Odisha news

ଅଧିକ ବଡ଼ ବ୍ରେଷ୍ଟ ସାଇଜ ସର୍ଭlଇକାଲ ଯନ୍ତ୍ରଣାର କାରଣ ନୁହେଁ ତ !  କଣ କହୁଛି ଗବେଷଣା ?

0

ଆଜିକାଲି କାନ୍ଧ ଯନ୍ତ୍ରଣା ଗୋଟିଏ ସାଧାରଣ ଯନ୍ତ୍ରଣା ହୋଇଯାଇଛି, ଯାହାକୁ ନେଇ ଅନେକ ଗବେଷଣା ଚାଲିଛି, ଯେଉଁଥିରେ ଅନେକ କାରଣ ସାମ୍ନାକୁ ଆସିଛି, ଯେପରିକି ଦୀର୍ଘ ସମୟ ପର୍ଯ୍ୟନ୍ତ କମ୍ପ୍ୟୁଟର ବ୍ୟବହାର, ମୋବାଇଲ ର ଅଧିକ ବ୍ୟବହାର, ଭୁଲ ପୋଜିସନ ରେ ବସିବା, ମାନସିକ ଉତେଜନା ସହିତ ଅଧିକ ବଡ଼ ସାଇଜ ର ବ୍ରେଷ୍ଟ ମଧ୍ୟ ସାମିଲ ରହିଛି l ଏହାକୁ ସର୍ବ ପ୍ରଥମେ ବଡ଼ ବ୍ରେଷ୍ଟ ସାଇଜ କୁ ଗୁରୁତ୍ୱ ଦିଆଯାଉଛି, ଯାହାକି ମହିଳାଙ୍କ ପାଇଁ ଚିନ୍ତାର କାରଣ ହୋଇଛି l

ଆସନ୍ତୁ ଜାଣିବା କିପରି ବଡ଼ ବ୍ରେଷ୍ଟ ସାଇଜ ହୋଇପାରେ ସର୍ବୀଵିକଲ ଯନ୍ତ୍ରଣାର କାରଣ –

PubMed ସେଣ୍ଟ୍ରାଲ ରେ ପ୍ରକାଶିତ ଗୋଟିଏ ଖବର ଅନୁସାରେ ଜଣାପଡିଛି ଯେ  ବଡ଼ ବ୍ରେଷ୍ଟ ସାଇଜ ଦ୍ୱାରା ଥେରସିକ ଏବଂ ସର୍ବାଇକାଲ ଯନ୍ତ୍ରଣା ସହିତ ସମ୍ବନ୍ଧ ରହିଛି l ଉଦାହରଣ ସ୍ୱରୂପ B କପ ମାନଙ୍କ ନିକଟରେ କେବଳ ୪.୯ ପ୍ରତିଶତ ପିଠି ଯନ୍ତ୍ରଣା ର ସମୁଖୀନ ହେଉଛନ୍ତି, ଯେବେକି D ଓ E କପ ଙ୍କ ନିକଟରେ ୮୫ ପ୍ରତିଶତ ଯନ୍ତ୍ରଣା ଦେଖିବାକୁ ମିଳୁଛି, ଅର୍ଥାତ ଅଧିକ ବଡ଼ ସାଇଜ ଥିବା  ବ୍ରେଷ୍ଟ ଗ୍ରୋଥ ର ମହିଳାଙ୍କ ନିକଟରେ ଅଧିକ ଯନ୍ତ୍ରଣା ଅନୁଭବ କରୁଥିବାର ପ୍ରମାଣ ମିଳିଛି l

ଏହାଛଡା ବେଙ୍ଗାଳୁରୁ ର ୱେଷ୍ଟଟିକ୍ସ ଏବଂ ପ୍ଲାଷ୍ଟିକ ସର୍ଜନ ଙ୍କ ମତ ଅନୁସାରେ ଯେଉଁ ମହିଳା ମାନଙ୍କର  ବଡ଼ ବ୍ରେଷ୍ଟ ସାଇଜ ଅଟେ, ସେମାନଙ୍କ ନିକଟରେ ସର୍ବାଇକାଲ ଯନ୍ତ୍ରଣା ଅଧିକ ଦେଖିବାକୁ ମିଳିଥାଏ, ଏହାଦ୍ୱାରା ଶରୀରର ମାଂସପେଶୀ ରେ ଅଧିକ ଚାପ ପଡେ ଏବଂ ଯନ୍ତ୍ରଣା ଅନୁଭବ ହୁଏ l

କିପରି ପାଇବେ ଯନ୍ତ୍ରଣାରୁ ଆରାମ -:
* ଯଦି ଆପଣଙ୍କ ବ୍ରେଷ୍ଟ ଗ୍ରୋଥ ଅଧିକ ଅଟେ ତେବେ –
– ସବୁବେଳେ ଠିକ ସାଇଜ ର ବ୍ରା ପିନ୍ଧନ୍ତୁ l
– ପତଳା ସ୍ତ୍ରାପ ଥିବା ବ୍ରା କଦାପି ପିନ୍ଧନ୍ତୁ ନାହିଁ l
– ଚଉଡା ସ୍ତ୍ରାପ ସହିତ ବ୍ୟାକ ସାଇଡ ମଧ୍ୟ ଚଉଡା ହୁକ ସିଷ୍ଟମ ଥିବା ବ୍ରା ପିନ୍ଧନ୍ତୁ l
– ଅଧିକ ପୁରୁଣା ହୋଇ ଯାଇଥିବା ବ୍ରା ପିନ୍ଧିବା ଉଚିତ ନୁହେଁ l
– ସବୁବେଳେ ଠିକ ପୋଜିସନ ରେ ବସିବା ଅଭ୍ୟାସ କରନ୍ତୁ l

Leave A Reply