ବାଲିଗୁଡ଼ା, ତା, ୦୯/୦୮:(ସଞ୍ଜୟ କୁମାର ପାଣିଗ୍ରାହୀ) : ଭାଇ ଭଉଣୀର ପବିତ୍ର ସମ୍ପର୍କର ପର୍ବ ରାକ୍ଷୀ ପୂର୍ଣ୍ଣିମା । ଏହି ଦିନରେ ଭାଇ ହାତରେ ଭଉଣୀ ରାକ୍ଷୀ ବାନ୍ଧି ତାର ଉଜ୍ବଳ ଭବିଷ୍ୟତ କାମନା କରିଥାଏ । ଏହି ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଶିକ୍ଷା ନିକେତନ ଅନୁଷ୍ଠାନର ଶିକ୍ଷୟତ୍ରୀ , ଛାତ୍ରୀ ଓ ଅଭିଭାବକ ନିଆରା ଢଙ୍ଗରେ ପାଳନ କରିଛନ୍ତି ରାକ୍ଷୀ ପୂର୍ଣ୍ଣିମା । ବାଲିଗୁଡ଼ାରେ ଅବସ୍ଥାପିତ ବିଏସ୍ଏଫ୍ ୧୩୬ ବାଟାଲିୟନ କ୍ୟାମ୍ପ୍ ରେ ପହଁଚି ଜବାନଙ୍କୁ ବନ୍ଦାପନା କରି ହାତରେ ରାକ୍ଷୀ ବାନ୍ଧି ସେମାନଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଛନ୍ତି । ଏହି ପବିତ୍ର ଦିନରେ ଜବାନଙ୍କ ହାତରେ ରାକ୍ଷୀ ବାନ୍ଧିବାର ସୁଯୋଗ ପାଇ ବେସ୍ ଗର୍ବିତ ଛାତ୍ରୀ ଓ ଅଭିଭାବକ । ସେପଟେ ଘରଠାରୁ ବହୁ ଦୂରରେ ରହି ଦେଶର ସେବାରେ ନିୟୋଜିତ ଜବାନ କୁନି ଉଉଣୀଙ୍କ ହାତରୁ ରାକ୍ଷୀ ବାନ୍ଧି ବେସ୍ ଆତ୍ମସନ୍ତୋଷ ଲାଭ କରିଛନ୍ତି । ଶିକ୍ଷା ନିକେତନ ପକ୍ଷରୁ ଏଭଳି ସୁନ୍ଦର ଚିନ୍ତାଧାରା ଆମ ମନରେ ବେସ୍ ଖୁସି ଆଣିଛି ବୋଲି କହିଛନ୍ତି ବିଏସ୍ଏଫ୍ କମାଣ୍ଡାଣ୍ଟ୍ ମାନସ ରଞ୍ଜନ ପଣ୍ଡା ।