯୋଗାସନ ଖୁବ ଜରୁରୀ ଯାହାକି ମାନସିକ ଚାପ ଦୂର କରି ମନକୁ ଶାନ୍ତ ରଖିଥାଏ l ଯୋଗାସନ ଷ୍ଟ୍ରେସ ଦୂର କରି ମସ୍ତିଷ୍କ କୁ ଶାନ୍ତ ରଖିଥାଏ l ଯାହାଦ୍ୱାରା ଭଲ ନିଦ ହୋଇଥାଏ ଓ ଅକ୍ସୀ ଟୋନିନ ହର୍ମୋନ ସ୍ତର ବୃଦ୍ଧି ହୋଇଥାଏ l
* ଓମେଗl 3 ଫ୍ୟାଟି ଏସିଡ ଓ ପ୍ରୋଟିନ ଲଭ ହର୍ମୋନ ସ୍ତର ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ l ଏହି ୨ଟି ଜିନିଷ ଚିୟା ସିଡ୍ସ ରେ ରହିଛି ଯାହାକି କୋଲେଷ୍ଟ୍ରଲ ମଧ୍ୟ ସନ୍ତୁଳିତ ରଖିଥାଏ l ଏହାଛଡା ଅକ୍ସିଟୋନିନ ବୃଦ୍ଧି କରି ମନକୁ ଖୁସି ରଖିଥାଏ l
* ସଂଗୀତ ବା ମ୍ୟୁଜିକ କୁ ଅନେକ ରୋଗର ଉପଚାର ପାଇଁ ବ୍ୟବହାର କରାଯାଇ ଥାଏ l ଏହାଦ୍ୱାରା ଆପଣ ରିଲାକ୍ସ ଅନୁଭବ କରି ଥାଆନ୍ତି l ଏହାଦ୍ୱାରା ଶରୀରରେ ହାପି ହର୍ମୋନ ରିଲିଜ ହୋଇଥାଏ , ଯାହା ମନକୁ ଖୁସି ରଖିଥାଏ l ସଂଗୀତ ଲଭ ହର୍ମୋନ କୁ ଅଧିକ ବୃଦ୍ଧି କରିଥାଏ l
* କଦଳୀ ରେ ମଗ୍ନେଶୀୟମ ଗୁଣ ରହିଛି, ମଗ୍ନେଶୀୟମ ଅକ୍ସିଟୋନିନ ହର୍ମୋନ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ l ନିୟମିତ ଗୋଟିଏ ଲେଖାଏଁ କଦଳୀ ଖାଆନ୍ତୁ l
* ଅଦା ମଧ୍ୟ ଖୁବ ଉପଯୋଗୀ l ଏହାକୁ ସେବନ କରିବା ଦ୍ୱାରା ଅକ୍ସିଟୋନିନ ହର୍ମୋନ ଓ ଲ୍ୟୁଟିନାଇଜିଙ୍ଗ ହର୍ମୋନ କୁ ବଢାଇବାରେ ସାହାଯ୍ୟ କରିଥାଏ l ଯାହାକି ଆମ ମନକୁ ଖୁସି ରଖିଥାଏ l