ଜ୍ୟୋତିଷ ଶାସ୍ତ୍ର ଅନୁସାରେ ନୂଆବର୍ଷ ୨୦୨୬ ରେ ଗୁରୁଗ୍ରହ ବୃହସ୍ପତିଙ୍କର ଚଳନ ହେବ , ବୃହସ୍ପତି ଙ୍କର ଏହି ଚଳନ କିଛିଟା ରାଶି ଉପରେ ଭଲ ପ୍ରଭାବ ପକାଉଥିବା ବେଳେ ଆଉକିଛି ରାଶି ମାଲାମାଲ ହେବାର ସୁଯୋଗ ପାଇବେ l ଗୁରୁଃଗ୍ରହ ବୃହସ୍ପତିଙ୍କ ଚଳନ ଜୀବନରେ ସୁଖ ସମୃଦ୍ଧି ଆଣିବ l
* ମେଷ ରାଶି –
ବର୍ଷ ୨୦୨୬ ରେ ମେଷ ରାଶିର ବ୍ୟକ୍ତିଙ୍କ ପାଇଁ ଧନ ମାମଲାରେ ଖରାପ ଭଲ ରହିବ, ଆର୍ଥିକ ଚାପ ଦେଖାଦେବ, ପୁରୁଣା ସମ୍ପତି ବିକ୍ରି ହେବ, ନିର୍ମାଣ ଓ ନିବେଶରେ ଅନେକ ବାଧା ଆସିବ l
* ବୃଷ ରାଶି –
ବୃଷ ରାଶିର ବ୍ୟକ୍ତିଙ୍କ ପାଇଁ ୨୦୨୬ ସମାଧାନ ର ବର୍ଷ ହେବ, ଆର୍ଥିକ ସମସ୍ୟା ଦୂର ହେବ, ଋଣ ଭାର ରୁ ମୁକ୍ତି ପାଇବେ, କ୍ୟାରିଅର ସ୍ଥିର ରହିବ, ବୃହସ୍ପତି ଙ୍କ ଚଳନ ଜୀବନ ରେ ସୁଖ ସମୃଦ୍ଧି ଆଣିବ l
* ମିଥୁନ ରାଶି –
୨୦୨୬ ରେ କ୍ୟାରିଅର ରେ ପରିବର୍ତ୍ତନ ହେବ, ଖର୍ଚ୍ଚ ବୃଦ୍ଧି ହେବ, ଯଦି ନିୟନ୍ତ୍ରଣ ନକରିବେ ତେବେ ବ୍ୟୟବହୁଳ ହୋଇଯିବ ଜୀବନ l ସମ୍ପତି ସହିତ ଜଡିତ ସମସ୍ୟାରେ ବଡ଼ ପଦକ୍ଷେପ ନେଇ ପାରନ୍ତି l
* କର୍କଟ ରାଶି –
ଗତବର୍ଷ ଅପେକ୍ଷା ୨୦୨୬ କର୍କଟ ରାଶିର ବ୍ୟକ୍ତିଙ୍କ ପାଇଁ ଆର୍ଥିକ ସ୍ଥିତିରେ ସୁଧାର ଆସିବ, ଋଣ ହ୍ରାସ ହେବ, ଅଟକିଥିବା ଧନ ମିଳିଯିବ, କ୍ୟାରିଅର ରେ ବଡ଼ ପରିବର୍ତ୍ତନ ହେବ l
* ସିଂହ ରାଶି –
ସିଂହ ରାଶିର ବ୍ୟକ୍ତିଙ୍କ ପାଇଁ ନୂଆବର୍ଷ ପରିଶ୍ରମ ଓ ସଂଯମ ର ପରୀକ୍ଷାର ବର୍ଷ ହେବ, ସ୍ୱାସ୍ଥ୍ୟ ଓ ପରିବାରଙ୍କ ଦାୟିତ୍ୱ କାରଣରୁ ଖର୍ଚ୍ଚ ବୃଦ୍ଧି ହେବ, ଋଣ ଠାରୁ ଦୁରେଇ ରହିବ ଜରୁରୀ l
* କନ୍ୟା ରାଶି –
କନ୍ୟା ରାଶିର ବ୍ୟକ୍ତିଙ୍କ ପାଇଁ ୨୦୨୬ ଆହ୍ୱାନ ପୁର୍ଣ ରହିବ, ଶିକ୍ଷା ଓ ସମ୍ପତି ରେ ଖର୍ଚ୍ଚ ସମ୍ଭବ ରହିଛି, ନୂଆ କାର୍ଯ୍ୟ ଆରମ୍ଭର ସମ୍ଭାବନା ରହିଛି l
* ତୁଳା ରାଶି –
ନୂଆବର୍ଷ ୨୦୨୬ ଖୁବ ସକାରାତ୍ମକ ରହିବ, କ୍ୟାରିଅର ରେ ଉନ୍ନତି ହେବ, ଋଣ ହ୍ରାସ ହେବ ଏବଂ ଅଟକି ଥିବା କାର୍ଯ୍ୟରେ ସଫଳ ହେବ l
* ବିଛା ରାଶି –
ବିଛା ରାଶିର ବ୍ୟକ୍ତିଙ୍କ ପାଇଁ ୨୦୨୬ ଭାଗ୍ୟ ସୁଧାରିବାର ବର୍ଷ ଅଟେ, ଆୟର ନୂଆ ଅବସର ମିଳିବ, ଏବଂ ଅଟକିଥିବା ପଇସା ଫେରି ପାଇବେ, ସେୟାର ରେ ଯଦି ବ୍ୟବସାୟ କରିବେ ତେବେ ସତର୍କ ରହିବେ l
* ଧନୁ ରାଶି –
୨୦୨୬ ରେ ଧନୁ ରାଶିର ବ୍ୟକ୍ତିଙ୍କର ଭାଗ୍ୟରେ ପରିବର୍ତ୍ତନ ହେବ, ଋଣ ବହାରରୁ ମୁକ୍ତି ମିଳିବ, କିନ୍ତୁ ସ୍ୱାସ୍ଥ୍ୟ ସମସ୍ୟା ରହିବ, ଖର୍ଚ୍ଚ ବଢିବ, କ୍ୟାରିଅର ରେ ବଡ଼ ପରିବର୍ତନ ହେବ l
* ମକର ରାଶି –
ମକର ରାଶିର ବ୍ୟକ୍ତିଙ୍କ ପାଇଁ ୨୦୨୬ ଖୁବ ଶୁଭ ରହିବ, ଧନ , ସମ୍ପତି ଓ ବାହାନ ଯୋଗ ରହିଛି, କ୍ୟାରିଅର ରେ ସ୍ଥିରତା ରହିବ ଓ ପୁରୁଣା ସମସ୍ୟା ଦୂର ହେବ l
* କୁମ୍ଭ ରାଶି –
କୁମ୍ଭ ରାଶିର ବ୍ୟକ୍ତିଙ୍କ ପାଇଁ ନୂଆବର୍ଷ ଶୁଭ ରହିବ, କ୍ୟାରିଅର ରେ ବଡ଼ ନିର୍ଣ୍ଣୟ ନେବେ, ବୃହସ୍ପତି ଚଳନ ଜୀବନ ଉପରେ ଶୁଭ ଫଳ ପକାଇବ l ଶନିବାର ରେ ଶିବ ମନ୍ଦିର ଦର୍ଶନ କରନ୍ତୁ l
* ମୀନ ରାଶି –
ନୂଆବର୍ଷ ରେ ଧନ ସମ୍ବନ୍ଧୀୟ ସମସ୍ୟା ରହିବ, ଖର୍ଚ୍ଚ ବଢିବ, ସ୍ଥାନ ପରିବର୍ତ୍ତନ କରି ବିଦେଶ ଯାତ୍ରା କରିବେ, ବର୍ଷ ଶେଷ ରେ ଶୁଭ ଫଳ ମିଳିବ l
