ତିହିଡ଼ି,୨୭/୦୯(ଯଦୁମଣି ପାଣିଗ୍ରାହୀ), ନାରାୟଣ ସ୍ମୃତି ସେବା ଓ ସାହିତ୍ୟ ଗବେଷଣା ପରିଷଦର ଆଲୋଚନା ସଭା, କବିତାପାଠ, ପୁସ୍ତକ ଲୋକାର୍ପଣ ଓ ସମ୍ବର୍ଦ୍ଧନା ପର୍ବ ପରିଷଦର ସଭାପତି ବିଭୂତିଭୂଷଣ ସେନାପତିଙ୍କ ପୈାରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନା ସଭାରେ ଶିକ୍ଷାବିତ୍ ପ୍ରଶାନ୍ତ କୁମାର ତ୍ରିପାଠୀ, ଶିକ୍ଷାବିତ ନିତ୍ୟାନନ୍ଦ ମଲ୍ଲିକ, ଡ. ଅରୁଣ କୁମାର ପଣ୍ଡା, ପ୍ରାକ୍ତନ ଅଧ୍ୟକ୍ଷ ଗୋପାଳ ପ୍ରସାଦ ମହାପାତ୍ର, ଅଧ୍ୟାପକ ମୃତ୍ୟୁଞୟ ଦାସ, କବି ରବିକୁମାର ମହାନ୍ତି, ଶିକ୍ଷାବିତ୍ ମଥୁରାମୋହନ ବେହେରା, ଶିକ୍ଷକ କୃପାସିନ୍ଧୁ ମହାନ୍ତି, ଅଭୟ କୁମାର ଦାସ, ବିଶ୍ୱମୈତ୍ରୀ ନାୟକ, ବୈକୁଣ୍ଠ ନାଥ ଓଝା, ନୀଳମାଧବ ସେନାପତି, ଆଶୁତୋଷ କରଣ, ସୁବାସ ମହାନ୍ତି, ଦେବେନ୍ଦ୍ର ମହାଳିକ, ସୁଧାରଞନ ମହାନ୍ତି, ମୈାସୁମୀ ଗୋଚ୍ଛାୟତ ପ୍ରଭୃତି ଅତିଥି ଓ ଆଲୋଚକମାନେ ସେମାନଙ୍କର ବକ୍ତବ୍ୟ ରଖିଥିଲେ । ସଂପାଦିକା ସଂଯୁକ୍ତା ଭାରତୀଙ୍କ ସ୍ୱାଗତ ଭାଷଣ ପରେ କବି ବିଶ୍ୱମୈତ୍ରୀ ନାୟକଙ୍କ ସଂଯୋଜନାରେ କବିତା ପାଠ କରାଯାଇଥିଲା । ବୟୋଜ୍ୟେଷ୍ଠ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶୀତଳ କୁମାର ବେହେରାଙ୍କୁ ପରିଷଦ ଦ୍ୱାରା ‘ସ୍ମୃତି ଗୈାରବ ସମ୍ମାନ’ରେ ସମ୍ବର୍ଦ୍ଧିତ କରାଗଲା । ଡଃ ଅରଣ କୁମାର ପଣ୍ଡାଙ୍କ ବିପ୍ଳବାତ୍ମକ କବିତା ପୁସ୍ତକ ‘ବାଡ଼’ ଅତିଥିମାନଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା । ସର୍ବଶେଷରେ ସମାଜସେବୀ ପ୍ରତିମା ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ ।