ହର ଘର ତିରଙ୍ଗା ଅଭିଯାନ : ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା କଳା ଓ ପାରମ୍ପରିକତା ମାଧ୍ୟମରେ ସ୍ୱାଧୀନତାର ଭାବନା ପାଳନ
ଖୋର୍ଦ୍ଧା ରୋଡ଼, ଅଗଷ୍ଟ 8, 2025 : ‘ଆଜାଦୀ ର ଅମୃତ ମହୋତ୍ସବ’ ଅଭିଯାନ ଅନ୍ତର୍ଗତ ହର ଘର ତିରଙ୍ଗା ଜାତୀୟ ପ୍ରସାର ଅଭିଯାନର ଅଂଶ ଭାବରେ, ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ଦ୍ୱାରା ଇଷ୍ଟ କୋଷ୍ଟ ରେଳ ମିକ୍ସଡ଼ ହାୟାର ସେକେଣ୍ଡାରୀ ସ୍କୁଲରେ ତିରଙ୍ଗା ସମ୍ବନ୍ଧୀୟ ଦେଶଭକ୍ତିମୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଅଛି ।
ଛାତ୍ରଛାତ୍ରୀମାନେ ଉତ୍ସାହର ସହିତ ତିରଙ୍ଗା ଭିତ୍ତିକ କଳାକୃତି, ରଙ୍ଗୋଲି, କ୍ରାଫ୍ଟ ଓ ରାଖୀ ତିଆରି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ସ୍ୱାଧୀନତା ପ୍ରତି ନିଜ ସ୍ନେହ ଓ ସମ୍ମାନ ପ୍ରକାଶ କରିଛନ୍ତି । ବିଦ୍ୟାଳୟର ଦିୱାଲ ଉପରେ ତିରଙ୍ଗା ସମ୍ବନ୍ଧୀୟ କଳାକୃତି ଆଙ୍କିବା ଏବଂ ଦେଶଭକ୍ତି ଭାବ ପ୍ରକାଶ କରୁଥିବା ଚିତ୍ର ଓ ଚିତ୍ରାଙ୍କନ ଆୟୋଜନ କରାଯାଇ ଦେଶଭକ୍ତିର ଶୋଭା ବର୍ଦ୍ଧିତ କରାଯାଇଅଛି ।
ହାର ଘର ତିରଙ୍ଗା ଅଭିଯାନ ଉତ୍ସବ ପରିବେଶକୁ ଅଧିକ ରଙ୍ଗିନ କରିବାକୁ, ଛାତ୍ରଛାତ୍ରୀମାନେ ତିରଙ୍ଗା ରଙ୍ଗରେ ସୁନ୍ଦର ରଙ୍ଗୋଲି ତିଆରି କରିବା ସହିତ ତିରଙ୍ଗା ଭିତ୍ତିକ କ୍ରାଫ୍ଟ କାମ ଓ ହସ୍ତନିର୍ମିତ ରାଖୀ ମାଧ୍ୟମରେ ଦେଶ ପ୍ରେମ, ପାରମ୍ପରିକତା ଓ ଦେଶଭକ୍ତି ପ୍ରକାଶ କରାଯାଇଅଛି ।
ଏହି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କୁ ଏକ ସୃଜନଶୀଳ ମଞ୍ଚ ଯୋଗାଇଅଛି ଯାହା ମାଧ୍ୟମରେ ସେମାନେ ଦେଶ ପ୍ରତି ନିଜ ଭଲପାଇବା ଓ ଗର୍ବକୁ ବ୍ୟକ୍ତ କରିପାରିଛନ୍ତି । ଏହି ପ୍ରୟାସ ଛାତ୍ରଛାତ୍ରୀଙ୍କ ମନରେ ଦେଶଭକ୍ତିକୁ ବୃଦ୍ଧି କରିଥିବା ସହ ଜନସାଧାରଣଙ୍କୁ ମଧ୍ୟ ଜାଗୃତ କରିଛି ।
ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ଇଷ୍ଟ କୋଷ୍ଟ ରେଳ ମିକ୍ସଡ଼ ହାୟାର ସେକେଣ୍ଡାରୀ ସ୍କୁଲ ତରଫରୁ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ସେମାନଙ୍କର ଉତ୍ସାହୀ ଅଂଶଗ୍ରହଣ ଏବଂ ଏହି କାର୍ଯ୍ୟକ୍ରମକୁ ଭାରତର ଆତ୍ମା ପ୍ରତି ଏକ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ହୃଦୟର ସହିତ କୃତଜ୍ଞତା ଜ୍ଞାପନ କରାଯାଉଅଛି ।