Odisha news

ଏନଏସଇ ମଲ୍ଟିସ୍ପେଶାଲିଟି ହସ୍ପିଟାଲ ବ୍ଲକ ଓ ବୋନ ମାରୋ ଟ୍ରାନ୍ସପ୍ଲାଂଟ ସେଂଟର ପାଇଁ ଭୂମି ପୁଜା ଆୟୋଜିତ

0
ଭୁବନେଶ୍ୱର :  ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ ଅଫ୍ ଇଣ୍ଡିଆ (ଏନଏସଇ) ଏହାର ସିଏସଆର ଅଭିଯାନର ଅଂଶ ଭାବେ ନଭି ମୁମ୍ବାଇରେ ଏକ ଉଲ୍ଲେଖନୀୟ ଜି+୧୧-ଷ୍ଟୋରେ କ୍ୟାନ୍‌ସର ହସ୍ପିଟାଲ ପ୍ରକଳ୍ପ ସହିତ ମଲ୍ଟିସ୍ପେଶାଲିଟି ବ୍ଲକ ଓ ୬୦-ବେଡ୍ ବୋନ ମାରୋ ଟ୍ରାନ୍ସପ୍ଲାଂଟ (ବିଏମଟି) ସେଂଟର ପାଇଁ ଟାଟା ମେମୋରିଆଲ ସେଂଟର (ଟିଏମସି) ସହ ହାତ ମିଳାଇଛି । ଏହି ସେଂଟର ଦକ୍ଷିଣ ଏସିଆର ଅନ୍ୟତମ ସର୍ବବୃହତ ଓ ଦେଶର ସର୍ବବୃହତ ସେଂଟର ହେବ ।  ଏହା ବାର୍ଷିକ ହାରାହାରି ୧.୩ ଲକ୍ଷ ଓପିଡି ରୋଗୀଙ୍କୁ ସେବା ଯୋଗାଇବ ବୋଲି ଆକଳନ କରାଯାଉଛି ଏବଂ ଏଠାରେ ପ୍ରତି ବର୍ଷ ୬୦୦ରୁ ଅଧିକ ଜୀବନ ରକ୍ଷାକାରୀ ବିଏମଟି ପଦ୍ଧତି ପରିଚାଳନା କରିବା ପାଇଁ କ୍ଷମତା ରହିବ । ଏହି ପ୍ରକଳ୍ପକୁ ୨.୪ ଲକ୍ଷ ବର୍ଗଫୁଟ ଅଂଚଳରେ ୩୮୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯିବ । ଏହା ଜୁଲାଇ ୨୦୨୭ ସୁଦ୍ଧା ପରିଚାଳନା ଆରମ୍ଭ କରିବାର ସମ୍ଭାବନା ରହିଛି । ଲାର୍‌ସେନ ଆଣ୍ଡ ଟର୍ବୋ (ଏଲ୍‌ଆଣ୍ଡଟି) ଇପିସି ମୋଡରେ ଏହି ପ୍ରକଳ୍ପର ନିର୍ମାଣ କରିବ । ଏହି ସେଂଟର ପାଇଁ ଏନଏସଇ ଓ ଟିଏମସିର ପ୍ରତିନିଧି ଓ ହିତାଧିକାରୀଙ୍କ ଉପସ୍ଥିତିରେ ଭୂମି ପୂଜା ସମାରୋହ ଅନୁଷ୍ଠିତ ହୋଇଯାଇଛି ।
ଏନଏସଇ ପକ୍ଷରୁ ଟାଟା ମେମୋରିଆଲ ସେଂଟର ଦ୍ୱାରା ସ୍ଥାପିତ ନଭି ମୁମ୍ବାଇର ଆଡ୍‌ଭାନ୍ସଡ ସେଂଟର ଫର ଟ୍ରିଟମେଂଟ, ରିସର୍ଚ୍ଚ ଆଣ୍ଡ ଏଜୁକେଶନ ଇନ କ୍ୟାନସର (ଏସିଟିଆରଇସି) ସହ ସହଭାଗିତା କରାଯାଇଛି । ନଭି ମୁମ୍ବାଇରେ ଏସିଟିଆରଇସି କ୍ୟାମ୍ପସରେ ଏକ ଜି+୧୧ ଷ୍ଟୋରେ ମଲ୍ଟିସ୍ପେଶାଲିଟି ହସ୍ପିଟାଲ ବ୍ଲକ ଆଣ୍ଡ ବୋନ ମାରୋ ଟ୍ରାନ୍ସପ୍ଲାଂଟ ସେଂଟର୍ ବିକଶିତ କରିବା ପାଇଁ ଏହି ସହଭାଗିତା ହୋଇଛି ।  ମାର୍ଚ୍ଚ ୨୦୨୩ରେ ଏନଏସଇ ବୋର୍ଡ ଏହି ପ୍ରକଳ୍ପକୁ ଅନୁମୋଦନ ଦେଇଥିଲା ଏବଂ ଟିଏମସି ସହ ଏକ ଏମଓୟୁ ସ୍ୱାକ୍ଷରିତ ହୋଇଥିଲା ।
ଏସମ୍ପର୍କରେ ଏନଏସଇର ଏମଡି ଓ ସିଇଓ ଆଶିଷ କୁମାର ଚୌହାନ କହିଛନ୍ତି, “ଏନଏସଇ ଏହି ଉଲ୍ଲେଖନୀୟ ପଦକ୍ଷେପରେ ଟାଟା ମେମୋରିଆଲ ସେଂଟର ସହ ସହଭାଗିତା କରି ସମ୍ମାନିତ ଅନୁଭବ କରୁଛି । ଆମର ଲକ୍ଷ୍ୟ ହେଉଛି କ୍ୟାନସର ରୋଗୀ ଓ ସେମାନଙ୍କ ପରିବାରର ସ୍ୱାସ୍ଥ୍ୟସେବା ଆବଶ୍ୟକତାକୁ ପୂରଣ କରିବା ଏବଂ ଭାରତରେ କ୍ୟାନସର ବିରୋଧୀ ଲଢେଇରେ ସାର୍ଥକ ଯୋଗଦାନ ଦେବା ।” ଟାଟା ମେମୋରିଆଲ ସେଂଟରର ନିର୍ଦ୍ଦେଶକ ଡଃ ସୁଦୀପ ଗୁପ୍ତା କହିଛନ୍ତି, “ନୂଆ ହସ୍ପିଟାଲ ବ୍ଲକ କ୍ୟାନସର ରୋଗୀଙ୍କଠାରେ କୋମର୍ବିଡିଟିଜ ବା ସହରୋଗଗୁଡିକର ଚିକିତ୍ସା ପାଇଁ ସ୍ୱତନ୍ତ୍ର ସେବା କ୍ଷେତ୍ରରେ ରହିଥିବା ଜରୁରୀ ଅନ୍ତରକୁ ଦୂର କରିବ । ଏହି ପ୍ରକଳ୍ପର ଏକ ପ୍ରମୁଖ ଆକର୍ଷଣ ହେଉଛି ୬୦ଟି ଶଯ୍ୟା ବିଶିଷ୍ଟ ବୋନ ମାରୋ ଟ୍ରାନ୍ସପ୍ଲାଂଟ (ବିଏମଟି) ୟୁନିଟର ଅନ୍ତର୍ଭୁକ୍ତିକରଣ, ଯାହା ଦକ୍ଷିଣ ଏସିଆରେ ବିଏମଟି ପାଇଁ ଅନ୍ୟତମ ସର୍ବବୃହତ ସେଂଟର ହେବ ।”
ସେହିପରି ଏସିଟିଆରଇସିର ନିର୍ଦ୍ଦେଶକ ଡଃ ପଙ୍କଜ ଚତୁର୍ବେଦୀ କହିଛନ୍ତି, “ଟିଏମସି ଦେଶର କୋଣଅନୁକୋଣରୁ ଆସୁଥିବା ଅସଂଖ୍ୟ କ୍ୟାନସର ରୋଗୀଙ୍କୁ ଆଧୁନିକ, ସୁଲଭ ଓ ଜୀବନ ରକ୍ଷାକାରୀ ଚିକିତ୍ସା ପ୍ରଦାନ କରୁଛି । ଏଥିରେ ଆମର ଭୂମିକା ହେଉଛି  କୋମୋର୍ବିଡିଟିଗୁଡିକ ପାଇଁ ସ୍ୱତନ୍ତ୍ର ଚିକିତ୍ସା କ୍ଷେତ୍ରରେ ରହିଥିବା ଜରୁରୀ ଅନ୍ତରକୁ ଦୂର କରିବାରେ ସାହାଯ୍ୟ କରିବା ଏବଂ ପହଂଚଯୋଗ୍ୟ ବୋନ ମାରୋ ଟ୍ରାନ୍ସପ୍ଲାଂଟ ସେବା ପାଇଁ ଜରୁରୀ ଆବଶ୍ୟକତାକୁ ପୂରଣ କରିବା ।” ଏସିଟିଆରଇସିର ଉପ ନିର୍ଦ୍ଦେଶକ ଓ ବିଏମଟି ସ୍ପେଶାଲିଷ୍ଟ ଡଃ ନବିନ ଖତ୍ରି କହିଛନ୍ତି, “ବିଏମଟି ଏକ ଗୁରୁତ୍ୱପୂର୍ଣ୍ଣ ଓ ଜଟିଳ ଚିକିତ୍ସକୀୟ ପଦ୍ଧତି । ନୂଆ ୬୦-ବେଡ ବିଏମଟି ୟୁନିଟ ସହ ଏହି ନୂଆ ଫ୍ୟାସିଲିଟି ଏସିଟିଆରଇସିକୁ ଦକ୍ଷିଣ ଏସିଆର ପ୍ରଥମ ଧରଣର ଅନ୍ୟତମ ସର୍ବବୃହତ ସେଂଟରରେ ପରିଣତ କରିବ ଏବଂ ଏହା ସୁଲଭ ମୂଲ୍ୟରେ ଜୀବନ ରକ୍ଷାକାରୀ ଚିକିତ୍ସା ପ୍ରଦାନ କରିବ ।”
Leave A Reply