Odisha news

କାହିଁକି ଫେବୃଆରୀ ୧ତାରିଖ ରେ ବଜେଟ ପ୍ରସ୍ତୁତ କରାଯାଏ ? ଆସନ୍ତୁ ଜାଣିବା ୧୦ଟି ଶବ୍ଦରେ

0
ଫେବୃଆରୀ ୧ତାରିଖରେ ଉପସ୍ଥାପନ ହେବ ବଜେଟ, ଆର୍ଥିକବର୍ଷ ୨୬-୨୭ ର ବଜେଟ ଉପସ୍ଥାପନ କରିବେ ବିତ ମନ୍ତ୍ରୀ, ନାଲି ବ୍ୟାଗରୁ କଣ ବାହାରିବ ତାହାକୁ ରହିଛି ଅପେକ୍ଷା, ଚାଷୀ ଙ୍କ ଠାରୁ ନେଇ ଚାକିରିଆ ଙ୍କ ପର୍ଯ୍ୟନ୍ତ ସଭିଙ୍କୁ ଦେବେ ଭେଟି l ଅପେକ୍ଷା ରହିଛି ଫେବୃଆରୀ ୧ତାରିଖ ଦିନ ୧୧ ଟା କୁ l
ମୋଦୀ ସରକାର ବିତ ବର୍ଷ ୨୦୨୬-୨୭ ପାଇଁ ବଜେଟ ଉପସ୍ଥାପନ କରିବେ ଫେବୃଆରୀ ୧ତାରିଖ ଦିନ ୧୧ ତା ସମୟ ରେ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନବମ ଥରପାଇଁ ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି, ଚାଲି ଥର ବଜେଟ ରେ ଚାଷୀ, ଚାକିରିଆ, ଇନକମ ଟ୍ୟାକ୍ସ ସ୍ଲାବ ଓ ଆର୍ଥିକ ବିକାଶ ର ସ୍ଥିତି ଉପସ୍ଥାପନ କରାଯିବ l
ସରକାର ଦେଶର ଖର୍ଚ୍ଚ ଓ ଆମଦାନୀ କୁ ନେଇ ବଜେଟ ପରିବେଷଣ କରି ଥାଆନ୍ତି, ଯେଉଁଥିରେ ଦେଶର ପ୍ରତ୍ୟେକ ବର୍ଗର ଲୋକଙ୍କୁ ଗୁରୁତ୍ୱ ଦିଆଯାଇଥାଏ, ସମ୍ବିଧାନ ର ଅନୁଛେଦ ୧୧୨ ଅନୁସାରେ ଦେଶର ବଜେଟ ପ୍ରସ୍ତୁତ କରାଯାଇଥାଏ, ସମସ୍ତ ମନ୍ତ୍ରଣାଳୟ ନିଜ ଖର୍ଚର ଅନୁମାନ ବିତ ମନ୍ତ୍ରଣାଳୟ କୁ ପଠାଇ ଥାଆନ୍ତି, ଏହାପରେ ଟ୍ୟାକ୍ସ, ସବସିଡି ଓ ଯୋଜନା କୁ ନେଇ ନିଷ୍ପତି ନିଆଯାଇ ଥାଏ l ସମସ୍ତ ମନ୍ତ୍ରଣାଳୟ ର ସମସ୍ତ ବିଭାଗ ର ଖର୍ଚ୍ଚ ଓ ଆମଦାନୀ ଆଧାରରେ ବଜେଟ ପ୍ରସ୍ତୁତ କରାଯାଇଥାଏ l
କାହିଁକି ଫେବୃଆରୀ ୧ତାରିଖ ରେ ବଜେଟ ପ୍ରସ୍ତୁତ କରାଯାଏ ?
ପ୍ରଥମେ ଫେବୃଆରୀ ର ଶେଷ ଦିନ ସନ୍ଧ୍ୟା ୫ଟା ସମୟରେ ବଜେଟ ଉପସ୍ଥାପନ ହେଉଥିଲା, କାହିଁକି ନ ଏହା ଲଣ୍ଡନ ସମୟ ଅନୁସାରେ କରାଯାଉଥିଲା, କିନ୍ତୁ ୧୯୯୯ ରୁ ବିତ ମନ୍ତ୍ରୀ ଥିବା ସମୟରେ ଯଶବନ୍ତ ସିନହା ସମୟରେ ପରିବର୍ତ୍ତନ କରି ସକାଳ ୧୧ ଟା କରିଥିଲେ, ଏବଂ ୨୦୧୭ ରୁ ଅରୁଣ ଜେଟଲୀ ଅର୍ଥମନ୍ତ୍ରୀ ଥିବା ସମୟରେ ଏହା ଫେବୃଆରୀ ମାସର ୧ତାରିଖ କଲେ l
Leave A Reply