Odisha news

ଗୁରୁବାରରେ ପଡୁଛି ନୂଆବର୍ଷ : ଜ୍ୟୋତିଷ ଶାସ୍ତ୍ର ରେ  କଉଡ଼ି ରେ ଏହିସବୁ ଉପାୟ କରିବା ଦ୍ୱାରା ବର୍ଷଟି ଭଲରେ କଟିବ

0
ଇଂରାଜୀ ନୂତନବର୍ତ୍ସ ଜାନୁଆରୀ ୧ ତାରିଖ ଗୁରୁବାରରେ ପଡୁଥିବାରୁ ଏହିଦିନ ଗୋଟିଏ ଶୁଭ ଦିନ, ସମସ୍ତେ ଚାହିଁ ଥାଆନ୍ତି ନୂଆବର୍ଷ ସେମାନଙ୍କ ପାଇଁ ସୁଖ ସମୃଦ୍ଧି ଆଣୁ, ଜ୍ୟୋତିର୍ବିଦ ଙ୍କ ମତରେ ନୂତନ ବର୍ଷ ଗୁରୁବାର ରେ ପଡୁଥିବାରୁ ଏହିଦିନର ଅନେକ ମହତ୍ୱ ରହିଛି,  କଉଡି ମା ଲକ୍ଷ୍ମୀଙ୍କର ପ୍ରିୟ ଅଟେ, ଏବଂ ଏହାକୁ ନେଇ ଗୁରୁବାରରେ ଉପାୟ କରିବା ଦ୍ୱାରା ଜୀବନରେ ସୁଖ ସମୃଦ୍ଧିର ଆଗମନ ହୋଇଥାଏ l

– ନୁଆବର୍ଷର ପ୍ରଥମ ଦିନ ସ୍ନାନ କରିସାରି କେଶର ରେ ତିଳକ ଶ୍ରୀହରି ଙ୍କୁ ଅର୍ପଣ କରନ୍ତୁ ଓ ମହାଦେବ ଙ୍କ ନିକଟରେ କେଶର ମିଶ୍ରିତ ଦୁଗ୍ଧ ଅର୍ପଣ କରନ୍ତୁ l ନିଜ ମସ୍ତକ ରେ କେଶର ତିଳକ ଧାରଣ କରନ୍ତୁ l ଏହାଦ୍ୱାରା ଚାକିରୀ ଓ ବ୍ୟବସାୟ କ୍ଷେତ୍ରରେ ସଫଳତା ମିଳିବ l

– ନୂଆବର୍ଷ ଦିନ ତୁଳସୀ ଗଛ ଘରକୁ ଆଣନ୍ତୁ ଓ ଏହାକୁ ଲଗାନ୍ତୁ l ଏହାଦ୍ୱାରା ଜୀବନ ରେ ସୁଖଶାନ୍ତି ଆସିବ l ଏବଂ ଗୃହ କ୍ଳେଶ ମୁକ୍ତି ମିଳିବ l

– ନୁଆବର୍ଷର ପ୍ରଥମ ଦିନ ସୂର୍ଯ୍ୟ ପୂଜନ ର ବିଶେଷ ମହତ୍ୱ ରହିଛି l ଏବଂ ସୂର୍ଯ୍ୟ ଚାଳିଶ ପାଠ କରିବା ଦ୍ୱାରା ସୌଭାଗ୍ୟ ର ବୃଦ୍ଧି ହେବ l

– ନୁଆବର୍ଷର ପ୍ରଥମ ଦିନରେ ଶ୍ରୀହରୀ ବିଷ୍ଣୁ ଙ୍କ ନିକଟରେ ନଡ଼ିଆ ଅର୍ପଣ କରନ୍ତୁ l  ଏହି ନଡ଼ିଆକୁ ଭାଙ୍ଗି ଏହାର ଜଳ କୁ ଘରର ଚାରିଆଡେ ଛିଞ୍ଚି ଦିଅନ୍ତୁ l ଏହାଦ୍ୱାରା ଘରର ନକାରାତ୍ମକ ଭାବନା ଦୂର ହେବ l

– ବର୍ଷ ସାରା ମାଲକ୍ଷ୍ମୀ ଙ୍କ କୃପା ଲାଭ କରିବା ପାଇଁ ନୂଆବର୍ଷ ର ପ୍ରଥମ ଦିନରେ ମା ଲକ୍ଷ୍ମୀ ଙ୍କ ନିକଟରେ ଗୁଡ଼, ଚାଉଳ, ନଡ଼ିଆ ଓ କଉଡି  ଅର୍ପଣ କରନ୍ତୁ l ଏହାପରେ ଗୁଡ଼ ଓ ଚାଉଳ ରେ ପ୍ରସାଦ ପ୍ରସ୍ତୁତ କରିବା ସହିତ କଉଡ଼ି ଓ ନଡ଼ିଆ କୁ ଲକ୍ଷ୍ମୀଙ୍କ ନିକଟରେ ସ୍ଥାପନା କରନ୍ତୁ l

– ନୂଆବର୍ଷ ର ପ୍ରଥମ ଦିନରେ ମାଲକ୍ଷ୍ମୀ ଙ୍କ ନିକଟରେ ହଳଦୀ ଓ କଉଡ଼ି ଅର୍ପଣ କରନ୍ତୁ l  ଏବଂ ପରେ ଏହି କଉଡ଼ି ଓ ହଳଦୀ କୁ ଗୋଟିଏ ନାଲି କପଡା ରେ ବାନ୍ଧି ଘରର ମୁଖ୍ୟ ଦ୍ୱାରରେ ବାନ୍ଧି ଦିଅନ୍ତୁ l ଏହାଦ୍ୱାରା ଧନର ଆଗମନ ହୋଇଥାଏ l

Leave A Reply