ବିଶେଷ ଭାବରେ ସୂର୍ଯ୍ୟ ଗ୍ରହଣ ର ୧୨ ଘଣ୍ଟା ପୂର୍ବରୁ ସୂତକ କାଳ ଆରମ୍ଭ ହୋଇଥାଏ, କିନ୍ତୁ ଚଳିତବର୍ଷ ର ଶେଷ ସୂର୍ଯ୍ୟ ଗ୍ରହଣ ର ସୁତକ ସମୟ ମାନ୍ୟ ନୁହେଁ, ସୂର୍ଯ୍ୟ ଗ୍ରହଣ ଯେଉଁ ସ୍ଥାନରେ ଦୃଶ୍ୟ ହୋଇଥାଏ ସେହି ସ୍ଥାନରେ ସୁତକ ମାନ୍ୟ ଅଟେ l
– ଏହି ସୂର୍ଯ୍ୟ ଗ୍ରହଣ ଭାରତରେ ଦୃଶ୍ୟ ହେବ ନାହିଁ l ସେଥିପାଇଁ ସୁତକ ଲାଗୁ ହେବନାହିଁ l ଏହି ସୂର୍ଯ୍ୟ ଗ୍ରହଣ କନ୍ୟା ରାଶି ଓ ଉତରଫାଲ୍ଗୁନୀ ନକ୍ଷତ୍ର ରେ ଲାଗିବ l
– ଆଜିର ଦିନରେ ଧାର୍ମିକ ଗତିବିଧି ରେ କୌଣସି ପ୍ରତିବନ୍ଧ ନାହିଁ, ତେଣୁ ଆଜିର ଦିନରେ ଆପଣ ଶ୍ରାଦ୍ଧ ତର୍ପଣ କରିପାରିବେ l ଏହାକୁ ଧ୍ୟାନରେ ରଖି ଆପଣ ଦିନ ୩ଟା ୫୩ ମିନିଟ ପର୍ଯ୍ୟନ୍ତ ଶ୍ରାଦ୍ଧ ଦେଇପାରିବେ l
– ଚଳିତବର୍ଷ ର ସୂର୍ଯ୍ୟ ଗ୍ରହଣ ଦ୍ୱାରା ୩ଟି ରାଶି ପ୍ରଭାବିତ ହେବେ, ଧନୁ, କନ୍ୟା ଏବଂ ମୀନ ରାଶିର ଜାତକ ର ବ୍ୟକ୍ତିଙ୍କ ଉପରେ ପଡିବ l ତେଣୁ ଏହି ୩ଟି ରାଶିର ବ୍ୟକ୍ତି ସତର୍କ ହେବେ l
– ବୈଜ୍ଞାନିକ ଦୃଷ୍ଟିରେ ଯେତେବେଳେ ଚନ୍ଦ୍ରମା, ପୃଥିବୀ ଏବଂ ସୂର୍ଯ୍ୟ ଙ୍କ ମଝିରେ ଆସିଥାଏ ଏବଂ ସୂର୍ଯ୍ୟଙ୍କ ଆଲୋକ ପୃଥିବୀରେ ପଡିପାରେ ନାହିଁ , ଏହି ଖଗୋଲୀୟ ଘଟଣା କୁ ସୂର୍ଯ୍ୟ ପରାଗ କୁହାଯାଏ l ଏବଂ ଧାର୍ମିକ ମାନ୍ୟତା ଅନୁସାରେ ସୂର୍ଯ୍ୟ ଗ୍ରହଣ କୁ ରାହୁ-କେତୁ ଙ୍କ ସହିତ ଯୋଡ଼ା ଯାଇଥାଏ l
– ଭାରତୀୟ ସମୟ ଅନୁସାରେ ରବିବାର ୨୧ ସେପ୍ଟେମ୍ବର ରେ ସୂର୍ଯ୍ୟ ଗ୍ରହଣ ରାତି ୧୦ ଟା ୫୯ ମିନିଟ ରେ ଲାଗିବ, ଏହି ସମୟରେ ଭାରତରେ ରାତି ସମୟ ଥିବ ତେଣୁ ଏହି ଗ୍ରହଣ ଦୃଶ୍ୟ ହେବ ନାହିଁ ଏବଂ ପ୍ରଭାବ ମଧ୍ୟ ପଡିବ ନାହିଁ l