ବାଲିଗୁଡା, ତା, ୨୭/୦୯: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାରେ ଭାଇଚାର ଓ ଶାନ୍ତି ଶୃଙ୍ଖଳା ରେ ପାର୍ବଣ ପାଳିବାକୁ ଆହ୍ଵାନ ଦେଇଛନ୍ତି ଜିଲ୍ଲା ପ୍ରଶାସନ। କୌଣସି ସୋସିଆଲ ମିଡିଆରେ ଆପତ୍ତି ଜନକ ଖବର କୁ ବିଶ୍ଵାସ ନକରି ଦଶହରା ରେ ଦୂର୍ଗାପୂଜା ଓ କୁମାର ପୂର୍ଣ୍ଣିମା ରେ ଲକ୍ଷ୍ମୀ ପୂଜା ପାଳନ କରିବା ନେଇ ଜିଲ୍ଲାର ବିଭିନ୍ନ ସ୍ଥାନରେ ପୁଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯାଇ ଲୋକଙ୍କ ମନରେ ସଚେତନତା କରାଯାଇ ଥିବା କହିଛନ୍ତି ବାଲିଗୁଡା ଏସଡିପିଓ ରମେନ୍ଦ୍ର ପ୍ରସାଦ । ନବରାତ୍ର ପୂଜା ଠାରୁ ବିଭିନ୍ନ ଦେବୀ ପୀଠ ମାନଙ୍କ ରେ ଦେବୀ ପୂଜା ଆରମ୍ଭ ହୋଇଯାଇଛି । ଗାଁ ଠୁ ସହର ହୋଇ ଉଠିଲାଣି ଉତ୍ସବ ମୁଖର । ବିଭିନ୍ନ ସ୍ଥାନରେ ସୂଉଚ୍ଚ ତୋରଣ ମାନ କରାଯାଇଥିବା ବେଳେ ଭଳିକି ଭଳି ରଙ୍ଗୀନ ଆଲୋକ ମାଳା ରେ ସାଜସଜ୍ଜା କରାଯାଇଛି । ଏ ସବୁ କୁ ଦୃଷ୍ଟି ରେ ରଖି ସନ୍ଧ୍ଯାରେ ବାଲିଗୁଡା ସହର ରେ ଏସଡି ପିଓ ରମେନ୍ଦ୍ର ପ୍ରସାଦ ଓ ଥାନା ଅଧିକାରୀ ସମ୍ବିତ କୁମାର ସ୍ୱାଇଁ ଙ୍କସହ ଜବାନ ମାନେ ମିଳିତ ଭାବେ ଫ୍ଲାଗ ମାର୍ଚ୍ଚ କରିଥିଲେ ।