Odisha news

ମୃତ୍ୟୁ ସହ ଲଢେଇ କରି ଶେଷରେ ହାରିଗଲେ ହ୍ୟୁମାନ ସାଗର

0

ଭୁବନେଶ୍ବର: ମୃତ୍ୟୁ ସହ ଲଢେଇ କରି କରି ଶେଷରେ ହାରିଗଲେ ହ୍ୟୁମାନ ସାଗର । ଭୁବନେଶ୍ବର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ । କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପରଲୋକ ପରେ ସଙ୍ଗୀତ ଜଗତରେ ଶୋକର ଛାୟା । ୩୪ ବର୍ଷ ବୟସରେ ହ୍ୟୁମାନଙ୍କ ପରଲୋକକୁ ବିଶ୍ବାସ କରିପାରୁ ନାହାନ୍ତି ଦର୍ଶକ ଏବଂ ପ୍ରଶଂସକ । ଏମିତି ବୟସରେ କିଏ କଣ ଯାଏ ବୋଲି ତାଙ୍କ ସହ କାମ କରୁଥିବା ଏବଂ ଜଡିତ ଥିବା ଲୋକ କହିଛନ୍ତି ।

ହ୍ୟୁମାନଙ୍କ ପରଲୋକ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରିଛନ୍ତି। ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଷୟରେ ଜାଣି ମୁଁ ଅତ୍ୟନ୍ତ ଦୁଃଖିତ । ତାଙ୍କର ବିୟୋଗ ଆମ ସଙ୍ଗୀତ ଓ ସିନେମା ପାଇଁ ଏକ ଅପୂରଣୀୟ କ୍ଷତି। ଶୋକସନ୍ତପ୍ତ ପରିବାର ପ୍ରତି ମୋର ସମବେଦନା ଜଣାଇବା ସହ ଦିବଙ୍ଗତ ଆତ୍ମାଙ୍କ ଶାନ୍ତି ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି।

Leave A Reply