Odisha news

ଧନତେରସ ରେ ରହିବ ଶନିଙ୍କ ପ୍ରଭାବ, କଦାପି ଏହିସବୁ ବସ୍ତୁକୁ କିଣି ଘରକୁ ଆଣନ୍ତୁ ନାହିଁ

0

ଚଳିତ ଥର ଧନତେରସ ରବିବାର ୧୯  ଅକ୍ଟୋବର ପରିବର୍ତେ ତ୍ରୟୋଦଶୀ ୧୮ ଅକ୍ଟୋବର ଶନିବାର ଦିନ  ପାଳିତ ହେବ, ରବିବାର ରେ ତ୍ରୟୋଦଶୀ ତିଥି ମଧ୍ୟ ରହୁଛି l  ଏବଂ ଏହିଦିନ ଧନତେରସ ପଡୁଥିଲେ ମଧ୍ୟ ଶନି ଙ୍କ ପ୍ରଭାବ ରହିବ, ଏହିଦିନ କିଣାକିଣି ସମୟରେ କିଛିଟା କଥାକୁ ଧ୍ୟାନ ରଖିବାକୁ ପଡିବ, ନଚେତ ଶନି ମହାଦଶା ର ସମୁଖୀନ ହେବାକୁ ପଡିବ l

ଧନତେରସ ରେ ୫ଟି ଦେବତାଙ୍କୁ କରନ୍ତୁ ପୂଜା -:
କାର୍ତିକ ମାସ ର କୃଷ୍ଣପକ୍ଷ ର ତ୍ରୟୋଦଶୀ ତିଥିରେ ଧନତେରସ ପାଳିତ ହୋଇଥାଏ, ଧନତେରସ ର ପବିତ୍ର ଦିନରେ ୫ଜଣ ଦେବଦେବୀ ଙ୍କୁ ପୂଜାର୍ଚନା କରାଯାଇଥାଏ l ଏମାନଙ୍କ ମଧ୍ୟରେ ପ୍ରଭୁ ଗଣେଶ, ମାଲକ୍ଷ୍ମୀ , ବ୍ରହ୍ମା , ବିଷ୍ଣୁ, ମହେଶ୍ୱର ସାମିଲ ରହିଛନ୍ତି l କିନ୍ତୁ ଚଳିତ ଥର ଧନତେରସ ରେ ଶନି ଙ୍କ ପ୍ରଭାବ ରହୁଥିବାରୁ ମଧ୍ୟ ଶନିଙ୍କ ପୂଜା ମଧ୍ୟ କରିବା ଜରୁରୀ l ଚଳିତ ଥର ଧନତେରସ ରେ ଶନି ଦେବଙ୍କ ପ୍ରଭାବ ରହୁଛି ତେଣୁ କିଛିଟା ଜିନିଷ କିଣିବା ଜରୁରୀ l

* ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଚଳିତ ଥର ଧନତେରସ ରେ ଭୁଲ ରେ ସୁଧା ଲୁହା ଜିନିଷ କିଣିବା ଉଚିତ ନୁହେଁ, ଲୁହା ର ସମ୍ବନ୍ଧ ଶନି ଙ୍କ ସହିତ ରହିଛି, ଏହାଛଡା କଳାରଙ୍ଗ ର ଜିନିଷ ଘରକୁ ଅଣାନ୍ତୁ ନାହିଁ , ଏବଂ ସୋରିଷ ତେଲ କଦାପି କିଣିବା ଉଚିତ ନୁହେଁ l

* ଧନତେରସ ର ଶୁଭ ଅବସରରେ ସାଧାରଣ ଭାବରେ ଲୋକେ ବାସନ କିଣି ଥାଆନ୍ତି, ଏଠାରେ ଆପଣ ଧ୍ୟାନ ଦିଅନ୍ତୁ ଯେ ଷ୍ଟିଲ ବାସନ ଲୁହ ଯୁକ୍ତ ଅଟେ, ତେଣୁ ଏହିଦିନ କଦାପି ଲୁହ ବାସନ କିଣି ଘରକୁ ଆଣିବା ଶୁଭ ହୋଇନଥାଏ l

* ଧନତେଶ ରେ ଚମଡା ରେ ପ୍ରସ୍ତୁତ ବସ୍ତୁ କଦାପି ଘରକୁ କିଣି ଆଣିବେ ନାହିଁ l ଏହାଦ୍ୱାରା ଲକ୍ଷ୍ମୀ ଓ ଶନି ଦେବଙ୍କ ଖରାପ ପ୍ରଭାବ ଜୀବନ ଉପରେ ପଡିବ l

* ଯଦି ଆପଣ ପିତ୍ତଳ କିମ୍ବା ତମ୍ବା ବାସନ କିଣିବେ ତେବେ ଏହା ଶୁଭ ଅଟେ, ଏଥିସହିତ ଏହି ବାସନ ରେ ଧନିଆ କିମ୍ବା ମିଠା ଜିନିଷ ନେଇ ଘରକୁ ପ୍ରବେଶ କରନ୍ତୁ l ବର୍ଷ ସାରା ସୁଖ ସମୃଦ୍ଧିର ଆଗମନ ହୋଇଥାଏ l

IEC 2 years
Leave A Reply