Odisha news

ଓଡ଼ିଶାର ହଜାର ହଜାର ଶିକ୍ଷକ ଏବଂ ଛାତ୍ରଛାତ୍ରୀଙ୍କୁ ଏଆଇ-ପ୍ରସ୍ତୁତ କରିବା ପାଇଁ ରିଲାଏନ୍ସ ଜିଓର ପ୍ରୟାସ

0

ଭୁବନେଶ୍ୱର, ୨୮/୦୧/୨୦୨୬: ‘ସମସ୍ତଙ୍କ ପାଇଁ ଏଆଇ’ ମିଶନର ଅଂଶ ସ୍ୱରୂପ, ରିଲାଏନ୍ସ ଜିଓ ସାରା ଓଡ଼ିଶାରେ ଜିଓ ଏଆଇ କ୍ଲାସରୁମ୍ ପ୍ରୋଗ୍ରାମ ଜରିଆରେ ହଜାର ହଜାର ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀଙ୍କୁ ଏଆଇ-ପ୍ରସ୍ତୁତ କରିବା ପାଇଁ ଏକ ବ୍ୟାପକ ଅଭିଯାନ ଆରମ୍ଭ କରିଛି। ସାରା ଓଡ଼ିଶାରେ ୬୫୦ରୁ ଅଧିକ ସ୍କୁଲର ୫୦୦୦ରୁ ଅଧିକ ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀ ଏହି ଅଭିନବ କାର୍ଯ୍ୟକ୍ରମରେ ପଞ୍ଜିକରଣ କରିସାରିଛନ୍ତି, ଯାହାର ଲକ୍ଷ୍ୟ ହେଉଛି ପ୍ରତ୍ୟେକ ଛାତ୍ରଛାତ୍ରୀ ଏବଂ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଭବିଷ୍ୟତ ପାଇଁ ସଶକ୍ତ କରିବା ତଥା ସେମାନଙ୍କ ଏଆଇ ମୌଳିକ ଜ୍ଞାନକୁ ସୁଦୃଢ଼ କରିବା। ଜିଓ ଏଆଇ କ୍ଲାସରୁମ୍ ହେଉଛି ଏକ ମାଗଣା, ସଂରଚିତ ଜାତୀୟ ଏଆଇ ତାଲିମ ପଦକ୍ଷେପ ଯାହା ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭବିଷ୍ୟତର ଦକ୍ଷତା ପ୍ରସ୍ତୁତି ନିର୍ମାଣ କରିବା ପାଇଁ ଡିଜାଇନ୍ କରାଯାଇଛି। ଏହି କାର୍ଯ୍ୟକ୍ରମ ଅଧୀନରେ, ରାଜ୍ୟବ୍ୟାପୀ ବିଭିନ୍ନ ସ୍କୁଲ ଏବଂ କଲେଜଗୁଡ଼ିକରେ ଏଆଇ କର୍ମଶାଳାମାନ ଆୟୋଜନ କରାଯାଉଛି।

ଜିଓ ଏଆଇ କ୍ଲାସରୁମ୍ ଏକ ଚାରି-ମଡ୍ୟୁଲ୍ ବିଶିଷ୍ଟ କାର୍ଯ୍ୟକ୍ରମ ଯେଉଁଥିରେ ଭିଡିଓ ପାଠ୍ୟକ୍ରମ (ଲେକ୍ଚର), ପିଡିଏଫ ଡକ୍ୟୁମେଣ୍ଟ, ରେଫରେନ୍ସ ଭିଡିଓ ଏବଂ ପ୍ରତ୍ୟେକ ମଡ୍ୟୁଲ୍ ପରେ କୁଇଜ୍ ଓ ଆସାଇନମେଣ୍ଟ ଅନ୍ତର୍ଭୁକ୍ତ ରହିଛି। ସମସ୍ତ ମଡ୍ୟୁଲ୍ ଶେଷରେ, ସମାପ୍ତି ବ୍ୟାଜ୍ ପ୍ରଦାନ କରାଯିବ। ଜିଓପିସିରେ ସ୍ୱତନ୍ତ୍ର ଭାବରେ ଅଧ୍ୟୟନ କରୁଥିବା ବ୍ୟବହାରକାରୀଙ୍କ ପାଇଁ, ଜିଓ ଇନଷ୍ଟିଚ୍ୟୁଟ ସାର୍ଟିଫିକେସନ୍ ପ୍ରଦାନ କରାଯିବ, ଯାହା ଆସାଇନମେଣ୍ଟ ମାଧ୍ୟମରେ ଜ୍ଞାନ ଏବଂ ବ୍ୟବହାରିକ ପ୍ରୟୋଗ ଉଭୟକୁ ପ୍ରମାଣିତ କରିବ। ଛାତ୍ରଛାତ୍ରୀମାନେ jio.com/ai-classroom ମାଧ୍ୟମରେ ଡେସ୍କଟପ୍ କିମ୍ବା ଲାପଟପ୍ ବ୍ୟବହାର କରି ପାଠ୍ୟକ୍ରମକୁ ପ୍ରବେଶ ଓ ସମ୍ପୂର୍ଣ୍ଣ କରିପାରିବେ ଏବଂ ବ୍ୟବହାରିକ ଜ୍ଞାନ ତଥା ଏଆଇ ପ୍ରଯୁକ୍ତିବିଦ୍ୟା ସମ୍ପର୍କିତ ଅଭିଜ୍ଞତା ହାସଲ କରିପାରିବେ।

ଚାରି ସପ୍ତାହ ଅବଧିର ଏହି ଏଆଇ ଶିକ୍ଷା ଯାତ୍ରା ସମସ୍ତ ଶିକ୍ଷକ ଏବଂ ଷଷ୍ଠ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଉପଲବ୍ଧ। ଏଥିରେ ସେମାନେ ଏଆଇ ମୌଳିକ ବିଷୟବସ୍ତୁ, ଜେନେରେଟିଭ୍ ମଡେଲ୍, ପ୍ରଭାବଶାଳୀ ପ୍ରମ୍ପଟିଙ୍ଗ, ଶିକ୍ଷା ଏବଂ ସୃଜନଶୀଳତାକୁ ବୃଦ୍ଧି ପାଇଁ ଏଆଇ ଟୁଲଗୁଡିକର ବ୍ୟବହାର କରି ସମସ୍ୟା ସମାଧାନ, ଚିତ୍ର, କଳା, ସଙ୍ଗୀତ ଓ କାହାଣୀ ତଥା ସ୍ମାର୍ଟ ସମାଧାନ ସୃଷ୍ଟି କରିପାରିବେ। ଏହା ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନଙ୍କୁ ଏଆଇ ଜରିଆରେ ୱେବସାଇଟ୍ ଓ ପ୍ରେଜେଣ୍ଟେସନ ନିର୍ମାଣ, ବିଷୟବସ୍ତୁ ବା କଣ୍ଟେଣ୍ଟ ପ୍ରସ୍ତୁତି ଏବଂ ରିୟଲ ୱାର୍ଲଡ ପ୍ରକଳ୍ପ ତିଆରି କରିବା ପାଇଁ ସକ୍ଷମ କରିବା ସହିତ ସେମାନଙ୍କର ନିଜର ପ୍ରଥମ ଏଆଇ ପ୍ରକଳ୍ପରେ କାମ କରିବା ସୁଯୋଗ ପ୍ରଦାନ କରିବ। ପ୍ରିମିୟମ୍ ଏଆଇ ଉପକରଣ (ଟୁଲସ) କୁ ପ୍ରବେଶ ଏବଂ ବ୍ୟବହାରିକ ଅଭିଜ୍ଞତା ସହିତ, ଏହା ଶିକ୍ଷକମାନଙ୍କ ପାଇଁ ଅନଲାଇନ୍ ବିଶେଷଜ୍ଞ ତାଲିମ ପ୍ରଦାନ କରି ସେମାନଙ୍କୁ ଅଧିକ ପ୍ରଭାବଶାଳୀ ଭାବରେ ଦୈନିକ ପାଠ୍ୟକ୍ରମ ଯୋଜନା, ଗ୍ରେଡିଂ, ଦୈନିକ ମୂଲ୍ୟାୟନ ଚାର୍ଟ, ପ୍ରଶ୍ନପତ୍ର ପ୍ରସ୍ତୁତି ଇତ୍ୟାଦି ପାଇଁ ଏଆଇ ଉପକରଣ ବ୍ୟବହାର କରିବାକୁ ସଶକ୍ତ କରିଥାଏ।

ଜିଓ ଏଆଇ କ୍ଲାସରୁମ ଜିଓପିସି ଦ୍ୱାରା ପରିଚାଳିତ ଏବଂ ଏହା ଜିଓ ଇନଷ୍ଟିଚ୍ୟୁଟ ଦ୍ୱାରା ନିର୍ମାଣ କରାଯାଇଛି, ଯାହା ଉନ୍ନତ ଏଆଇ ଉପକରଣ (ଟୁଲସ) ଗୁଡ଼ିକୁ ମାଗଣା ପ୍ରବେଶ ଭଳି ସୁବିଧା ପ୍ରଦାନ କରିଥାଏ। ଏହି ପଦକ୍ଷେପ ଡିଜିଟାଲ୍ ଅପସ୍କିଲିଂ ଉପରେ ଜାତୀୟ ଶିକ୍ଷା ନୀତି (ଏନଇପି) ର ପ୍ରାଥମିକତା ଅନୁରୂପ ରହିଛି, ଯାହାଦ୍ୱାରା ଛାତ୍ରଛାତ୍ରୀମାନଙ୍କୁ ଜିଓ ଏଆଇ କ୍ଲାସରୁମ୍ ସେସନ୍‌ରେ ଅଂଶଗ୍ରହଣ କରି ଜିଓ ଇନଷ୍ଟିଚ୍ୟୁଟରୁ ଦକ୍ଷତା ପ୍ରମାଣପତ୍ର ପାଇପାରିବେ ଏବଂ ସେମାନଙ୍କର ଶିକ୍ଷାଗତ ଓ ବୃତ୍ତିଗତ ଅଭିବୃଦ୍ଧିକୁ ଆଗକୁ ଆଗକୁ ନେଇପାରିବେ।

ଏହାର ଏଆଇ କ୍ଲାସରୁମ୍ ପଦକ୍ଷେପର ଏକ ଅଂଶ ଭାବରେ, ଜିଓପିସି ପକ୍ଷରୁ ଜିଓପିସି ଉପରେ ଏକ ଏଆଇ କ୍ଲାସରୁମ୍ ଛାତ୍ରବୃତ୍ତି ମଧ୍ୟ ଘୋଷଣା କରାଯାଇଛି। ଏହି ଛାତ୍ରବୃତ୍ତି ଏଆଇ ଫାଉଣ୍ଡେସନ୍ ପାଠ୍ୟକ୍ରମ (କୋର୍ସ) ସମାପ୍ତ କରିଥିବା ଶିକ୍ଷାର୍ଥୀମାନଙ୍କୁ ଜିଓପିସିରେ ରିହାତିଯୁକ୍ତ ପ୍ରବେଶ ପ୍ରଦାନ କରେ, ଯାହା ଶିକ୍ଷାର୍ଥୀମାନଙ୍କୁ ମହଙ୍ଗା କମ୍ପ୍ୟୁଟର କିଣିବା ଆବଶ୍ୟକ ନକରି ଏଆଇ ପ୍ରକଳ୍ପ, ପରୀକ୍ଷଣ ଏବଂ ବ୍ୟବହାରିକ ପ୍ରୟୋଗରେ କାମ କରିବାକୁ ସକ୍ଷମ କରିଥାଏ।

ରିଲାଏନ୍ସ ଜିଓ ପୂର୍ବରୁ ଓଡ଼ିଶାରେ ୬୦୦ ରୁ ଅଧିକ କଲେଜ ଏବଂ ଉଚ୍ଚ ଶିକ୍ଷା ପ୍ରତିଷ୍ଠାନରେ ଗୁଗୁଲ ଜେମିନି ପ୍ରୋ ମାଧ୍ୟମରେ ସାରା ରାଜ୍ୟରେ କଲେଜ ଛାତ୍ରଛାତ୍ରୀମାନଙ୍କୁ କୃତ୍ରିମ ବୁଦ୍ଧିମତ୍ତା (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ) ଉପରେ ବ୍ୟବହାରିକ ଜ୍ଞାନ ପ୍ରଦାନ ଏବଂ ସଶକ୍ତ କରିବା ପାଇଁ ଏକ ବ୍ୟାପକ ଅଭିଯାନ ଆରମ୍ଭ କରିଥିଲା। ଜିଓର ବରିଷ୍ଠ ଅଧିକାରୀମାନେ ଛାତ୍ରଛାତ୍ରୀମାନଙ୍କୁ ଗୁଗୁଲର ସବୁଠାରୁ ସକ୍ଷମ ଏଆଇ ସିଷ୍ଟମ ଗୁଗୁଲ ଜେମିନି ସହିତ ପରିଚିତ କରାଇବା ପାଇଁ ଅଭିନବ ଇଣ୍ଟରାକ୍ଟିଭ୍ ସେସନଗୁଡିକର ସଞ୍ଚାଳନା କରିଥିଲେ, ଯାହା ଶିକ୍ଷାଗତ ଉତ୍କର୍ଷତା, ବୈଷୟିକ ଦକ୍ଷତା, ସୃଜନଶୀଳତା ଏବଂ ଆସିଷ୍ଟେଡ଼ ଶିକ୍ଷା ପାଇଁ ବ୍ୟବହାରିକ ପ୍ରୟୋଗ ଉପରେ ଧ୍ୟାନ କେନ୍ଦ୍ରିତ କରିଥିଲା। ଏହି ସେସନ ଗୁଡ଼ିକରେ ଛାତ୍ରଛାତ୍ରୀମାନଙ୍କୁ ଏଆଇ ଜରିଆରେ ନୋଟ୍ ପ୍ରସ୍ତୁତ କରିବା ଏବଂ ଆସାଇନମେଣ୍ଟ ଲେଖିବା, କୋଡିଂ, ପ୍ରୋଜେକ୍ଟ ପରିକଳ୍ପନା, ଡିଜାଇନ୍, ସାକ୍ଷାତକାର ପ୍ରସ୍ତୁତି ଇତ୍ୟାଦି ପାଇଁ ନୋଟବୁକ୍ ଏଲଏମ ଭଳି ଏଆଇ ଟୁଲସ ବ୍ୟବହାର କରି ସେମାନଙ୍କର ବ୍ୟକ୍ତିଗତ ଏବଂ ବୃତ୍ତିଗତ ଅଭିବୃଦ୍ଧି ହାସଲ କରିବା ଉପରେ ଆଲୋକପାତ କରାଯାଇଥିଲା।

ଏହାର ବ୍ୟାପକ ୫ଜି ନେଟୱାର୍କ ସହିତ ଅତ୍ୟାଧୁନିକ ଏଆଇ ପ୍ରଯୁକ୍ତିବିଦ୍ୟାକୁ ସମନ୍ୱିତ କରି, ଜିଓ ସାରା ଓଡ଼ିଶାରେ ଡିଜିଟାଲ୍ ବୈଷମ୍ୟକୁ ଦୂର କରି ଭବିଷ୍ୟତର ଡିଜିଟାଲ୍ ଅର୍ଥନୀତିରେ ଅର୍ଥପୂର୍ଣ୍ଣ ଅବଦାନ ପାଇଁ ଯୁବପିଢ଼ିଙ୍କୁ ପ୍ରସ୍ତୁତ କରିବା ଦିଗରେ ଏହାର ପ୍ରତିବଦ୍ଧତାକୁ ଦୋହରାଇଛି। ଏହି ପଦକ୍ଷେପ ଛାତ୍ରଛାତ୍ରୀମାନଙ୍କୁ ଶକ୍ତିଶାଳୀ ଏଆଇ ଟୁଲସ୍ ଏବଂ ବିଶେଷଜ୍ଞଙ୍କ ସହାୟତାରେ ଏଆଇ ବ୍ୟବହାର ସହିତ ପରିଚିତ ହେବାରେ ସହାୟକ ହେଉଛି, ଯାହା ସେମାନଙ୍କୁ ଆତ୍ମବିଶ୍ୱାସର ସହିତ ଏଆଇ-ରେଡି ପ୍ରଫେସନାଲ ହେବା ଦିଗରେ ସଶକ୍ତ କରୁଛି।

ଏହି ମିଶନର ସହାୟତା ପାଇଁ ଗୁଗୁଲ୍ ଜେମିନି ପ୍ରୋ ପ୍ଲାନ ସମସ୍ତ ସକ୍ରିୟ ଜିଓ ଅନଲିମିଟେଡ଼ ୫ଜି ଉପଭୋକ୍ତାମାନଙ୍କ ପାଇଁ ମାଗଣାରେ ଉପଲବ୍ଧ, ଯାହା ୩୫,୧୦୦ ଟଙ୍କା ମୂଲ୍ୟର ୧୮ ମାସର ସବସ୍କ୍ରିପସନ୍ ମାଗଣାରେ ପ୍ରଦାନ କରୁଛି। ଏହି ପ୍ରିମିୟମ୍ ଏଆଇ ପ୍ଲାନରେ ଅନ୍ତର୍ଭୁକ୍ତ ରହିଛି ସର୍ବାଧୁନିକ ଗୁଗୁଲ୍ ଜେମିନି ୩ ପ୍ରୋ ମଡେଲ୍, ଏଆଇ ସହାୟତାରେ ଡିଜାଇନ ଚିତ୍ର ସୃଷ୍ଟି ପାଇଁ ନାନୋ ବନାନା ପ୍ରୋ (Nano Banana Pro), ଭିଡିଓ ପ୍ରସ୍ତୁତି ପାଇଁ ଭିଓ ୩.୧ (Veo 3.1), ଶିକ୍ଷାଭିତ୍ତିକ ଗବେଷଣା ପାଇଁ ନୋଟବୁକଏଲଏମ (NotebookLM) ଏବଂ ୨ ଟିବି କ୍ଲାଉଡ୍ ଷ୍ଟୋରେଜ୍ ଭଳି ଉନ୍ନତ ଏଆଇ ଟୁଲସର ବ୍ୟବହାର ସୁଯୋଗ। ଜିଓ ଅନଲିମିଟେଡ଼ ୫ଜି ଉପଭୋକ୍ତାମାନେ ମାଇଁ ଜିଓ ଆପ୍ ମାଧ୍ୟମରେ ଅତି ସହଜରେ ଏହି ପ୍ଲାନକୁ ସକ୍ରିୟ କରିପାରିବେ, ଯାହା ଶିକ୍ଷା ଏବଂ ସୃଜନଶୀଳତାକୁ ବଢାଇବା ପାଇଁ ପରିବର୍ତ୍ତନକାରୀ ଏଆଇ କ୍ଷମତାଗୁଡ଼ିକର ତୁରନ୍ତ ଆକ୍ସେସ ପ୍ରଦାନ କରିଥାଏ।

Leave A Reply