କାନାଡ଼ା ରେ ବୃଦ୍ଧି ପାଉଛି ଭାରତ ବିରୋଧୀ ଉତେଜନା , ଉତେଜନା ବୃଦ୍ଧି କରୁଥିବା ଏହି ମହିଳା କିଏ ? ଯାହାଙ୍କୁ ଖୋଜୁଛି ଟୋରନ୍ଟୋ ପୋଲିସ, ପୋଲିସ ପକ୍ଷରୁ ଜାରି ହେଲା ମହିଳାଙ୍କ ଫଟୋ l
କାନାଡ଼ା ରେ ଭାରତ ବିରୁଦ୍ଧରେ ଉତେଜନା ବୃଦ୍ଧି କରୁଥିବା ମାମଲା ରେ ପୋଲିସ ଜଣେ ମହିଳାଙ୍କୁ ଖୋଜୁଛି l ଉକ୍ତ ମହିଳା ଙ୍କ ଚିହ୍ନଟ ପାଇଁ ଟୋରନ୍ଟୋ ପୋଲିସ ସାଧାରଣ ନାଗରିକ ଙ୍କର ସହାୟତା ଲୋଡ଼ିଛି l
ଗୁରୁବାର ଜୁଲାଇ ୩ ରୁ ନେଇ ଡିସେମ୍ବର ୨୧, ୨୦୨୫ ମଧ୍ୟରେ ପୋଲିସ ଅଧିକାରୀ ମାନେ ଟୋରନ୍ଟୋ ଟ୍ରାଞ୍ଜିଟ କମିଶନ ର ଅନେକ ଗୁଡିଏ ପୋଲିସ ଷ୍ଟେସନରେ ଅଭିଯୋଗ ମିଳିଥିଲା l ଯେଉଁଥିରେ ଟ୍ରେନ ରେ ଭାରତୀୟ ଙ୍କ ବିରୁଦ୍ଧରେ ଉତେଜନା ସୃଷ୍ଟି କରୁଥିବାର ଅଭିଯୋଗ ଦର୍ଶା ଯାଇଥିଲା l
ଯାଞ୍ଚ ରେ ଜଣାପଡିଥିଲା ଯେ ଉକ୍ତ ମହିଳା ବିଭିନ୍ନ ରେଳ ଷ୍ଟେସନ କୁ ସରକାରୀ ଜିନିଷ କୁ କ୍ଷତି ପହଞ୍ଚାଇବା ସହିତ ରେଳ ବଗି ଗୁଡିକ ରେ ଭାରତ ବିରୋଧୀ ସନ୍ଦେଶ ଲେଖୁଥିଲେ l ଡିସେମ୍ବର ୨୧ ତାରିଖ ରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା l
ଟୋରନ୍ଟୋ ପୋଲିସ ଉକ୍ତ ମହିଳା ଙ୍କ ଫଟୋ ଜାରି କରିଛି l ମହିଳା ଜଣଙ୍କ କାନାଡ଼ାର ଟୋରନ୍ଟୋ ରେ ଭାରତ ବିରୋଧୀ ବିଭିନ୍ନ ସ୍ଲୋଗାନ ଦେଇଥିଲେ ଓ ଅଶାନ୍ତି ସୃଷ୍ଟି କରୁଥିଲେ l ଯାହାକୁ ନେଇ କାନାଡ଼ା ରେ ଭାରତୀୟ ଙ୍କ ପ୍ରତି ନିର୍ଯ୍ୟାତନା କରାଯାଉଥିଲା l ଏହି ସମ୍ପୂର୍ଣ ମାମଲା ରେ ହେଡ଼ କ୍ରାଇମ ୟୁନିଟ ଯାଞ୍ଚ କରୁଛି l ଏବଂ ଜନସାଧାରଣ ଙ୍କ ସହାୟତା ଲୋଡ଼ିଛି l
