Odisha news

ଏୟାର ପ୍ୟୁରିଫାୟର କିଣିବା ପୂର୍ବରୁ ନିହାତି ଜାଣି ରଖନ୍ତୁ ଏହା ଶରୀର ପାଇଁ କେତେ ହିତକର

0
ଶୀତ ଦିନ ଆରମ୍ଭ ହେବା ପୂର୍ବରୁ ଦେଶର ବିଭିନ୍ନ ସ୍ଥାନରେ ବାୟୁ ପ୍ରଦୂଷଣ ଦେଖିବାକୁ ମିଳୁଛି, ବିଶେଷ ଭାବରେ ଦେଶର ରାଜଧାନୀ ଦିଲ୍ଲୀ ରେ ଏହାର ପ୍ରଭାବ ଏତେ ଅଧିକ ବଢ଼ିଯାଇ ଥାଏ ଯେ ପ୍ରଶ୍ୱାସ ନେବାକୁ ମଧ୍ୟ କଷ୍ଟ ହୋଇଥାଏ, ଏବଂ ଦେଶର ବିଭିନ୍ନ ସ୍ଥାନରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳୁଛି, ପ୍ରଦୂଷିତ ବାୟୁ ରୁ ନିଜକୁ ରକ୍ଷା କରିବା ପାଇଁ ବର୍ତମାନ ଲୋକେ ଏୟାର ପୀୟୂରୀଫାୟର ଉପରେ ନିର୍ଭରଶୀଳ ହୋଇ ଯାଉଛନ୍ତି, କିନ୍ତୁ ଏୟାର ପୀୟୂରୀଫାୟର ମଧ୍ୟ ଆମ ଶରୀର ପାଇଁ କ୍ଷତିକାରକ ହୋଇପାରେ l

ଏୟାର ପୀୟୂରୀଫାୟର ଗୋଟିଏ କୁତ୍ରିମ ଯନ୍ତ୍ର ଅଟେ, ଯାହାକି ଦୂଷିତ ବାୟୁ କୁ କୁତ୍ରିମ ଉପାୟରେ ବିଶୋଧିତ କରିଥାଏ, ଯାହାକୁ ଆମେ ଘରେ ଲଗାଇ ଥାଉ ଏବଂ ଇଲେକ୍ଟ୍ରି ରେ ପରିଚାଳିତ କରିଥାଉ l  କିନ୍ତୁ ଏହା କୁତ୍ରିମ ଉପାୟ ହୋଇଥାଏ l ପୀୟୂରୀଫାୟାର ଅନେକ ସମୟ ରେ ଶରୀର ଉପରେ କ୍ଷତିକାରକ ପ୍ରଭାବ ମଧ୍ୟ ପଡିଥାଏ l

* ଯଦି ଆପଣ ଦୀର୍ଘ ସମୟ ପର୍ଯ୍ୟନ୍ତ ଘର ଭିତରେ ଏୟାର ପୀୟୂରୀଫାୟାର ଲଗାଉଛି ତେବେ କିଛିଟା କଥାକୁ ନିହାତି ଧ୍ୟାନ ଦେବା ଜରୁରୀ ଯେପରିକି –
– ପୀୟୂରୀଫାୟାର ଘରର ଦୂଷିତ ବାୟୁକୁ ବାହାର କରିଥାଏ, ଏଥିସହିତ ଘର ଭିତରେ ସତେଜ ବାୟୁ ପ୍ରବାହିତ କରେ , ତେଣୁ ଏୟାର ପୀୟୂରୀ ଫାୟର ଲଗାଇବା ପୂର୍ବରୁ ଘରେ ଅନ୍ୟ ଯେପରି କିଛି ଧୂଆଁ ପ୍ରବାହିତ ନହୁଏ ସେଥିପ୍ରତି ଧ୍ୟାନ ଦେବେ, ଯେପରିକି ରୋଷେଇ ଧୁଆଁ , ପୂଜା କିମ୍ବା ହୋମ ଧୂଆଁ ଇତ୍ୟାଦି l

– ଅଧିକ ସମୟ ଘର ଭିତରେ ଏୟାର ପୀୟୂରୀ ଫାୟର ବ୍ୟବହାର କରିବା ଦ୍ୱାରା ଆପଣ ପ୍ରଶ୍ୱାସ ସମ୍ବନ୍ଧିତ ସମସ୍ୟାର ସମୁଖୀନ ହୋଇପାରନ୍ତି, ଯେପରିକି ଆସ୍ଥମା, ନାଜାଲ ଚୋକ ଭଳି ସମସ୍ୟାର ସମୁଖୀନ ହୋଇପାରନ୍ତି l

– ଯଦି ଘରେ ଦୀର୍ଘ ସମୟ ଏୟାର ପୀୟୂରୀ ଫାୟର ଚାଲୁଚି ତେବେ ଏହା ରକ୍ତଚାପ ବୃଦ୍ଧିର ମଧ୍ୟ କାରଣ ହୋଇପାରେ ଏବଂ ହାର୍ଟ ଉପରେ ପ୍ରେସର ପକାଇଥାଏ l ତେଣୁ ଏଥି ପ୍ରତି ଧ୍ୱଂ ଦେବା ଜରୁରୀ l

– ପୀୟୂରୀ ଫାୟର ଯଦି କୌଣସି ବୃଦ୍ଧବୟସ୍କ ବ୍ୟକ୍ତିଙ୍କ ନିକଟରେ ଲଗାଉଛନ୍ତି ତେବେ ତାଙ୍କୁ ମଝିରେ ମଝିରେ ଚେକ କରିବା ଜରୁରୀ, କାହିଁକିନା ଏହି ଅନେକ ସମୟରେ ଜୀବନ ପ୍ରତି ବିପଦ ମଧ୍ୟ ଆଣିଥାଏ l

Leave A Reply