Odisha news

ପାର୍ବଣ ସମୟରେ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ପକ୍ଷରୁ ଟ୍ରେନ ପରିଚାଳନା ସହ ଯାତ୍ରୀ ପରିସେବା ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି

0

ଭୁବନେଶ୍ୱର, ଅକ୍ଟୋବର 22: ପାର୍ବଣ ସମୟରେ ଯାତ୍ରୀ ଭିଡକୁ ନିୟନ୍ତ୍ରଣ କରିବା ସହ ଯାତ୍ରୀ ସୁରକ୍ଷା ଓ ପରିଷ୍କାର ପରିଚ୍ଛନତା ସହ ବିଭିନ୍ନ ଯାତ୍ରୀ ପରିସେବା ଓ ଯାତ୍ରୀ ଭିଡ଼ ନିୟନ୍ତ୍ରଣକୁ ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ଼ ରେଳମଣ୍ଡକ ବ୍ୟାପକ ପ୍ରସ୍ତୁତି କରିଅଛି l ଭାରତୀୟ ରେଳ ଦେଶ ବ୍ୟାପୀ ଯାତ୍ରୀଙ୍କୁ ସୁରକ୍ଷିତ, ସୁବିଧାଜନକ ଓ ସମୟୋପଯୁକ୍ତ ଯାତ୍ରା ପ୍ରଦାନ ପାଇଁ ମହାଅଭିଆନ ଆରମ୍ଭ କରିଛି। ଆଜି ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ଠାରେ ଅତିରିକ୍ତ ମଣ୍ଡଳ ରେଳବାଇ ପ୍ରବନ୍ଧକ ଶ୍ରୀ ପି କେ ବେହେରା ଏହି ସୂଚନା ଦେଇଛନ୍ତି l

ଯାତ୍ରୀ ପରିଚାଳନା ଓ ଭିଡ଼ ନିୟନ୍ତ୍ରଣ –

ଭାରତ ସରକାରଙ୍କ ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ନିଜେ ଦିଲ୍ଲୀରେ ଥିବା ଜାତୀୟ ରେଳ ୱାର୍ ରୁମ୍ ମାଧ୍ୟମରେ ଦେଶ ସାରା ଯାତ୍ରୀ ଗତିବିଧି ଓ ସେବା ନିରୀକ୍ଷଣ କରୁଛନ୍ତି।
ଏହା ସହିତ ଖୋର୍ଦ୍ଧା ରୋଡ଼ ଓ ଭୁବନେଶ୍ୱର ମୁଖ୍ୟାଳୟ କାର୍ଯ୍ୟାଳୟରେ ମଧ୍ୟ ଉପ-ୱାର୍ ରୁମ୍ ସଂଚାଳିତ ହେଉଛି, ଯେଉଁଠାରେ ବରିଷ୍ଠ ଅଧିକାରୀମାନେ ଲଗାତାର ଯାତ୍ରୀ ଭିଡ଼ ଓ ସେବା ପରିଚାଳନା ଉପରେ ନିରୀକ୍ଷଣ କରୁଛନ୍ତି।

ମୁଖ୍ୟ ଷ୍ଟେସନଗୁଡିକରେ CCTV ମନିଟରିଂ ସିଷ୍ଟମ୍ ଦ୍ୱାରା ଭିଡ଼ ନିୟନ୍ତ୍ରଣ ଓ ସୁରକ୍ଷା ସୁନିଶ୍ଚିତ କରାଯାଉଛି।

ଭିଡ଼ ନିୟନ୍ତ୍ରଣ ଓ ଯାତ୍ରୀ ସୁବିଧା

ଭୁବନେଶ୍ୱର, କଟକ, ପୁରୀ, ବ୍ରହ୍ମପୁର ଓ ଖୋର୍ଦ୍ଧା ରୋଡ଼ ଭଳି ମୁଖ୍ୟ ଷ୍ଟେସନଗୁଡିକରେ ସଠିକ୍ ଧାଡ଼ି ପ୍ରଣାଳୀ (Queue System) ଲାଗୁ କରାଯାଇଛି।

RPF ଓ GRP କର୍ମଚାରୀମାନେ 24 ଘଣ୍ଟା ସେବାରେ ନିଯୁକ୍ତ ରହି ଭିଡ଼ ନିୟନ୍ତ୍ରଣ ଓ ଯାତ୍ରୀ ସୁରକ୍ଷା ନିଶ୍ଚିତ କରୁଛନ୍ତି।

ଅଧିକ ଭିଡ଼ ଥିବା ଷ୍ଟେସନଗୁଡିକରେ Holding Area ବ୍ୟବସ୍ଥା ଦ୍ୱାରା ଯାତ୍ରୀ ଗତିବିଧି ସୁବିଧା ପାଇଁ ଉପଯୋଗ କରାଯାଉଅଛି।

ଡକାଵାଜି ଓ ପବ୍ଲିକ ଅନାଉନ୍ସମେଣ୍ଟ ମାଧ୍ୟମରେ ଯାତ୍ରୀମାନଙ୍କୁ ଟ୍ରେନ ସମୟସୂଚୀ ଓ ପ୍ଲାଟଫର୍ମ ସୂଚନା ଦିଆଯାଉଛି ସଠିକ ସମୟରେ ଦିଆଯାଉଅଛି।

ବିଶେଷ ଟ୍ରେନ ସେବା

ପୂର୍ବତଟ ରେଳ ଦ୍ୱାରା 367 ବିଶେଷ ଟ୍ରେନ (18 ଜୋଡ଼ି) ଚଳାଚଳ କରାଯାଉଅଛି ଯାହା ଉତ୍ସବ ଋତୁ ଯାତ୍ରୀ ଭିଡ଼ ପାଇଁ ଆବଶ୍ୟକ।
ଦୀପାବଳି ସମୟରେ ଦସପଲ୍ଲା–ପୁରୀ ବିଶେଷ ଟ୍ରେନ ଚଳାଯାଇଥିଲା ଓ ପୁରୀ–ଖୁର୍ଦ୍ଧା ରୋଡ଼ MEMU କୁ ଦସପଲ୍ଲା ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଛି।

ଯାତ୍ରୀ ଚାହିଦା ଅନୁଯାୟୀ ଅଧିକ ବିଶେଷ ଟ୍ରେନ ଚଳାପାଇଁ ଯୋଜନା ଚାଲିଛି।

ପରିଚ୍ଛନ୍ନତା ଓ ସ୍ଵଛ ପରିବେଶ

Special Campaign 5.0 ଅନ୍ତର୍ଗତ ମୁଖ୍ୟ ଷ୍ଟେସନଗୁଡିକରେ ବ୍ୟାପକ ପରିଚ୍ଛନ୍ନତା ଅଭିଯାନ ଚାଲୁରହିଛି।

ପ୍ଲାଟଫର୍ମ, ଅପେକ୍ଷାାଳୟ, ଶୌଚାଳୟ ଓ ପାନୀୟ ଜଳ ସ୍ଥଳଗୁଡିକୁ ପରିଚ୍ଛନତା ରଖିବା ପାଇଁ ସ୍ଥାୟୀ କର୍ମଚାରୀ ଦଳ ନିଯୁକ୍ତ ଅଛନ୍ତି।ପ୍ଲାଷ୍ଟିକ୍ ମୁକ୍ତ ଷ୍ଟେସନ ଅଭିଯାନ ମଧ୍ୟ ଚାଲୁରହିଛି।

ଯାତ୍ରୀ ସୁରକ୍ଷା ବ୍ୟବସ୍ଥା

RPF ଓ ବାଣିଜ୍ୟ ବିଭାଗ ସଂଯୁକ୍ତ ଭାବେ ଯାତ୍ରୀ ଓ ସାମଗ୍ରୀ ଯାଞ୍ଚ ଅଭିଯାନ କରୁଛନ୍ତି।
ଅଗ୍ନିଶୀଳ ଓ ବିସ୍ଫୋରକ ଦ୍ରବ୍ୟ (ଯେପରିକି ଆତଶବାଜି) ନେବାକୁ ନିଷେଧ ଜାରି ରହିଛି।
ପାର୍ସଲ୍ ଗୋଦାମ, କ୍ଲକ୍ ରୁମ୍, ପ୍ଲାଟଫର୍ମ ଓ ଯାତ୍ରୀ ଲଗେଜ୍ ଉପରେ ବିଶେଷ ଯାଞ୍ଚ ହେଉଛି।

ଯାତ୍ରୀ ଅସୁବିଧା ହେଲେ RPF କିମ୍ବା 139 ହେଲ୍ପଲାଇନ୍ ସଂପର୍କ କରିପାରିବେ।

ପରିଚାଳନା ଓ ସେବାଦକ୍ଷତା

ଉଚ୍ଚ ଯାତ୍ରୀ ଭିଡ଼ ସତ୍ୱେ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ବ୍ୟାପକ ପ୍ରସ୍ତୁତି ଜାରିରଖିଛି ।
Crew ବ୍ୟବସ୍ଥାପନ, ରେକ୍ ମ୍ୟାନେଜମେଣ୍ଟ ଓ ବିଭାଗୀୟ ସମନ୍ୱୟ ମାଧ୍ୟମରେ ସମସ୍ତ ଟ୍ରେନ ଚଳାଚଳ ସମୟମାନ୍ୟ ହେଉଛି।

ଜନସଚେତନତା ଓ ଯାତ୍ରୀ ସଂଯୋଗ

‘ଅମୃତ ସଂଵାଦ’ ଅଭିଯାନ ମାଧ୍ୟମରେ ଯାତ୍ରୀଙ୍କ ମତାମତ ଓ ପ୍ରସ୍ତାବ ଗ୍ରହଣ କରାଯାଉଛି। ପ୍ଲାଟଫର୍ମ ଓ ଷ୍ଟେସନରେ ବ୍ୟାପକ ଘୋଷଣା, ପୋଷ୍ଟର ଓ ପ୍ୟାମ୍ଫ୍ଲେଟ୍ ବିତରଣ ମାଧ୍ୟମରେ ସୁରକ୍ଷା ସଚେତନତା ବୃଦ୍ଧି କରାଯାଉଛି।

ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛି ଏହି ପରିଚାଳନା ଓ ସେବା ଉପଲବ୍ଧି କରାଇବା ପାଇଁ – ଏହି ଉତ୍ସବ ଋତୁରେ ଆମେ ସମସ୍ତେ ମିଶି ସୁରକ୍ଷିତ, ସ୍ୱଚ୍ଛ ଓ ସୁବିଧାଜନକ ଯାତ୍ରାକୁ ସୁନିଶ୍ଚିତ କରିବା। ଆମ କର୍ମଚାରୀମାନେ ଦିନ ଓ ରାତି ଅବିରତ ଭାବେ ଯାତ୍ରୀ ସେବା ପାଇଁ ନିଷ୍ଠାପୂର୍ବକ ଅର୍ପିତ ବୋଲି ଅତିରିକ୍ତ ମଣ୍ଡଳ ରେଳବାଇ ପ୍ରବନ୍ଧକ ଶ୍ରୀ ବେହେରା କହିଛନ୍ତି l

Leave A Reply