ଭାରତ ଇତିହାସ ରେ ୨୦୨୫ ସେପ୍ଟେମ୍ବର ୨୬ ତାରିଖ ଶୁକ୍ରବାର ଦିନଟି ମନେରହିବ ସବୁବେଳେ, ଶୁକ୍ରବାର ୨୬ ତାରିଖ ରେ କିଛି ଚଳଚଂଚଳ ହୋଇଯାଇଥିଲା ପଞ୍ଜାବ ରାଜ୍ୟର ଚଣ୍ଡୀଗଡ଼ ଏୟାର ବେଶ, ଅବସର ଗ୍ରହଣ କରୁଥିଲା ଭାରତୀୟ ବାୟୁସେନାର ଗର୍ବ ଓ ଗୌରବ ଯୁଦ୍ଧ ବିମାନ ‘MIG -21’ l ଏହି ସମୟରେ ଉପସ୍ଥିତ ଥିଲେ ରକ୍ଷାମନ୍ତ୍ରୀ ରାଜନାଥ ସିଂ, ଏବଂ ଅନେକ ବରିଷ୍ଠ ଅଧିକାରୀ l ଭାରତୀୟ ବାୟୁସେନାକୁ ୧୯୬୩ ରୁ ସେବା ପ୍ରଦାନ କରି ଆସୁଥିଲା ‘MIG -21’ l
ନିଜର ଦୀର୍ଘଦିନର ଯାତ୍ରାରେ କେତେ ଯୁଦ୍ଧ ଲଢ଼ିଛି ଏବଂ କେତେ ଯୁଦ୍ଧ ଦେଖିଚି ‘MIG -21’ , ପ୍ରତ୍ୟେକ ଯୁଦ୍ଧରେ ଯୁଦ୍ଧ ମୈଦାନ କୁ ଓଲ୍ହାଇଥାଏ ‘MIG -21’ ଏବଂ ଶତ୍ରୁ ପକ୍ଷକୁ ଚିତ କରି ବିଜୟଗାଥା ଲେଖି ଦେଇଥାଏ ଭାରତ ମାତାର ଛାତି ଉପରେ l କିନ୍ତୁ ପ୍ରତ୍ୟେକ ଜିନିଷ ର ଗୋଟିଏ ଆୟୁ ସୀମା ଥାଏ, ତେଣୁ ଆଜି ସେ ବିଦାୟ ନେଉଛି ଯୁଦ୍ଧ ମୈଦାନ ରୁ l ପ୍ରାୟ ୬୦ ବର୍ଷ ପୂର୍ବେ ଏହି ଯୁଦ୍ଧ ବିମାନ କୁ ସାମିଲ କରାଯାଇଥିଲା ଭାରତୀୟ ବାୟୁସେନା ରେ l
୧୯୭୧ ରେ ଭାରତ -ପାକିସ୍ତାନ ଯୁଦ୍ଧରେ ‘MIG -21’ ଭାରତ ପାଇଁ ଗୌରବ ଆଣିଥିଲା l
ଦିନ ଥିଲା ୧୯୬୨ , ଚୀନ ଆକ୍ରମଣ ର ୨ ମାସ ପୂର୍ବରୁ ଭାରତ ସରକାର ରୁଷ ନିକଟରୁ ଯୁଦ୍ଧ ଘୋଡା l କିଏ ଜାଣିଥିଲା ଭାରତର ପଡୋଶୀ ଚୀନ ଦେବ ଭାରତକୁ ଧୋଖା , ଏବଂ ଭାରତ ଚୀନ ଯୁଧ ରେ ହୋଇଥିଲା ଠିଆ l
ଆଜିର ପିଢ଼ି ନିହାତି ଏହି ବିଷୟରେ ଜାଣିବା ଜରୁରୀ ଯେ ଯୁଧ ବିମାନ mig ,21 ଆସିଲା କୋଉଠୁ l ରୁଷ ୧୯୬୩ ରେ ଭାରତକୁ ସ୍ୱତନ୍ତ୍ର ଜାହାଜ ଯୋଗେ ପଠାଇଥିଲା Mig 21 l ଏହି ସମୟରେ ରୁଷ ଗସ୍ତରେ ଯାଇଥିଲେ ସ୍ୱତନ୍ତ୍ର ଟେକ୍ନିସିଆନ , ଯାହାଙ୍କର ବଡ଼ ଅବଦାନ ରହିଥିଲା Mig 21 କୁ ଆଣିବାରେ l
୧୯୬୫ ସେପ୍ଟେମ୍ବର ୧ ତାରିଖ ରେ ଆଦମପୁର ଏୟାର ବେଶ ରୁ ଶତ୍ରୁ ଙ୍କ ଅଞ୍ଚଳ କୁ ଗର୍ଜନ କରି ପ୍ରବେଶ କରିଥିଲା Mig 21 , ଏବଂ ତାଙ୍କ ସେବର ଜେଟ କୁ ମାରି ଖସାଇ ଥିଲା l Mig 21 ପରେ 23,,25, ,27,29 ସାମିଲ ହୋଇଥିଲା ଭାରତୀୟ ବାୟୁସେନା l
୧୯୬୩ ରୁ ନେଇ ଆଜି ପର୍ଯ୍ୟନ୍ତ ୧୨୦୦ ରୁ ଅଧିକ ଫାଇଟର ଜେଟ ସାମିଲ ହୋଇଛନ୍ତି l ୧୯୭୧ ଯୁଧ ସହିତ କାର୍ଗିଲ ଯୁଦ୍ଧ , ବାଲାକୋଟ ଏୟର୍ ଷ୍ଟ୍ରାଇକ , ଅପରେସନ ସିନ୍ଦୁର ଭଳି ଏମିତି କୌଣସି ସମୟ ନାହିଁ Mig 21 ନିଜ ପାରଦର୍ଶିତା ଦେଖାଇ ନାହିଁ l
ଆଜିର ଦିନ ଟି ଚଣ୍ଡିଗଡ଼ ଏୟାର୍ ବେସ୍
ଖୁବ ଭାବ ବିହ୍ଵଳ ବାତାବରଣ ଦେଖା ଯାଇଥିଲା l ସମସ୍ତେ ସମ୍ମାନ ଏବଂ ଭାବପୂର୍ଣ ଭାବରେ ବିଦାୟ ଦେଇଥିଲେ Mig 21 କୁ l