Odisha news

ସର୍ଦି କାଶ ରେ ତୁରନ୍ତ ଔଷଧ ନଦେଇ ପିଲାଙ୍କୁ ସୁସ୍ଥ ରଖନ୍ତୁ ଏହି ଘରୋଇ ଉପଚାର ଦ୍ୱାରା

0

ନିକଟରେ ମଧ୍ୟପ୍ରଦେଶ ରେ କଫ ଶୀରାପ ସେବନ ଦ୍ୱାରା ୧୦ ରୁ ଉର୍ଧ୍ଵ ଶିଶୁଙ୍କର ଜୀବନ ଚାଲିଯାଇଛି, ଯାହାକୁ ନେଇ ପ୍ରତ୍ୟେକ ମାତାପିତା ଚିନ୍ତାରେ, ଅକ୍ଟୋବର ୫ତାରିଖ ରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସଭିଙ୍କୁ କଫ ଶୀରାପ ସେବନ ପୂର୍ବରୁ ସଠିକ ଭାବରେ ଯାଞ୍ଚ କରିବା ପାଇଁ ନିର୍ଦେଶ ଦିଆଯାଇଛି l ତଥାପି କିଛିଟା ଘରୋଇ ଉପଚାର ମଧ୍ୟ କାଶ ପାଇଁ କରିବାକୁ ନିର୍ଦେଶ ଦିଆଯାଇଛି l

ଘରୋଇ ଉପାୟ ଗୁଡିକ କଣ ?

ଜଳବାୟୁ ପରିବର୍ତ୍ତନ ହେବା ମାତ୍ରକେ ଛୋଟ ପିଲା ଥଣ୍ଡା, କାଶ ରେ ପୀଡିତ ହୋଇ ଥାଆନ୍ତି, ଯାହାକୁ ମା-ବାପା ହାଲୁକା କାଶ ଭାବି ତୁରନ୍ତ ଔଷଧ ଦେଇ ଥାଆନ୍ତି l ଯାହାଦ୍ୱାରା ଶିଶୁକୁ ଶୀଘ୍ର ଆରାମ ମିଳିଯାଉ, କିନ୍ତୁ କଣ ଆପଣ ଜାଣିଛନ୍ତି ଅନେକ ସମୟରେ ଏହା ଶିଶୁ ର ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ l ତେଣୁ କିଛିଟା ଘରୋଇ ଉପାୟ ହୋଇଥାଏ ଖୁବ ପ୍ରଭାବଶାଳୀ l

* ମହୁ-ଅଦା –
ମହୁ ରେ ଆଣ୍ଟି ବ୍ୟାକ୍ଟେରିଆ ପ୍ରପର୍ଟିଜ ରହିଛି, ଯେବେକ୍କୀ ଅଦା ଇନଫେକ୍ସନ କୁ କମ କରିଥାଏ, ଅଧା ଚାମଚ ମହୁ ରେ ସାମାନ୍ୟ ଅଦା ରସ ମିଶାଇ ପିଲା ମାନଙ୍କୁ ଦିନକୁ ୨ଥର ଦେବା ଦ୍ୱାରା ପିଲା ମାନଙ୍କ ଗଳା କୁ ଆରାମ ମିଳିଥାଏ ଏବଂ କାଶ ଠିକ ହୋଇଥାଏ l

* ହଳଦୀ -ଦୁଗ୍ଧ –
ହଳଦୀ ପ୍ରାକୃତିକ ଆଣ୍ଟି ସେପ୍ଟିକ ଏବଂ ଇମ୍ୟୁନ ସିଷ୍ଟମ କୁ ମଜବୁତ କରିଥାଏ, ନିୟମିତ ରାତିରେ ଛୁଆ ଶୋଇବା ପୂର୍ବରୁ ହଳଦୀ ଓ ଦୁଗ୍ଧ ସେବନ କଲେ ପିଲାଙ୍କ ଇମ୍ୟୁନ ସିଷ୍ଟମ ମଜବୁତ ହୋଇଥାଏ ଏବଂ କାଶ ସମସ୍ୟା ଦୂର ହୋଇଥାଏ , ଏବଂ ଶରୀର କୁ ଇନଫେକ୍ସନ ରୁ ରକ୍ଷା କରିଥାଏ l

* ତୁଳସୀ-ମହୁ –
ତୁଳସୀ ପତ୍ର ଥଣ୍ଡା ପାଇଁ ଖୁବ ପ୍ରଭାବଶାଳୀ, ତୁଳସୀ ପତ୍ରକୁ ସାମାନ୍ୟ ପାଣିରେ ସିଝାଇ ନିଅନ୍ତୁ ଏବଂ ସେଥିରେ ମହୁ ମିଶାଇ ଉଷୁମ ଉଷୁମ ପିଆନ୍ତୁ ଏହାଦ୍ୱାରା ଗଳା ଆରାମ ଲାଗିବ ଏବଂ କଫ ସହଜରେ ବାହାରିଯିବ l

* ନିୟମିତ ବାମ୍ଫ ନେବା ଜରୁରୀ –
ଯଦି ପିଲାଙ୍କୁ ଅଧିକ ଦିନ ସର୍ଦି କାଶ ରହୁଛି ତେବେ ନିୟମିତ ପାଣିରେ ତେଜପତ୍ର ଏବଂ କର୍ପୁର ପକାଇ ଫୁଟାଇ ଶୁଙ୍ଘିବା ଆବଶ୍ୟକ, ଏଥି ସହିତ ଲୁଣ ପାଣି ମଧ୍ୟ ଗଳ ଗଳ କରନ୍ତୁ l ଏହାଦ୍ୱାରା ସର୍ଦି ଓ କାଶ ରୁ ଆରାମ ମିଳିଥାଏ l

Leave A Reply