Odisha news

ଫ୍ୟାଟି ଲିଭର ହେଉଛି ମଣିଷ ପାଇଁ ସାଇଲେଣ୍ଟ କିଲର ସଦୃଶ , ସମୟ ଥାଉ ଥାଉ ହୋଇଯାଆନ୍ତୁ ସତର୍କ

0

ଫ୍ୟାଟି ଲିଭର ଆଜିର ଦୁନିଆରେ ଗୋଟିଏ ସାଧାରଣ ସମସ୍ୟା ହୋଇ ସାରିଛି, ଏହି ରୋଗଟି ଧୀରେ ଧୀରେ ଶରୀର କୁ ପ୍ରଭାବିତ କରିଥାଏ, କିନ୍ତୁ ପ୍ରକୃତ ରୋଗକୁ ଜାଣିବା ବେଳକୁ ସୁସ୍ଥ ହେବାର ସମୟ ହାତରୁ ଖସି ଯାଇଥାଏ l ଫ୍ୟାଟି ଲିଭର ର ଅର୍ଥ ଆବଶ୍ୟକତା ଠାରୁ ଆଦିଙ୍କ ଫ୍ୟାଟ ଲିଭର ରେ ଜମା ହେବା l ଯଦି ଏହି ଜମା ଫ୍ୟାଟ ୫ରୁ ୧୦ ପ୍ରତିଶତ ଅଧିକ ହୋଇଯାଇଥାଏ ତେବେ ଏହାକୁ ଫ୍ୟାଟି ଲିଭର ସମସ୍ୟା ବୋଲି କୁହାଯାଏ l

ଫ୍ୟାଟି ଲିଭର ର ବଡ଼ କାରଣ –
ଫ୍ୟାଟି ଲିଭର ର ବଡ଼ କାରଣ ହେଉଛି ଅଧିକ ମାତ୍ରାରେ ମଦ୍ୟପାନ, ମୋଟାପା, ଅଧିକ ତୈଳ ଯୁକ୍ତ ଭୋଜନ ଖାଇବା, ହାଇ ଫ୍ୟାଟ ଯୁକ୍ତ ଭୋଜନ, ମଧୁମେହ ଏବଂ ଇନ୍ସୁଲିନ ରେଜିଷ୍ଟନ୍ସ , କମ ଶାରୀରିକ ଗତିବିଧି, କିଛି ଔଷଧର ଅଧିକ ସେବନ, ମାନସିକ ଚିନ୍ତା, ଏବଂ ଅନିୟମିତ ଦିନଚର୍ଯ୍ୟା ସାମିଲ ରହିଛି l ଆୟୁର୍ବେଦ ଅନୁସାରେ ଯେତେବେଳେ ଶରୀରରେ ଫ୍ୟାଟ ର ବୃଦ୍ଧି ହୋଇଥାଏ ଏବଂ ଅଗ୍ନି ଦୁର୍ବଳ ହୋଇଯାଇଥାଏ, ସେତେବେଳେ ଲିଭର ର କୋଷିକା ଗୁଡିକ ଫ୍ୟାଟ କୁ ନଷ୍ଟ କରିପାରେ ନାହିଁ, ଯାହାଦ୍ୱାରା ଫ୍ୟାଟି ଲିଭର ସମସ୍ୟା ଦେଖାଯାଏ l

ପ୍ରତିକାର ପାଇଁ କଣ ରହିଛି ଉପାୟ -:
– ନିୟମିତ ବ୍ୟାୟାମ
– ସନ୍ତୁଳିତ ଭୋଜନ
– ଉତେଜନା ମୁକ୍ତ ଜୀବନ ଶୈଳୀ
– ନିୟମିତ ଅଁଳା ଜୁସ ସେବନ ଏହା ଲିଭର କୁ ଡିଟକ୍ସ କରେ ଏବଂ ପାଚନ ଅଗ୍ନିକୁ ମଜବୁତ କରେ
– କଞ୍ଚା ହଳଦୀ କୁ ପାଣିରେ ଫୁଟାଇ ପିଅନ୍ତୁ ଏହା ଲିଭର ଫୁଲା କୁ କମାଇବ
– ତ୍ରିଫଳା ଚୁର୍ଣ ସେବନ ଏହା ଲିଭର କୁ ସୁସ୍ଥ ରଖିବ
– ପ୍ରତିଦିନ ୩୦ ମିନିଟ ଖାଲି ପାଦରେ ଚାଲନ୍ତୁ
– ମସଲା ଓ ତୈଳ ଯୁକ୍ତ ଭୋଜନ ଠାରୁ ଦୁରେଇ ରୁହନ୍ତୁ

Leave A Reply