Odisha news

ଦୀପାବଳିରେ ଶେଷ ନିଶ୍ୱାସ ତ୍ୟାଗ କଲେ ପ୍ରସିଦ୍ଧ ବଲିଉଡ ଅଭିନେତା ଅସରାନି

0

ମୁମ୍ବାଇ: ପ୍ରସିଦ୍ଧ ବଲିଉଡ ଅଭିନେତା ଅସରାନିଙ୍କ ଦେହାନ୍ତ ହୋଇଛି। ସେ ଦୀପାବଳିରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ଅସରାନିଙ୍କୁ ୮୪ ବର୍ଷ ବୟସ ହୋଇଥିଲା। ସେ ହସ୍ପିଟାଲରେ ବାର୍ଦ୍ଧକ୍ୟ ଜନିତ ସମସ୍ୟା ଯୋଗୁ ଚିକିତ୍ସିତ ହେଉଥିଲେ।  ସୋମବାର ଅପରାହ୍ନ ୪ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ଅସରାନିଙ୍କ ପୂରା ନାମ ଗୋବର୍ଦ୍ଧନ ଅସରାନି ଥିଲା।, ସେ ୧ ଜାନୁଆରି, ୧୯୪୧ରେ ଜୟପୁରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ହାସ୍ୟରସାତ୍ମକ ଅଭିନୟ ପାଇଁ ଜଣାଶୁଣା ଅସରାନି ୧୯୬୦ ଦଶକରେ ତାଙ୍କର ଚଳଚ୍ଚିତ୍ର ଜୀବନ ଆରମ୍ଭ କରିଥିଲେ।

ଆସରାନିଙ୍କ ମୃତ୍ୟୁ ଏବଂ ଅସୁସ୍ଥତାର କାରଣ ପ୍ରକାଶ କଲେ ମ୍ୟାନେଜର

ରିପୋର୍ଟ କରାଯାଉଛି ଯେ, ଆସରାନିଙ୍କ ଫୁସଫୁସ ସମସ୍ୟା ଥିଲା ଏବଂ ତାଙ୍କୁ ଗତ ଚାରି ଦିନ ଧରି ଆରୋଗ୍ୟ ନିଧି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ମ୍ୟାନେଜର ବାବୁ ଭାଇ ତାଙ୍କ ମୃତ୍ୟୁକୁ ନିଶ୍ଚିତ କରିଛନ୍ତି। ମ୍ୟାନେଜର କହିଛନ୍ତି ଯେ, ଆସରାନିଙ୍କୁ ଚାରି ଦିନ ପୂର୍ବରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଛାତିରେ ତରଳ ପଦାର୍ଥ ଜମି ରହିଥିବା ଯୋଗୁ ସମସ୍ୟା ସୃଷ୍ଟି ହୋଇଥିଲା।
 ପୂର୍ବରୁ ଦୀପାବଳିର ଶୁଭେଚ୍ଛା ଜଣାଇଥିଲେ

ଅସରାନିଙ୍କ ମୃତ୍ୟୁ ଖବର ଆସିବାର କିଛି ଘଣ୍ଟା ପୂର୍ବରୁ, ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ କରାଯାଇଥିଲା। ଯେଉଁଥିରେ ଅଭିନେତା ସମସ୍ତଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଥିଲେ। ଏବଂ କିଛି ଘଣ୍ଟା ପରେ, ତାଙ୍କ ମୃତ୍ୟୁ ଏକ ବଡ଼ ଝଟକା ଭାବରେ ଆସିଥିଲା।

ସାଣ୍ଟାକ୍ରୁଜ୍ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ 

ଦୀପାବଳି ସନ୍ଧ୍ୟାରେ ସାନ୍ତାକ୍ରୁଜ୍‌ର ଶାନ୍ତି ନଗର ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା।

୪୦୦ ରୁ ଅଧିକ ଚଳଚ୍ଚିତ୍ର, ସ୍ମରଣୀୟ ଭୂମିକା

ଅସରାନୀ ନିଜ କ୍ୟାରିଅରରେ ୪୦୦ ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରି ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ପ୍ରତିଷ୍ଠା କରିଥିଲେ। “ବବର୍ଚି”, “ଚୁପକେ ଚୁପକେ”, “ଛୋଟି ସି ବାତ୍”, “ଭୁଲ ଭୁଲେୟା” ଏବଂ “ଖଟା ମିଠା” ଭଳି ଚଳଚ୍ଚିତ୍ର ବ୍ୟତୀତ ସେ “ଶୋଲେ” ରେ ଜେଲ୍‌ର ଭାବରେ ଅଭିନୟ କରିଥିଲେ। ୧୯୬୭ ମସିହାରେ ଅସରାନୀ “ହରେ କାଞ୍ଚ କି ଚୁଡିୟାଁ” ଚଳଚ୍ଚିତ୍ରରେ ତାଙ୍କର ପ୍ରଥମ ବ୍ରେକ୍ ପାଇଥିଲେ।  ସେ ଏହି ଚଳଚ୍ଚିତ୍ରରେ ଅଭିନେତା ବିଶ୍ୱଜିତ୍‌ଙ୍କ ବନ୍ଧୁ ଭୂମିକାରେ ଅଭିନୟ କରିଥିଲେ ।

ଆସରାନୀଙ୍କ ସ୍ତ୍ରୀ ଏବଂ ପ୍ରେମ କାହାଣୀ

ଅସରାନିଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କହିବାକୁ ଗଲେ, ସେ ଅଭିନେତ୍ରୀ ମଞ୍ଜୁ ବଂଶଲଙ୍କୁ ବିବାହ କରିଥିଲେ। ସେମାନେ “ନମକ ହରାମ” ଏବଂ “ଆଜ କି ତାଜା ଖବର” ଭଳି ଫିଲ୍ମରେ ଏକାଠି କାମ କରିଥିଲେ। ଏକାଠି କାମ କରିବା ସମୟରେ, ଅସରାନି ଏବଂ ମଞ୍ଜୁ ବଂଶଲ ପ୍ରେମରେ ପଡ଼ିଥିଲେ। ବିବାହ ପରେ ମଧ୍ୟ ସେମାନେ ଅନେକ ଫିଲ୍ମରେ ଏକାଠି କାମ କରିଥିଲେ।

ସୂଚନାଯୋଗ୍ୟ, ପଙ୍କଜ ଧୀରଙ୍କ ମୃତ୍ୟୁ ପରେ, ଅସରାନିଙ୍କ ଦେହାନ୍ତ  ନେଇ ବଲିଉଡରେ ପୁଣି ଶୋକର ଛାୟା ଖେଳିଯାଇଛି।

Leave A Reply