Odisha news

ଟାରିଫ କୁ ନେଇ ଟ୍ରମ୍ପଙ୍କୁ ଝଟକା : କଣ ହଲିଯିବକି ଆମେରିକା ଅର୍ଥନୀତିର ମାନଦଣ୍ଡ

0

ଆମେରିକା ଅଦାଲତ ପକ୍ଷରୁ ଡୋନାଲଡ ଟ୍ରମ୍ପ ଙ୍କର ବିଦେଶୀ ବସ୍ତୁ ଉପରେ ଲଗାଯାଇଥିବା ଟାରିଫ କୁ ନେଇ ପ୍ରଶ୍ନ ଉଠାଇଛି, ଏବଂ ଏହାକୁ ଅକ୍ଟୋବର ୧୪ ମଧ୍ୟରେ ହଟାଇବା ପାଇଁ ଆଦେଶ ଦେଇଛି, ଯଦି ସୁପ୍ରିମ କୋର୍ଟ ମଧ୍ୟ ଟାରିଫ ବୃଦ୍ଧି କରିବାକୁ ନେଇ ଅନୈତିକ ବୋଲି କହିବି ତେବେ ୧୪ ଲକ୍ଷ କୋଟି ଟଙ୍କା ଫେରାଇବାକୁ ପଡିବ, ଯାହାଦ୍ୱାରା ଆମେରିକା ଅର୍ଥନୀତି କ୍ଷତିଗ୍ରସ୍ତ ହୋଇପାରେ l ଆମେରିକା ର ଗୋଟିଏ ସଂଘୀୟ ଅଦାଲତ ଟାରିଫ କୁ ଅନୈତିକ ଦର୍ଶାଇଛନ୍ତି l

ବିଦେଶୀ ବସ୍ତୁ ଉପରେ ମନଇଚ୍ଛା ଟାରିଫ ଲଗାଇବା ପରେ ଡୋନାଲଡ ଟ୍ରମ୍ପ ଙ୍କୁ ଆମେରିକା ଅଦାଲତ ରୁ ଜୋର ରେ ଝଟକା ମିଳିଛି, ଆମେରିକା କୋର୍ଟ ଟ୍ରମ୍ପ ଙ୍କ ଟାରିଫ କୁ ନେଇ ପ୍ରଶ୍ନ ଉଠାଇଛି, ଯଦି ଏପରି ସ୍ଥିତିରେ ଟ୍ରମ୍ପ ଙ୍କ ଟାରିଫ କୁ ସମାପ୍ତ କରାଯାଏ ତେବେ ଏହା ଦୁନିଆ ଉପରେ କେଉଁ ପ୍ରଭାବ ପକାଇବ l

ଆମେରିକା କୋର୍ଟ ପକ୍ଷରୁ ଅକ୍ଟୋବର ୧୪ ପର୍ଯ୍ୟନ୍ତ ଟାରିଫ ଉଠାଇବା ପାଇଁ ସମୟ ସୀମା ମିଳିଛି, ଏବଂ ସେତିକି  ଦିନ ପର୍ଯ୍ୟନ୍ତ ଏହି ଟାରିଫ ରହିବ, ଏବଂ ଟ୍ରମ୍ପ ପ୍ରଶାସନ ଏଥିପାଇଁ ଆମେରିକା ସୁପ୍ରିମ କୋର୍ଟ ରେ ଅପିଲ କରିପାରେ l କିନ୍ତୁ ଯଦି ଆମେରିକା ସୁପ୍ରିମ କୋର୍ଟ ଏହାକୁ ଖାରଜ କରିଦିଏ ତେବେ ଆମେରିକା ଅର୍ଥ ବ୍ୟବସ୍ଥା କ୍ଷତିଗ୍ରସ୍ତ ହୋଇପାରେ l ଜୁଲାଇ ୨୦୨୫ ମଧ୍ୟରେ ଆମେରିକା ଟାରିଫ ରୁ ଖାଲି ୧୫୯ ବିଲିୟନ ଡ଼ଲାର ଲାଭ କରିଛି l ଯଦି ଟାରିଫ ବନ୍ଦ ହେଲା ତେବେ ଆମେରିକା କୁ ବଡ଼ ଝଟକା ଲାଗିପାରେ l କାହିଁକିନା ଆମେରିକା କୁ ଏହି ପଇସା ରିଫଣ୍ଡ କରିବାକୁ ପଡିପାରେ l

Leave A Reply