Odisha news

ଟୋକିଓ ଇଲେକ୍ଟ୍ରୋ ଫ୍ୟାକ୍ଟ୍ରିରେ ଏଭଳି କଣ ଅଛି ଯାହାକୁ ଦେଖିବାକୁ ପହଁଚିଲେ ପ୍ରଧାନମନ୍ତ୍ରୀ ମୋଦୀ

0

ଟୋକିଓ ମାଟିରେ ସେତେବେଳେ ଗୋଟିଏ ନୂଆ ଇତିହାସ ଲେଖା ଯାଉଛି ଯେତେବେଳେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଜାପାନ ପ୍ରଧାନମନ୍ତ୍ରୀ ଇଷିବା ଏଖଟି ମିଶି ଟୋକିଓ ର ଇଲେକ୍ଟ୍ରୋ ଫ୍ୟାକ୍ଟ୍ରି ଦେଖିବାକୁ ପହଂଚିଥିଲେ, ଏହି ଦୁଇ ନେତା ଟ୍ରେନିଂ ରୁମ ରୁ ନେଇ ପ୍ରଡକ୍ସନ ଇନୋଭେସନ ଲ୍ୟାବ ପର୍ଯ୍ୟନ୍ତ ପରିଦର୍ଶନ କରିଥିଲେ l ଏବଂ କମ୍ପାନୀ ର ଉଚ୍ଚ ପଦସ୍ଥ ଅଧିକାରୀ ମାନଙ୍କ ସହିତ କଥା ହୋଇଥିଲେ l ଏହି ସମୟ ରେ ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ କରି ଜଣାଇଥିଲେ ଯେ ଆଗାମୀ ସମୟ ରେ ଭାରତ-ଜାପାନ ର ବନ୍ଧୁତା ସେମି କଣ୍ଡକ୍ଟର କ୍ଷେତ୍ରରେ ଆକାଶ ଛୁଇଁବ l ଏବଂ ଲକ୍ଷ ଲକ୍ଷ ଯୁବକଙ୍କ ପାଇଁ ନୂତନ ସୁଯୋଗ ନେଇ ଆସିବ l

ଏବଂ ଆସନ୍ତା କିଛି ବର୍ଷରେ ଭାରତ ସେମି କଣ୍ଡକ୍ଟର କ୍ଷେତ୍ରରେ କିଛି ଗୁରୁତ୍ୱପୂର୍ଣ ନିଷ୍ପତି ନେବ l ଏହା ଗୋଟିଏ ଏଭଳି ସେକ୍ଟର ଯାହାକି ଭବିଷ୍ୟତ ଯନ୍ତ୍ରପାତି ର ମୁଖ୍ୟ ହେବ, ତାହା ମୋବାଇଲ ଫୋନ ହେଉ, କିମ୍ବା ଲାପଟପ ହେଉ କିମ୍ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ହେଉ l ଭାରତ- ଜାପାନ ର ମିଳିତ ସହଯୋଗ ଏହି କ୍ଷେତ୍ରରେ ଗେମ ଚେଞ୍ଜର ହେବ l

ଟୋକିଓ ଇଲେକ୍ଟ୍ରୋ ଲିମିଟେଡ଼ ର ଇତିହାସ –
ଟୋକିଓ ଇଲେକ୍ଟ୍ରୋ ଲିମିଟେଡ଼ (TEL ) ଗୋଟିଏ ଗ୍ଲୋବାଲ ସେମିକଣ୍ଡକ୍ଟର ପ୍ରଡକ୍ସନ ମ୍ୟାନୁଫ୍ୟାକଚରିଂ କମ୍ପାନୀ ଅଟେ, ଯାହାର ସ୍ଥାପନ ୧୯୬୩ ରେ ହୋଇଥିଲା, ଆମେରିକା, ୟୁରୋପ ଏବଂ ଏସିଆ କୁ ସେବା ଦେଉଥିବା ଏହି କମ୍ପାନୀ ବର୍ତମାନ ଭାରତରେ ମଧ୍ୟ ପାଦ ଥାପିବାର ପ୍ରସ୍ତୁତି ରେ ରହିଛି l ଏବଂ କମ୍ପାନୀ ପକ୍ଷରୁ ଭାରତରେ ମ୍ୟାନୁଫ୍ୟାକଚରିଂ କରିବା ପାଇଁ ଗମ୍ଭୀରତା ର ସହିତ ବିଚାର କରାଯାଉଛି l

ଗତବର୍ଷ ସେପ୍ଟେମ୍ବର ମାସରେ TEL ପକ୍ଷରୁ ଟାଟା ସହିତ ଗୋଟିଏ ଏମଓୟୁ ସାଇନ କରାଯାଇ ଥିଲା, ଏହି ରାଜିନାମା ଅନୁସାରେ TEL ପକ୍ଷରୁ ଗୁଜୁରାଟ ରେ ଏବଂ ଆସାମ ରେ ସେମିକଣ୍ଡକ୍ଟର ପ୍ରୋଜେକ୍ଟ  ପାଇଁ ସହଯୋଗ କରିବାର ସହମତି ମିଳିଛି l

Leave A Reply